www.samajalive.in
Tuesday, December 9, 2025
15.1 C
Bhubaneswar

‘ସିଏମୋ-ଏକ୍ସ ଗ୍ଲୋବାଲ’ରେ ତଏସ ଚମ୍ପିଆନ

କଟକ : ମର୍ଯ୍ୟାଦାପୂର୍ଣ୍ଣ ‘ସାଉଥଇଷ୍ଟ ଏସିଆନ୍‍ ମାଥ୍‍ମେଟିକାଲ ଅଲିମ୍ପିଆଡ୍‍-ସିଏମୋ ଏକ୍ସ ୨୦୨୧ ଗ୍ଲୋବାଲ’ରେ ଭାରତର ପ୍ରତିନିଧିତ୍ୱ କରି ଓଡ଼ିଆ ଛାତ୍ର ତଏସ ପଢ଼ିହାରୀ ପେପର-ଇ ବର୍ଗରେ ଶତ ପ୍ରତିଶତ ପରସାନ୍‍ଟାଇଲ ପ୍ରାପ୍ତ କରି ସ୍ୱର୍ଣ୍ଣପଦକ ସମେତ ଚମ୍ପିଆନ ହୋଇଛନ୍ତି। ସିଏମୋରେ ସ୍ୱର୍ଣ୍ଣପଦକ ହାସଲ କରିବା ପରେ ସେ ଏହି ଏକ୍ସଟେଣ୍ଡେଡ୍‍ ଗ୍ଲୋବାଲ ଫାଇନାଲରେ ଦେଶ ପାଇଁ ପ୍ରତିନିଧିତ୍ୱ କରିଥିଲେ। ମୋଟ୍‍ ୨୨ଟି ଦେଶର ପ୍ରମୁଖ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ। ୨୦୨୦ ଜାନୁଆରୀରେ ଅଷ୍ଟ୍ରେଲିଆରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ କରୋନା ଯୋଗୁଁ ଚଳିତବର୍ଷ ଏହା ସିକ୍ୱୋର୍ଡ ଅନ୍‍ଲାଇନ ପ୍ଲାଟଫର୍ମରେ ଗତ ୧୬ ତାରିଖରେ ଆୟୋଜିତ ହୋଇଥିଲା। ତଏସ ସିଏମୋରେ ଏଯାବତ୍‍ ୩ଥର ସ୍ୱର୍ଣପଦକ ପାଇଛନ୍ତି। ଏଥିସହ ‘ଇନ୍‍ଟରନେସନାଲ ଜୁନିଅର ମାଥ୍‍ମେଟିକାଲ ଅଲିମ୍ପିଆଡ୍‍-ଆଇଜେଏମ୍‍ଓ ୨୦୨୦’ ଫାଇନାଲରେ ଦେଶକୁ ପ୍ରତିନିଧିତ୍ୱ କରି ସ୍ୱର୍ଣ୍ଣପଦକ ସହ ପ୍ରଥମ ରନର୍ସଅପ୍‍ ଏବଂ ‘ସିଙ୍ଗାପୁର ଇଣ୍ଟରନେସନାଲ ମାଥ୍‍ ଅଲିମ୍ପିଆଡ୍‍ ଚ୍ୟାଲେଞ୍ଜ-ସିମକ୍‍ ୨୦୨୦’ ଫାଇନାଲରେ ମଧ୍ୟ ସ୍ୱର୍ଣ୍ଣପଦକ ପାଇ ଭାରତ ପାଇଁ ସେ ଗୌରବ ଆଣିଦେଇଛନ୍ତି। ୟୁଟୁବ୍‍ ପ୍ଲାଟଫର୍ମ ମାଧ୍ୟମରେ ଏ ସମସ୍ତ ଭର୍ଚୁଆଲ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ପ୍ରସାରିତ ହୋଇଛି। ତଏସଙ୍କ ଉଲ୍ଲେଖନୀୟ କୃତୀତ୍ୱ ପାଇଁ ତାଙ୍କୁ ସିଙ୍ଗାପୁର ୟଙ୍ଗ ଆଚିଭର୍ସ ଲିଡରସିପ୍‍ ଏକାଡେମୀ-ୟାଲା ପ୍ଲାଟିନମ୍‍ ସ୍କଲାରସିପ୍‍ ମଧ୍ୟ ମିଳିଛି। ଆହୁରି ମଧ୍ୟ ରୁଷ୍‍ର ଆଇ.ଏଫ୍‍. ଶାରିଜିନ୍‍ ଜ୍ୟାମିତି ଅଲିମ୍ପିଆଡ୍‍ରେ ଡିପ୍ଲୋମା ହାସଲ କରିବା ପରେ ଚଳିତବର୍ଷ ମସ୍କୋ ଯିବାକୁ ସେ ମନୋନୀତ ହୋଇଛନ୍ତି। ତଏସ ସ୍ଥାନୀୟ ଏସ୍‍.ସି.ବି ମେଡିକାଲ ପବ୍ଲିକ ସ୍କୁଲର ଛାତ୍ର ଥିବାବେଳେ ରାଜ୍ୟ, ଜାତୀୟ ତଥା ଅନ୍ତର୍ଜାତୀୟସ୍ତରୀୟ ବିବିଧ ଅଲିମ୍ପିଆଡ୍‍ରେ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରି ସ୍କୁଲ ପାଇଁ ଗୌରବ ଆଣିଦେଇଥିଲେ। ଶିକ୍ଷାନଗରୀ କୋଟାସ୍ଥିତ ଦିଶା ଡେଲ୍‍ଫି ପବ୍ଲିକ ସ୍କୁଲର ସେ ସମ୍ପ୍ରତି ଦଶମ ଶ୍ରେଣୀର ଛାତ୍ର।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories