www.samajalive.in
Wednesday, December 10, 2025
16.1 C
Bhubaneswar

ଶୀତଳଭଣ୍ଡାରରେ ଓଡ଼ିଆ ଭାଷା କମିସନ

ଭୁବନେଶ୍ବର : ମାର୍ଚ୍ଚ ୨୦୧୪ରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଲା। ୨୦୧୬ରେ ସରକାରୀ ଭାଷାଭାବେ ବ୍ୟବହାର ନେଇ ରାଜ୍ୟ ସରକାର ଅଧ୍ୟାଦେଶ ଜାରି କରିଥିଲେ। ୨୦୧୭ରେ ଓଡ଼ିଆ ଭାଷାର ଉତ୍କର୍ଷ ନେଇ ଆରମ୍ଭ ହୋଇଥିଲା ଅଭିଯାନ। ବ୍ଲକ, ପଞ୍ଚାୟତ, ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ, ସରକାରୀ ଦପ୍ତରରେ ଓଡ଼ିଆ ଭାଷାର ସଠିକ ବ୍ୟବହାର ଉପରେ ଗୁରୁତ୍ବ ଦିଆଯାଇ ଓଡ଼ିଆ ଭାଷା କମିସନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ବିଶେଷକରି ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ପରେ ଏହି କମିସନ ଗଠନ ପାଇଁ ନିଷ୍ପତ୍ତି ହୋଇଥିଲା।
ଓଡ଼ିଆ ଭାଷା ଉପରେ କିପ୍ରକାର ଗବେଷଣା ହେବ, ଏହାସହିତ ଜ୍ଞାନ ଓ କୌଶଳ ଭାଷା ପାଇଁ କ’ଣ କରିବା ଆବଶ୍ୟକ ଏନେଇ ୨୦୧୭ ଡିସେମ୍ବର ୧୭ରେ ପୁରୀଠାରେ ସ୍ବତନ୍ତ୍ର କ୍ୟାବିନେଟରେ ଭାଷା କମିସନ ଗଠନ ପାଇଁ ମଞ୍ଜୁର ହୋଇଥିଲା। ଓଡ଼ିଆ ଭାଷା ପ୍ରତିଷ୍ଠାନକୁ ଏହି ଦାୟିତ୍ବ ଦିଆଯାଇଥିଲା। ପ୍ରତିଷ୍ଠାନ ଗତ ଦୁଇବର୍ଷ ହେବ ଏହାର କାର୍ୟ୍ୟ ସାରି ସଂସ୍କୃତି ବିଭାଗକୁ ଦେଇଛି। ହେଲେ ଏପର୍ୟ୍ୟନ୍ତ ଭାଷା କମିସନ ଗଠନ ହୋଇପାରୁନାହିଁ।
ରାଜ୍ୟରେ ଓଡ଼ିଆ ଭାଷାର ସଠିକ୍‌ ବ୍ୟବହାର ଓ ପ୍ରୟୋଗ ହେବ। ସଚିବାଳୟରୁ ପଞ୍ଚାୟତ ପର୍ୟ୍ୟନ୍ତ ସବୁକ୍ଷେତ୍ରରେ ନିର୍ଭୁଲ ଓଡ଼ିଆ ଭାଷା ବ୍ୟବହାର ହେବ। ଭାଷା ପାଇଁ ସ୍ବତନ୍ତ୍ର ନିୟମ ରହିବ। ଅପବ୍ୟବହାରକୁ ରୋକାଯିବା ସହ ଖିଲାପକରୀଙ୍କ ବିେରାଧରେ ଦଣ୍ଡବିଧାନ କରାଯିବ। ବିଦ୍ୟାଳୟଠାରୁ ଆରମ୍ଭ କରି ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟରେ ଓଡ଼ିଆ ଭାଷାକୁ ସଠିକଭାବେ ବ୍ୟବହାର କରାଯିବ। ଯେଉଁମାନେ ଭୁଲ ଲେଖିବେ ତାଙ୍କୁ ସଠିକ ଲେଖିବା ପାଇଁ ପରାମର୍ଶ ଦିଆଯିବ। ଆବଶ୍ୟକସ୍ଥଳେ ଭାଷାର ଉନ୍ନତି ପାଇଁ ନୂଆ ନିୟମ ମଧ୍ୟ କରାଯିବ। ଏହାକୁ ଦୃଷ୍ଟିରେ ରଖି ଭାଷା କମିସନ ଗଠନ ନିଷ୍ପତ୍ତି ହୋଇଥିଲା। କର୍ଣ୍ଣାଟକ, ପଞ୍ଜାବ, ତାମିଲନାଡୁ ସହିତ ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟର ଭାଷା କମିସନକୁ ଦେଖି ଓଡ଼ିଶାରେ କେମିିତି ଏହା ଗଠନ ଏବଂ ପ୍ରଚଳନ ହେବ ଏନେଇ ରିପୋର୍ଟ ପ୍ରସ୍ତୁତ ହୋଇଥିଲା। ଏହାର କାର୍ୟ୍ୟ, ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପାଇଁ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ଫାଇଲ ପ୍ରସ୍ତୁତ କରି ସଂସ୍କୃତି ବିଭାଗକୁ ଦିଆଯାଇଥିବା ବେଳେ ସେଠାରୁ ଆଇନ ବିଭାଗକୁ ଯାଇଛି। ସେଠାରେ ମଧ୍ୟ ଫାଇଲକୁ ମଞ୍ଜୁରି ମିଳିଥିବା ଜଣାପଡ଼ିଛି। କେବେ କମିସନ େକବେ ଗଠନ ହେବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ତି ଏ ଦିଗରେ ତଦାରଖ କରି ପଦକ୍ଷେପ ଗ୍ରହଣ କରାଯିବ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories