www.samajalive.in
Saturday, December 6, 2025
19.1 C
Bhubaneswar

ରାଜ୍ୟର ୨୩ ଜିଲ୍ଲାକୁ ବ୍ୟାପିଲା କରୋନା; ଆଉ ୪୨୮ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଖସୁନି କରୋନା ସଂକ୍ରମଣ । ଗତକାଲି ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ଶହ ଟପିଥିବା ବେଳେ ଆଜି ମଧ୍ୟ ରାଜ୍ୟରୁ ୪ଶହ ଉପରେ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ  ଆଉ ୪୨୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୨୫୧ ଜଣ ରହିଥିବା ବେଳେ ସ୍ଥାନୀୟ ସଂକ୍ରମିତ ୧୭୭ଜଣ ରହିଥିବା ସୂଚନା ଦିଆଯାଇଛି । ସେଥି ମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୫୬ଜଣ ଆକ୍ରାନ୍ତ ଥିବା କୁହାଯାଇଛି । ଆଜିର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରନ୍ତ ରହିଥିବା ଦେଖିବାକୁ ମିଳିଛି ।

ଖୋର୍ଦ୍ଧାରୁ ୧୮୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୮୮, ଷ୍ଟେଟପୁଲରୁ ୪୩, ବାଲେଶ୍ୱରରୁ ୨୨, ସୁନ୍ଦରଗଡ଼ରୁ ୨୦, ପୁରୀରୁ ୧୧, ସମ୍ବଲପୁରରୁ ୯ ଓ ମୟୂରଭଞ୍ଜରୁ ୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଜଗତସିଂହପୁରରୁ ୬, ଭଦ୍ରକ ଓ ଯାଜପୁରରୁ ୫ଜଣ ଲେଖାଏ କାରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବରଗଡ଼, ଝାରସୁଗୁଡ଼ା ଓ ନୟାଗଡ଼ରୁ ୪ଜଣ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆପଡ଼ାରୁ ୩, କେନ୍ଦ୍ରାପଡ଼ା, ମାଲକାନଗିରି, ରାୟଗଡ଼ା ଓ ସୋନପୁରରୁ ୨ଜଣ ଲେଖାଏଁ ପଜିଟିଭ୍‌ ଚିହ୍ନଟ ହୋଇଥିବା କୁହାଯାଇଛି ।

- Advertisement -

ଦେବଗଡ଼, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, କୋରାପୁଟରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ରାଜ୍ୟର ୨୩ ଜିଲ୍ଲାକୁ କରୋନା ବ୍ୟାପିଥିବା ବେଳେ ମାତ୍ର ୭ ଜିଲ୍ଲା କରୋନା ମୁକ୍ତ ରହିଛି । ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୧୫୦ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଏଯାଏ ମୋଟ୍‌ ୧୨ଲକ୍ଷ ୯୧ ହଜାର ୯୪୬ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା​‌ ବେଳେ ସେଥିମଧ୍ୟରୁ ୧୨ଲକ୍ଷ ୮୦ହଜାର ୫୩୨ଜଣ ସୁସ୍ଥ ହୋଇସାରିଛନ୍ତି । ଆଉ ବର୍ତ୍ତମାନ ରାଜ୍ୟରେ ୨୨୩୫ କରୋନା ସକ୍ରିୟ ଆକ୍ରାନ୍ତ ରହିଛି ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories