www.samajalive.in
Sunday, December 7, 2025
16.1 C
Bhubaneswar

ଓଡିଶାର ସୀମାନ୍ତ ଗ୍ରାମର ଦୁର୍ଦ୍ଦଶା- କୋଡ଼ିଏ କିଲୋମିଟର ଜଙ୍ଗଲରାସ୍ତାରେ ଦୋଳାରେ ବୁହା ହେଲେ, ନଦୀ ଭିତରେ ବି ଗଲେ ଗର୍ଭବତୀ

ପାତ୍ରପୁର – ପାତ୍ରପୁର ବ୍ଳକରେ ଦୁର୍ଗମ ବୁରାତାଲ ଆଦିବାସୀ ପଂଚାୟତ ଗୁଡିପଦର ଗ୍ରାମରୁ ଗତ ରବିବାର ଦିନ ଜଣେ ଗର୍ଭବତୀଙ୍କୁ ସାତ କିଲୋମିଟର ଦୋଳରେ ବୋହି ନଦୀ ପାର କରିବାର ତିନି ଦିନ ପରେ ଆଉ ଜନନୀ ଯନ୍ତ୍ରଣା ।  ଗତ ଥର ଦୋଳାରେ ଆସି ଆମ୍ବୁଲାନ୍ସରେ ନେବା ବେଳେ ରାସ୍ତାର ସନ୍ତାନ ପ୍ରସବ ହୋଇ ଥିଲା । ଏହାର ତିନିଦିନ ପରେ ବୁଧବାରରେ ପୁଣି ସେହି ଅଂଚଳର ଏକ ଦୁର୍ଗମ ଗ୍ରାମର ଜଣେ ଗର୍ଭବତୀଙ୍କୁ କୋଡ଼ିଏ କିଲୋମିଟରରୁ ଅଧିକ ରାସ୍ତା ଦୋଳାରେ ଅଣାଯାଇଛି । ଜଙ୍ଗଲ ରାସ୍ତାରେ ଦୁଇଟି ନଦୀ ପାର କରି ଆଣି ଆନ୍ଧ୍ର ସୀମାରେ ପହଁଚିବା ପରେ ଆମ୍ବୁଲାନ୍ସ ଯୋଗେ ଡାକ୍ତର ଖାନାକୁ ନିଆ ଯାଇଛି। ଏହି ଘଟଣା ପାତ୍ରପୁର ବ୍ଳକ ବୁରାତାଲ ପଞ୍ଚାୟତର ଦୁର୍ଗମ କୁସମଳା ଗ୍ରାମର ।

ଗ୍ରାମର କାମରାଜୁ ଶବରଙ୍କ ପତ୍ନୀ ଗୀତା ଶବରଙ୍କ ତିନିଦିନ ହେଲା ଗର୍ଭ ବେଦନା ହୋଇ ଥିଲା। ତେବେ ଗ୍ରାମଟି ଦୁର୍ଗମ ଘଞ୍ଚ ପାହାଡ଼ ଉପରେ ରହିଥିବା ବେଳେ ତଳକୁ ଆସିବାକୁ ହେଲେ କୋଡ଼ିଏ କିଲୋମିଟର ଘାଟି ରାସ୍ତାରେ ଚାଲିବାକୁ ପଡ । ଏଥିପାଇଁ ପ୍ରସବ ବେଦନା ହେଲେ କେହି ଡାକ୍ତରଖାନା ଯାଉ ନଥିଲେ । ତେବ ମହିଳା ଜଣକ ପ୍ରସବ ବେଦନା ରେ କଷ୍ଟ ପାଉଥିବା ପୂର୍ବତନ ୱ।ଡ଼ ସଭ୍ୟ ସନିଆଁ କାର୍ଜି ସ୍ଥାନୀୟ ସରପଞ୍ଚ ସମିତି ସଭ୍ୟଙ୍କୁ ଜଣାଇ ଥିଲେ । ଖବର ପାଇ ସରପଞ୍ଚ ପ୍ରତିନିଧି ୧୦୮ଆମ୍ବୁଲାନ୍ସ କୁ ଖବର ଦେଇଥିଲେ । ତେବେ ଆନ୍ଧ୍ର କୁରୁଡାଲ ଯାଇ ମହିଳାଙ୍କୁ ଆଣିବାକୁ ଥିବା ବେଳେ ଦୂରତା ୪୫କିଲୋମିଟର ଯୋଗୁଁ ପ୍ରଥମେ କର୍ମଚାରୀ ଅମଙ୍ଗ ହୋଇଥିଲେ । ପରେ ସ ବିଭଗ ଅଧିକାରୀଙ୍କ ସହିତ ଯୋଗାଯୋଗ କରି ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଥିଲା ।

- Advertisement -

ଗୀତାଙ୍କୁ ଗ୍ରାମରୁ ଦୋଳା କରି ଗ୍ରାମର କୋଡ଼ିଏରୁ ଉର୍ଦ୍ଧ ବ୍ୟକ୍ତି ଦୁଇଟି ସ୍ଥାନରେ ମହେନ୍ଦ୍ର ତନୟା ନଦୀ ପାର କରି ଆନ୍ଧ୍ର କୁରୁଡାଲରେ ପହଞ୍ଚାଇ ଥିଲେ। ସେହି ଠାରୁ ଆନ୍ଧ୍ର ସୋନପେଣ୍ଠ ଦେଇ ଘାଟିମୁକୁନ୍ଦପୁର ରାସ୍ତାରେ ପାତ୍ରପୁର ଡାକ୍ତର ଖାନାକୁ ନିଆଯାଇଥିଲା। ଏହି ଦୁର୍ଗମସ୍ଥାନରେ ୧୫ରୁ ଅଧିକ ଗ୍ରାମ ଆନ୍ଧ୍ର ପ୍ରଦେଶ ସୀମାରେ ରହିଛି । ଗ୍ରାମମାନଙ୍କୁ ଯିବାକୁ ହେଲେ ଦୁଇଟି ନଦୀ ପାର ହୋଇ ଆନ୍ଧ୍ର ଦେଇ ଯାତାୟାତ କରିବା ପାଇଁ ବାଧ୍ୟ ।

ବାତରାସାହି ପର୍ଯ୍ୟନ୍ତ ମାଟି ରାସ୍ତା ରହିଛି। ସେହି ଗ୍ରାମ ପରେ ପାହାଡ଼ ଉପରେ ବହୁ ଆଦିବାସୀ ଗ୍ରାମ ରହିଛି । ଗ୍ରାମମାନଙ୍କୁ ରାସ୍ତା ଟିଏ ନଥିବା ବେଳେ ଲୋକଙ୍କ ପାଇଁ ଗମନାଗମନ ଦୂରୁହ ବ୍ୟାପାର।ଲୋକଙ୍କ ଯାତାୟାତ ପାଇଁ ଏମ ମନରେଗା ଯୋଜନାରେ ରାସ୍ତା ନିର୍ମାଣପାଇଁ ପ୍ରସ୍ତାବ ଦିଆଯାଇଛି। ତେବ ଏହାର କାର୍ଯ୍ୟ ମଞ୍ଜୁରୀ ନ ହେବା ଫଳରେ ଆରମ୍ଭ ହୋଇପାରିନାହିଁ । ଖୁବ ଶୀଘ୍ର ଓଡ଼ିଶାର ଏହି ସୀମାନ୍ତ ଗ୍ରାମମାନଙ୍କୁ ରାସ୍ତା ତିଆରି ପାଇଁ ଦାବୀ ହୋଇଛି ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories