କଟକ: ଖ୍ୟାତନାମା ସାହିତ୍ୟ-ସମୀକ୍ଷକ ଅଧ୍ୟାପକ କୁମୁଦ ଚନ୍ଦ୍ର ଦାଶଙ୍କୁ ୨୦୧୯ ବର୍ଷ ପାଇଁ ‘କ୍ଷେତ୍ରବାସୀ ସାହିତ୍ୟବିଦ୍ୟା ପୁରସ୍କାର’ରେ ସମ୍ମାନିତ କରାଯିବ। ଏପ୍ରିଲ ୭ତାରିଖରେ ଓଡ଼ିଆ ଗବେଷଣା ପରିଷଦ ପକ୍ଷରୁ ଆୟୋଜିତ ହେବାକୁ ଥିବା ୩୯ତମ ବାର୍ଷିକୋତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ପରିଷଦର ସଭାପତି ସୁଧୀର ଚନ୍ଦ୍ର ବେହୁରା ଜଣାଇଛନ୍ତି। କଟକ ଶ୍ରୀରାମଚନ୍ଦ୍ର ଭବନରେ ଏହି ଉତ୍ସବରେ କବି ଦୁର୍ଗା ଚରଣ ପରିଡାଙ୍କୁ ‘କୃଷ୍ଣଚରଣ କାବ୍ୟପୁରୁଷ ପୁରସ୍କାର’ରେ ସମ୍ମାନିତ କରାଯିବ। ପରିଷଦର ବାର୍ଷିକୋତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ଦାଶରଥି ଦାଶ ଏବଂ ଅଧ୍ୟାପକ ଡକ୍ଟର ଖାରବେଳ ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ ଶୈଳଜ ରବିଙ୍କ ନିର୍ଦ୍ଦେଶନାରେ ‘ଓଡ଼ିଆ ସାହିତ୍ୟ ଓ ଗାନ୍ଧିଜୀ’ ଶୀର୍ଷକ ସଂପାନରେ ଡଃ ବନପ୍ରଭା ପରିଡା, ଡଃ ଜ୍ଞାନୀ ଦେବାଶିଷ ମିଶ୍ର ଏବଂ ଡଃ ଅସିତ ମହାନ୍ତି ପ୍ରବନ୍ଧ ପାଠ କରିବେ।
Popular Categories



