www.samajalive.in
Monday, December 8, 2025
24.1 C
Bhubaneswar

ଓଡ଼ିଶା ଡ଼ିଫେନ୍ସ ଟେକ୍ନୋଲୋଜି ଷ୍ଟାର୍ଟଅପ ଏସଆଇଡିଏମ ଚାମ୍ପିଅନ ଆୱାର୍ଡରେ ସମ୍ମାନିତ

ଭୁବନେଶ୍ୱର: ଓଡିଶା ଭିତିକ ଏରୋସ୍ପେଶ ଓ ଡିଫେନ୍ସ ଟେକ୍ନୋଲୋଜି ଷ୍ଟାର୍ଟଅପ, ବନ୍‌ଭି ଏରୋ ଏସଆଇଡିଏମ ଚାମ୍ପିଅନ ଆୱାର୍ଡ (ସ୍ପେଶାଲ ଜୁରୀ) ହାସଲ କରି ଜାତୀୟସ୍ତରୀୟ ସଫଳତା ହାସଲ କରିଛି । ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ, ବନ୍‌ଭି ଏରୋର ସହ-ପ୍ରତିଷ୍ଠାତା ତଥା ସିଇଓ, ସତ୍ୟବ୍ରତ ଶତପଥୀଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ ଶ୍ରୀଯୁକ୍ତ ଶତପଥୀ ଏହି ଆୱାର୍ଡକୁ ଦେଶ ଓ ସଶସ୍ତ୍ର ବାହିନୀ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ସୋସାଇଟି ଅଫ ଇଣ୍ଡିଆନ ଡିଫେନ୍ସ ମାନୁଫ୍ୟାକ୍‌ଚରର୍ସ (ଏସଆଇଡିଏମ) ଦ୍ୱାରା ସ୍ଥାପିତ ଏହି ଚାମ୍ପିଅନ ଆୱାର୍ଡ ସ୍ୱଦେଶୀ ପ୍ରତିରକ୍ଷା ନିର୍ମାଣ ଓ ଉଦ୍ଭାବନ କ୍ଷେତ୍ରରେ ଊତ୍କର୍ଷତାକୁ ପାଳନ କରୁଛି । କମ୍ପାନୀର ସ୍ୱଦେଶୀ ପ୍ରପଲ୍‌ସନ ସିଷ୍ଟମ, ରଗ୍‌ଡ ଏୟାରଫ୍ରେମ ଓ ସେଲ୍ଫ-ଫ୍ଲାଇଙ୍ଗ ଟେକ୍ନୋଲୋଜିଗୁଡିକ ଅନ୍‌ମ୍ୟାନ୍‌ଡ ଏରିଏଲ ସିଷ୍ଟମ (ୟୁଏଏସ)ଗୁଡିକର ପରିଭାଷାକୁ ସମ୍ପ୍ରସାରିତ କରିଛି ।
ଏହି ପ୍ରତିଷ୍ଠିତ ସମ୍ମାନ ହାସଲ କରିଥିବା ଏକମାତ୍ର ଓଡିଶା ଷ୍ଟାର୍ଟଅପ ଭାବେ ବନ୍‌ଭି ଏରୋର ସଫଳତା ରାଜ୍ୟର ଡିପ୍‌-ଟେକ ଇକୋସିଷ୍ଟମ ପାଇଁ ଏକ ଗର୍ବର ମୁହୂର୍ତକୁ ଚିହ୍ନିତ କରିଛି । ଏରୋସ୍ପେଶ ଓ ପ୍ରତିରକ୍ଷା ନିର୍ମାଣ କ୍ଷେତ୍ରରେ କମ୍ପାନୀର ଉଦ୍ଭାବନଗୁଡିକ ଡିଜାଇନ ସଠିକତାକୁ କାର୍ଯ୍ୟକ୍ଷମ ନିର୍ଭରଯୋଗ୍ୟତା ସହ ଏକତ୍ରିତ କରିଥାଏ ଯାହା ପ୍ରତିରକ୍ଷା ବାହିନୀର ଉଭୟ ପରିବହନ ଓ ରଣନୈତିକ ଆବଶ୍ୟକତାକୁ ପୂରଣ କରୁଥିବା ସମାଧାନ ସୃଷ୍ଟି କରିଥାଏ ।
ଏହି ସ୍ୱୀକୃତି ସମ୍ପର୍କରେ ବନ୍‌ଭି ଏରୋର ସହପ୍ରତିଷ୍ଠାତା ଓ ସିଇଓ, ସତ୍ୟବ୍ରତ ଶତପଥୀ କହିଛନ୍ତି, “ ଏସଆଇଡିଏମ ଓ ପ୍ରତିରକ୍ଷା ମନ୍ତ୍ରଣାଳୟଠାରୁ ମିଳିଥିବା ଏହି ସମ୍ମାନ କେବଳ ବନ୍‌ଭି ଏରୋ ପାଇଁ ନୁହେଁ ବରଂ ଓଡିଶାର ସମଗ୍ର ଉଦ୍ଭାବନ ସମୁଦାୟ ପାଇଁ ଏକ ଗର୍ବର ମୁହୂର୍ତ ଅଟେ । ଏହା ଆମର ବିଶ୍ୱାସକୁ ସୁଦୃଢ କରିଛି ଯେ, ଭାରତର ପ୍ରତିରକ୍ଷା ଶକ୍ତି ଏହାର ସ୍ୱଦେଶୀ ଉଦ୍ଭାବନରେ ଅନ୍ତର୍ନିହିତ ରହିଛି । ଆମର ସିଷ୍ଟମଗୁଡିକୁ ଅତ୍ୟଧିକ ଉଚ୍ଚ ସୀମାଠାରୁ ଦ୍ରୁତ-ପ୍ରତିକ୍ରିୟାଶୀଳ ରଣନୈତିକ ପରିବେଶ ପର୍ଯ୍ୟନ୍ତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିସ୍ଥିତିରେ କାର୍ଯ୍ୟକାରୀ କରିବା ପାଇଁ ସୈନ୍ୟବାହିନୀ ପାଇଁ ନିର୍ମାଣ କରାଯାଇଛି ।”
ଡିଆରଡିଓର ପୂର୍ବତନ ଅଧ୍ୟକ୍ଷ ଓ ରକ୍ଷାମନ୍ତ୍ରୀଙ୍କ ବୈଜ୍ଞାନିକ ପରାମର୍ଶଦାତା, ଡଃ ସତିଶ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଏହି ଆୱାର୍ଡର ଜୁରୀଙ୍କ ମଧ୍ୟରେ ଡଃ ପ୍ରହ୍ଲାଦ ରାମାରାଓ (ପଦ୍ମଶ୍ରୀ), ଏୟାର ମାର୍ଶଲ ଅନୀଲ ଚୋପ୍ରା(ଅବସରପ୍ରାପ୍ତ), ଭାଇସ ଆଡ୍‌ମିରାଲ ଏସ.କେ.ଏନ. ଘୋରମଡେ (ଅବସରପ୍ରାପ୍ତ) ଓ ମେଜର ଜେନେରାଲ ପି.କେ. ସାଇନି (ଅବସରପ୍ରାପ୍ତ) ପ୍ରମୁଖ ସାମିଲ ଥିଲେ ।
ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହଙ୍କ ଦ୍ୱାରା ଅନୁମୋଦିତ ଏସଆଇଡିଏମ ଚାମ୍ପିଅନ ଆୱାର୍ଡସ ଭାରତୀୟ ଶିଳ୍ପ ଓ ସୈନ୍ୟବାହିନୀ ମଧ୍ୟରେ ଉଦ୍ଭାବନ, ଆତ୍ମନିର୍ଭରଶୀଳତା ଓ ସହଭାଗିତାକୁ ସ୍ୱୀକୃତି ପ୍ରଦାନ କରିବା ଓ ସେଲିବ୍ରେଟ କରିବା ଜାରି ରଖିଛି ।

ଏହି ସ୍ୱୀକୃତି ବନ୍‌ଭି ଏରୋକୁ ଭାରତର ଅନ୍ୟତମ ଅଗ୍ରଣୀ ଡିପ୍‌-ଟେକ ଓଇଏମ ଭାବେ ଦୃଢତାର ସହ ଅବସ୍ଥାପିତ କରିଛି, ଯାହା ସ୍ୱଦେଶୀ ଉଦ୍ଭାବନ ମାଧ୍ୟମରେ ଆତ୍ମନିର୍ଭର ଭାରତକୁ ଆଗକୁ ବଢାଉଛି, ଏରୋସ୍ପେଶ ଓ ପ୍ରତିରକ୍ଷା ନିର୍ମାଣ କ୍ଷେତ୍ରରେ ଭାରତର କ୍ଷମତାଗୁଡିକୁ ବିସ୍ତାର କରୁଛି ଏବଂ ପରବର୍ତୀ ପିଢିର ଅଟୋନୋମସ, ହାଇ-ପର୍‌ଫର୍ମାନ୍ସ ଏରିଏଲ ସିଷ୍ଟମଗୁଡିକୁ ପରିଭାଷିତ କରୁଛି ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories