ଭୁବନେଶ୍ବର: ସେବିକାଙ୍କ ନିଷ୍ଠା ଓ ତ୍ୟାଗ ଜୀବନ ବଞ୍ଚାଇବାରେ ସମ୍ଭବ ହୋଇଛି। ଚିକିତ୍ସା ସେବା କ୍ଷେତ୍ରରେ ସେବିକାଙ୍କ ଉଲ୍ଲେଖନୀୟ ଅବଦାନ ରହିଛି ବୋଲି ବିଶ୍ୱ ସେବିକା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ-୧୯ ସଂଗ୍ରାମର ଆଗଧାଡିର ଯୋଦ୍ଧା ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ବିଶ୍ୱର ଲକ୍ଷ ଲକ୍ଷ ସେବିକାଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେବିକାମାନଙ୍କ ନିଷ୍ଠା ଏବଂ ତ୍ୟାଗ ଯୋଗୁଁ ଆମକୁ ଜୀବନ ବଞ୍ଚାଇବା ସମ୍ଭବ ହୋଇଛି ଏବଂ ଅଧିକ ଲୋକ ସୁସ୍ଥ ହେବାରେ ସହାୟକ ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି।
Popular Categories



