www.samajalive.in
Sunday, December 7, 2025
26.1 C
Bhubaneswar

ଉତ୍ତରପ୍ରଦେଶରେ ଦ୍ଵିତୀୟ ପର୍ଯ୍ୟାୟ ମତଦାନ ଆସନ୍ତାକାଲି

ଉତ୍ତରପ୍ରଦେଶରେ ଆସନ୍ତାକାଲି ଦ୍ଵିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ୫୫ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ। ଆସନ୍ତାକାଲି ମଧ୍ୟ ଉତ୍ତରାଖଣ୍ଡ ଓ ଗୋଆରେ ଗୋଟିଏ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ସ୍ଵଛ ଏବଂ ଅବାଧ ନିର୍ବାଚନ ଲାଗି ବିଭିନ୍ନ ମତଦାନ କେନ୍ଦ୍ରଗୁଡିକୁ କର୍ମଚାରୀମାନଙ୍କୁ ପଠାଇବା କାର୍ଯ୍ୟ ଆରମ୍ଭ ହୋଇଥିବା ସୂଚନା ମିଳିଛି। ୭ଟି ପର୍ଯ୍ୟାୟରେ ହେଉଥିବା ଏହି ବିଧାନସଭା ନିର୍ବାଚନ ଚଳିତ ମାସ ୧୦ରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ମାସ ୭ରେ ଶେଷ ହେବ।

ଏହି ପର୍ଯ୍ୟାୟରେ ଉତ୍ତରପ୍ରଦଶର ୯ଟି ଜିଲ୍ଲାର ୫୫ଟି ବିଧାନସଭା ଆସନ ପାଇଁ ୫୮୬ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। ସେଥିମଧ୍ୟରୁ ୯ଟି ଆସନ ତଫସିଲଭୁକ୍ତ ଜାତି ପାଇଁ ସଂରକ୍ଷିତ ରହିଛି। ଆସନ୍ତାକାଲି ମଟଗ୍ରହଣ ହେବାକୁ ଥିବା ୯ଟି ଜିଲ୍ଲା ହେଉଛି ସାହାରଣପୁର, ବିଜନର, ଅମରୋହା, ମୋରାଦାବାଦ, ରାମପୁର, ବରେଲି, ଶାହାଜାହାନପୁର ବଦାୟୁ ଏବଂ ସଂଭଲ। ସେଠାରେ ୫୫ଟି ଆସନ ମଧ୍ୟରୁ ସମାଜବାଦୀ ପାର୍ଟି ଏବଂ ରାଷ୍ଟ୍ରୀୟ ଲୋକଦଳ କେବଳ ୩ଟି ଆସନରେ ପ୍ରତିଦ୍ବନ୍ଦିତା କରୁଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories