www.samajalive.in
Monday, December 8, 2025
14.1 C
Bhubaneswar

ପୁଲିସ ଓ ଦୁର୍ଦ୍ଦାନ୍ତ ଅପରାଧୀ ମଧ୍ୟରେ ଧସ୍ତାଧସ୍ତି ; ନିଜ ବନ୍ଧୁକରୁ ଗୁଳି ଫୁଟି ଅପରାଧୀ ମୃତ

ବାଲେଶ୍ବର :  ପୁଲିସ ସହ ଦୁର୍ଦ୍ଦାନ୍ତ ଅପରାଧୀର ଧସ୍ତାଧସ୍ତି ବେଳେ ଅପରାଧୀର ମୃତ୍ୟୁ ଘଟିଛି। ପୁଲିସ ଅପରାଧୀର ବନ୍ଧୁକ ଛଡାଇଲା ବେଳେ ନିଜ ବନ୍ଧୁକରୁ ଗୁଳି ଫୁଟି ଅପରାଧୀର ମୃତ୍ୟୁ ଘଟିଛି। ବାଲେଶ୍ବର ଜିଲ୍ଲା ବାହାନଗା ଗୋପାଳପୁର ଫାଣ୍ଡି  ବରିପଦା କଙ୍କଡା ଛକରେ ପୁଲିସ୍ ସହ ଦୁର୍ଦ୍ଦାନ୍ତ ଅପରାଧି ରୁଣ୍ଡୁ (ଲଷ୍ମୀଧର) ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଋଣ୍ଡୁଠାରୁ ବନ୍ଧୁକ ଛଡାଇଲା ବେଳେ ନିଜ ବନ୍ଧୁକରୁ ଗୁଳି ଫୁଟି ଦୁର୍ଦ୍ଦାନ୍ତ ଅପରାଧୀ ରୁଣ୍ଡୁ ମଳିକର ମୃତ୍ୟୁ ଘଟିଛି । ରୁଣ୍ଡୁ ମଳିକ ନାମରେ ପୂର୍ବରୁ ୩୦ରୁ ଉର୍ଦ୍ଧ୍ବ ଅପରାଧିକ ମାମଲା ଥିବା ସୁଚନା ମିଳିଛି । ପୁଲିସ ରୁଣ୍ଡୁକୁ ଧରିବାକୁ ଯାଇଥିବା ବେଳେ ସେ ପୁଲିସ ଉପରକୁ ଆକ୍ରମଣ କରିଥିଲା। ପୁଲିସ ସହିତ ଧସ୍ତାଧସ୍ତି ବେଳେ ନିଜ ବନ୍ଧୁକରୁ ଗୁଳି ଫୁଟି ରୁଣ୍ଡୁ ମଳିକର ମୃତ୍ୟୁ ଘଟିଛି।

ଋଣ୍ଡୁର ଛାତି ଓ ଡାହାଣ ବାହୁରେ ଗୁଳି ବାଜିଛି। ଘଟଣା ସ୍ଥଳରେ ସଦର ଏସଡିପିଓ ପଦାରବିନ୍ଦ ତ୍ରିପାଠୀଙ୍କ ନେତୃତ୍ୱରେ ତଦନ୍ତ ଚାଲିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories