www.samajalive.in
Monday, December 8, 2025
24.1 C
Bhubaneswar

ଦୁଖଦଃ ଘଟଣା – ପୁଅକୁ ବଞ୍ଚାଇ ଚାଲିଗଲେ ବାପା

ଡେସ୍କ: କଟକ ନରାଜ ଅଂଚଳରେ ଘଟିଛି ଦୁଖଦଃ ଘଟଣା। ନିଜ ୧୧ ବର୍ଷର ପୁଅକୁ ନଦୀରେ ବୁଡି ଯାଉଥିବା ବେଳେ ଉଦ୍ଧାର କରି ବଞ୍ଚାଇ ଦେଲେ ବାପା ହେଲେ ନିଜକୁ ରକ୍ଷା କରିପାରିଲେନି ଜଳସ୍ରୋତରୁ। ଦୀପାବଳିରେ ସବୁଆଡେ ଖୁସିର ପରିବେଶ ଥିବା ବେଳେ ପୁଅ ସାମ୍ନାରେ ଚାଲିଗଲା ବାପାଙ୍କ ଜୀବନ।

ନରାଜ ତେଲିସାହି ଅଂଚଳର ସରୋଜ ସାହୁ ନିଜ ୧୧ ବର୍ଷର ସାନ ପୁଅକୁ ନେଇ କାଠଯୋଡ଼ିର କୈବର୍ତ୍ତସାହି ଘଟକୁ ଗାଧୋଇବାକୁ ଯାଇଥିଲେ। ଏକାଠି ଗାଧୋଉଥିବା ବେଳେ ନଦୀର ଚୋରା ବାଲିରେ ପୁଅର ଗୋଡ ଖସି ଯାଇଥିଲା। ପୁଅ ଧୀରେ ଧୀରେ ତଳକୁ ଖସିବାରେ ଲାଗିଥିଲା। ସରୋଜ ସଂଗେ ସଂଗେ ପୁଅର ହାତ ଧରି ଉପର ଆଡକୁ ଠେଲି ଦେଇଥିଲେ ଓ ସେଠାରେ ଗାଧୋଉଥିବା ଅନ୍ୟ ମହିଳା ମାନେ ଲୁଗା ପକାଇବାରୁ ପୁଅ ତାହା ଧରି ଉପରକୁ ପଳାଇ ଆସିଥିଲେ। କିନ୍ତୁ ବାପା ସରୋଜ ଚୋରା ବାଲିରେ ଫସି ଯାଇଥିଲେ ଓ ଆଉ ଉଠିପାରିନଥିଲେ। ତାଙ୍କୁ ସେଠାରେ ମାଛ ଧରୁଥିବା ଧୀବର ମାନେ ଡଙ୍ଗା ସାହାଯ୍ୟରେ ଉଦ୍ଧାର କରି ଗୁରୁତର ଅବସ୍ଥାରେ ମେଡିକାଲ ଆଣିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories