ଭୁବନେଶ୍ୱର: ରାଜ୍ୟର ୩୦ଟି ଜିଲ୍ଲାରୁ ନୂଆ ୧୧୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୨୪୪, ସ୍ଥାନୀୟ ଅଂଚଳରୁ ୬୬୯ ଓ ୧୮ ବର୍ଷ ବୟସ ମଧ୍ୟରେ ୨୪୪ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ୱିଟ କରିଛି। ଫଳରେ ମୋଟ କରୋନା ଆକ୍ରାନ୍ତଂକ ସଂଖ୍ୟା ୧୨ ଲକ୍ଷ ୭୭ ହଜାର ୨୬୧କୁ ବୃଦ୍ଧି ପାଇଛି। ନୂଆ ଆକ୍ରାନ୍ତଂକ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୫୩ ଜଣ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୨୭, ଅନୁଗୁଳରୁ ୯୪, କଟକରୁ ୬୫, କୋରାପୁଟରୁ ୫୬, ସମ୍ବଲପୁରରୁ ୪୬ ଓ ରାୟଗଡାରୁ ୪୪ ଚିହ୍ନଟ ହୋଇଛନ୍ତି।
ସେହିପରି ନୂଆ ଆକ୍ରାନ୍ତଂକ ମଧ୍ୟରେ ଗଜପତିରୁ ୪୩, ମୟୁରଭଞ୍ଜରୁ ୪୨, କଳାହାଣ୍ଡି ଓ ଯାଜପୁରରୁ ୩୫ ଜଣ ଲେଖାଏଁ, ବାଲେଶ୍ୱରରୁ ୩୪, କନ୍ଧମାଳରୁ ୩୩, ଦେଓଗଡ଼ରୁ ୨୮, କେନ୍ଦ୍ରାପଡ଼ାରୁ ୨୭, ନୂଆପଡା ଓ ଜଗତସିଂହପୁରରୁ ୨୬ ଜଣ ଲେଖାଏଁ, ନୟାଗଡ଼ ଓ ବୌଦ୍ଧରୁ ୨୫ ଜଣ ଲେଖାଏଁ, କେନ୍ଦୁଝରରୁ ୨୨, ପୁରୀରୁ ୧୯, ନବରଙ୍ଗପୁରରୁ ୧୮, ଢେଙ୍କାନାଳରୁ ୧୭, ଗଂଜାମ, ଝାରସୁଗୁଡା ଓ ଭଦ୍ରକରୁ ୧୩ ଜଣ ଲେଖାଏଁ, ବରଗଡ଼ରୁ ୧୨, ସୋନପୁର ଓ ବଲାଙ୍ଗୀରରୁ ୯ ଜଣ ଲେଖାଏଁ, ମାଲକାନଗିରିରୁ ୭ ଜଣ ଓ ଷ୍ଟେଟପୁଲରୁ ୩୨ ଜଣ ରହିଥିବା ସୂଚନା ମିଳିଛି। ଏବେ ରାଜ୍ୟରେ ୧୨ ହଜାର ୩୩୦ ଜଣ କରୋନା ସଂକ୍ରମିତ ସକ୍ରିୟ ଚିକିତ୍ସାଧୀନ ଅଛନ୍ତି। ଗତକାଲି ଆଉ ୨୦୮୧ ଜଣ ସୁସ୍ଥ ହେବା ପରେ ରାଜ୍ୟରେ କରୋନା ଜନିତ ଆରୋଗ୍ୟ ସଂଖ୍ୟା ୧୨ ଲକ୍ଷ ୫୫ ହଜାର ୯୯୫କୁ ବୃଦ୍ଧି ପାଇଛି।



