www.samajalive.in
Friday, December 5, 2025
27.1 C
Bhubaneswar

ହ୍ବାଟ୍ସଆପ୍‌ରେ ୧୨୦ ସେବା: ‘ମେଟା’ ସହାୟତାରେ ‘ଆମ ସାଥୀ’ ଟାଟ୍‌ବଟ୍ ଶୁଭାରମ୍ଭ

ଭୁବନେଶ୍ବର: ଏଣିକି ହ୍ବାଟ୍ସଆପ୍‌ରେ ମେସେଜ୍‌ କଲେ ମିଳିବ ସରକାରୀ ସୁବିଧା। ଦୌଡ଼ିବାକୁ ପଡ଼ିବନି ଆଉ ସରକାରୀ କାର୍ଯ୍ୟାଳୟ। ଜନ୍ମ ପ୍ରମାଣପତ୍ରଠାରୁ ଆରମ୍ଭ କରି ଜାତି ଏବଂ ଆୟ ପ୍ରମାଣପତ୍ର ପର୍ଯ୍ୟନ୍ତ ସହଜରେ ୧୨୦ଟି ସେବା ଉପଲବ୍ଧ ହେବ। ଏଥିପାଇଁ ରାଜ୍ୟ ସରକାର ‘ମେଟା’ ସହଭାଗିତାରେ ‘ଆମ ସାଥୀ’ ନାମକ ଏକୀକୃତ ହ୍ବାଟ୍ସଆପ୍‌ ଚାଟ୍‌ବଟ୍‌ର ଶୁଭାରମ୍ଭ କରିଛନ୍ତି। ଏହା ମାଧ୍ୟମରେ ସମଗ୍ର ରାଜ୍ୟର ୪ କୋଟି ୫୦ ଲକ୍ଷରୁ ଅଧିକ ଲୋକଙ୍କ ପାଇଁ ୧୨୦ଟି ନାଗରିକ ସେବା ସହଜ ହେବ। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଉପସ୍ଥିତିରେ ଏହି ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି।

ଏହାସହ ଓଡ଼ିଶା ଲୋକସେବା ଅଧିକାର ଅଧିନିୟମର କେନ୍ଦ୍ରୀୟ ତଦାରଖ ବ୍ୟବସ୍ଥା ୨.୦ (ସିଏମଏସ)କୁ ମଧ୍ୟ
ମୁଖ୍ୟ ଶାସନ ସଚିବ ଶୁଭାରମ୍ଭ କରିଛନ୍ତି। ‘ଆମ ସାଥୀ’ ସହାୟକ ହ୍ବାଟ୍ସଆପ୍ ଚାଟ୍‌ବଟ୍ ନମ୍ବର ୯୪୩୭୨୯୨୦୦୦ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଉପଲବ୍ଧ। ସ୍ବର (ଭଏସ୍) ମାଧ୍ୟମରେ ଏହା ସେବା ପ୍ରଦାନ କ୍ଷମତା ରଖିଛି। ନାଗରିକଙ୍କୁ ଏହାଦ୍ବାରା ବିଭିନ୍ନ ଅତ୍ୟାବଶ୍ୟକ ସରକାରୀ ସେବା ପାଇବା ସହଜ ହେବ। ଏହା ମାଧ୍ୟମରେ ଲୋକେ ସୁବିଧାରେ ଅଭିଯୋଗ ଦାଖଲ କରିବା ସହିତ ତାହାର ସ୍ଥିତି ଅନୁସରଣ କରିପାରିବେ। ଗୃହ ଏବଂ ସହରାଞ୍ଚଳ ବିକାଶ ସମ୍ବନ୍ଧୀୟ ସେବା, ସାଧାରଣ ପ୍ରଶାସନ ସେବା ସହିତ ସିଧାସଳଖ ବାର୍ତ୍ତାଳାପ, ଶିକ୍ଷା, କୃଷି ଏବଂ ଉଦ୍ୟାନ କୃଷି ସମ୍ବନ୍ଧୀୟ ସୂଚନା ଓ ସହାୟତା ମିଳିପାରିବ। ଏହି ବ୍ୟବସ୍ଥା ମାଧ୍ୟମରେ ମଓଡ଼ିଶାର ନାଗରିକମାନେ ପୁଲିସ୍‌ ସହିତ ସଂଯୁକ୍ତ ସେବା, ଜମିର ରେକର୍ଡ ଏବଂ ରାଜସ୍ବ ସମ୍ବନ୍ଧୀୟ ସୂଚନା ଯାଞ୍ଚ କରିବା ସହିତ ଆବଶ୍ୟକ ସହାୟତା ସୁବିଧାରେ ଉପଲବ୍ଧ କରିପାରିବେ। ପ୍ରୋତ୍ସାହନ ଯୋଜନାଗୁଡ଼ିକ ଯଥା ଜାତୀୟ ପରିବାର ଲାଭ ଯୋଜନା, ଆନ୍ତଃ-ଜାତି ବିବାହ ସହାୟତା ଇତ୍ୟାଦି ସହାୟତା ସହଜରେ ଉପଲବ୍ଧ ହେବ। ଆଗାମୀ କିଛି ମାସରେ ୫୦୦ରୁ ଅଧିକ ସେବା ପାଇଁ ବ୍ୟବସ୍ଥା ହେବ। ଆନ୍ଧ୍ର ପ୍ରଦେଶ ପରେ ‘ଆମ ସାଥୀ’ ହ୍ବାଟ୍ସଆପ୍‌ ସହାୟତା ଆରମ୍ଭ କରିବାରେ ମେଟା ସହିତ ସହଭାଗିତା କ୍ଷେତ୍ରରେ ଦେଶରେ ଓଡ଼ିଶା ଦ୍ବିତୀୟ ରାଜ୍ୟ ହୋଇପାରିଛି।

- Advertisement -

ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ ଆୟୁକ୍ତ ଅନୁ ଗର୍ଗ, ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହାନିର୍ଦେଶକ ଜି. ମାଥିଭାଥାନନ, ଶିଳ୍ପ ଓ ସୂଚନା ଏବଂ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ଇଲେକ୍ଟ୍ରୋନିକ୍ ଏବଂ ସୂଚନା ପ୍ରଯୁକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ ଦେବ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀ, ପୂର୍ବତନ ସୂଚନା ଆୟୁକ୍ତ ଏବଂ ସିୱାଇଏସଡିର ପରାମର୍ଶଦାତା ଜଗଦାନନ୍ଦଙ୍କ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ। ‘ଆମ ସାଥୀ’ ଏକୀକୃତ ହ୍ବାଟ୍ସଆପ୍‌ ଚାଟ୍‌ବଟ୍ ସିଏମଜିଆଇ ଏବଂ ‘ମେଟା ଇଣ୍ଡିଆ’ ସହଯୋଗରେ ବିକଶିତ ହୋଇଛି।

ମୁଖ୍ୟ ଶାସନ ସଚିବ କହିଥିଲେ, ସାର୍ବଜନୀନ ସେବା ପ୍ରଦାନ କେବଳ ଏକ କାର୍ଯ୍ୟ ନୁହେଁ। ଏହା ସମସ୍ତଙ୍କ ପାଇଁ ଯେପରି ସୁବିଧାଜନକ ଅନୁଭୂତି ଦେବ, ତାହାକୁ ଏହି ପଦକ୍ଷେପ ନିଶ୍ଚିତ କରୁଛି। ସିଏମଜିଆଇର କାର୍ଯ୍ୟନିର୍ବାହୀ ନିର୍ଦେଶକ ବିନୀତ ଭରଦ୍ୱାଜ କହିଲେ, ହ୍ବାଟ୍ସଆପ୍‌ ମାଧ୍ୟମରେ ନାଗରିକମାନେ ଏକମାତ୍ର ନମ୍ବର ମାଧ୍ୟମରେ ଆବଶ୍ୟକ ସେବା ସୁବିଧା ସହଜରେ ପ୍ରାପ୍ତ କରିପାରିବେ। ୨୦୨୬ ମାର୍ଚ୍ଚ ସୁଦ୍ଧା ସମସ୍ତ ସାର୍ବଜନୀନ ସେବାକୁ ହ୍ବାଟ୍ସଆପ୍‌ ମାଧ୍ୟମରେ ଉପଲବ୍ଧ କରାଇବା ଲକ୍ଷ୍ୟ ରହିଛି। ମେଟା, ଭାରତର ପରିଚାଳନା ନିର୍ଦେଶକ ଅରୁଣ ଶ୍ରୀନିବାସ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଦେଇଥିଲେ। ମେଟା, ଇଣ୍ଡିଆର ବିଜିନେସ୍ ମେସେଜିଂ ଡାଇରେକ୍ଟର ରବି ଗର୍ଗ କହିଲେ ଯେ, ଓଡ଼ିଶା ସରକାରଙ୍କ ସହ ସହଭାଗିତା ନେଇ ଖୁସି ପ୍ରକାଶ କରିଥିଲେ।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories