www.samajalive.in
Saturday, December 6, 2025
23.1 C
Bhubaneswar

୨୦୨୬ ପର୍ଯ୍ୟନ୍ତ ଓଡ଼ିଶା ଏଫ୍‌ସିରେ ରହିବେ ଡେଲଗାଡୋ

କଟକ: ଓଡ଼ିଶା ଭିତ୍ତିକ ଫୁଟବଲ କ୍ଲବ ଓଡ଼ିଶା ଏଫ୍‌ସି ସ୍ପେନିଶ ଡିଫେଣ୍ଡର କାର୍ଲୋସ ଡେଲଗାଡୋଙ୍କ ସହ ଚୁକ୍ତିକୁ ଆଉ ଦୁଇବର୍ଷ ବୃଦ୍ଧି କରିଛନ୍ତି। ଓଡ଼ିଶା ଏଫ୍‌ସି ଡେଲଗାଡୋଙ୍କ ଚୁକ୍ତିକୁ ୨୦୨୪-୨୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଡେଲଗାର୍ଡୋ ୨୦୨୩-୨୪ ଋତୁରେ ଓଡ଼ିଶା ଏଫ୍‌ସି ପକ୍ଷରୁ ଆଇଏସ୍‌ଏଲ, ଏଏଫ୍‌ସି କପ, କଳିଙ୍ଗ ସୁପର କପ୍‌ରେ ମୋଟ୍‌ ୩୭ଟି ମ୍ୟାଚ ଖେଳିଥିଲେ। ଆଇଏସ୍‌ଏଲରେ ମୋଟ୍‌ ୨୪ଟି ମ୍ୟାଚ ଖେଳିଥିଲେ।ଓଡ଼ିଶା ଏଫ୍‌ସି ସହ ଚୁକ୍ତିକୁ ବୃଦ୍ଧି କରିବାକୁ ନେଇ ବହୁତ ଖୁସି। ୨୦୨୩-୨୪ ଋତୁରେ ଓଡ଼ିଶା ଏଫ୍‌ସି ଆଇଏସ୍‌ଏଲ, ଏଏଫ୍‌ସି କପ୍‌ ଓ କଳିଙ୍ଗ ସୁପର କପ୍‌ରେ ଭଲ ପ୍ରଦର୍ଶନ କରିଥିଲା। ଆଗାମୀ ସିଜିନରେ ଦଳ ଅଧିକ ଭଲ ପ୍ରଦର୍ଶନ କରିବା ନେଇ ଆଶାବାଦୀ ବୋଲି ଡେଲଗାଡୋ କହିଛନ୍ତି। ଅନ୍ୟପକ୍ଷରେ ଡେଲଗାଡୋ ଚୁକ୍ତିକୁ ବୃଦ୍ଧି କରିବା ନେଇ ଆମେ ବହୁତ ଖୁସି ବୋଲି ଓଡ଼ିଶା ଏଫ୍‌ସି ପକ୍ଷରୁ କୁହାଯାଇଛି।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories