www.samajalive.in
Monday, December 8, 2025
24.1 C
Bhubaneswar

୨ ମନ୍ତ୍ରୀ, ବହୁ ବିଧାୟକ, ସାଂସଦ କରୋନା ଆକ୍ରାନ୍ତ – ଆରୋଗ୍ୟ କାମନା କଲେ ରାଜ୍ୟପାଳ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଇତିମଧ୍ୟରେ ୨ଜଣ କ୍ୟାବିନେଟ ମନ୍ତ୍ରୀ ସଂକ୍ରମିତ ହୋଇଥିବାବେଳେ ୫ଜଣ ବିଧାୟକ, ଜଣେ ରାଜ୍ୟସଭା ସାଂସଦଙ୍କ ସହିତ ବହୁ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ, ଓଡ଼ିଶା ପ୍ରଶାସନିକ ଅଧିକାରୀ ଏବଂ ତାଙ୍କ ପରିବାରଙ୍କୁ ସଂକ୍ରମିତ ହେଲେଣି।

ସୂଚନା ଅନୁଯାୟୀ କିଛିଦିନ ତଳେ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ସଂକ୍ରମିତ ହୋଇଥିବାବେଳେ ଶୁକ୍ରବାର ପଞ୍ଚାୟତିରାଜ, ନଗର ଉନ୍ନୟନ ଏବଂ ଆଇନ ମନ୍ତ୍ରୀ ପ୍ରତାପ ଜେନା ସଂକ୍ରମିତ ହୋଇଛନ୍ତି। ଏହାବାଦ୍‍ ବିରୋଧୀଦଳ ନେତା ପ୍ରଦୀପ୍ତ କୁମାର ନାଏକ ଏବେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ କେନ୍ଦ୍ରରେ ସଂଘର୍ଷ କରୁଥିବାବେଳେ ବିଧାୟକ ପ୍ରଫୁଲ୍ଲ ସାମଲ, ରଘୁନାଥ ଗମାଙ୍ଗୋ ସଂକ୍ରମିତ ଅଛନ୍ତି। ଏହାବାଦ୍‍ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ସଂକ୍ରମିତ ଥିବାବେଳେ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର ମଧ୍ୟ ଏମ୍ସରେ ଚିକିତ୍ସିତ ହେଉଛନ୍ତି।

- Advertisement -

ସେହିପରି ରାଜ୍ୟ ସରକାରଙ୍କ ଉନ୍ନୟନ ଆୟୁକ୍ତ ପ୍ରଦୀପ ଜେନା ଏବେ ସଂକ୍ରମିତ ଥିବାବେଳେ ବହୁ ପ୍ରଶାସନିକ ମୁଖ୍ୟ ଏବଂ ତାଙ୍କ ପରିବାର ଲୋକେ ଏବେ ପୃଥକବାସରେ ରହିଛନ୍ତି। ବିଶେଷକରି ଲୋକସେବା ଭବନର କେତେଜଣ ଅଧିକାରୀ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡି ସାରିଲେଣି। ସେଥିମଧ୍ୟରେ ରାଜସ୍ୱ ବିଭାଗର ଜଣେ ଅନୁଶାସନ ସଚିବ ଓ ଆଇନ ବିଭାଗର ଜଣେ ବରିଷ୍ଠ ପଦାଧିକାରୀ ରହିଥିବା ସୂଚନା ମିଳିଛି।

ଆଇନ ମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ବିଧାୟକ ପ୍ରଫୁଲ୍ଲ ସାମଲ ଓ ରଘୁନାଥ ଗମାଙ୍ଗୋ କରୋନାରେ ସଂକ୍ରମିତ ହୋଇଥିବା ଖବର ପାଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅତ୍ୟନ୍ତ ଦୁଃଖିତ ହେବା ସହିତ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ରାଜ୍ୟପାଳ ଶ୍ରୀ ଲାଲ ତାଙ୍କର ସାମାଜିକ ଗଣମାଧ୍ୟମ(ଟ୍ୱିଟର) ଜରିଆରେ ସମସ୍ତଙ୍କ ସୁସ୍ଥ କାମନା କରିଛନ୍ତି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories