www.samajalive.in
Monday, December 8, 2025
13.1 C
Bhubaneswar

ନୂଆପାଟଣାରୁ ଆଠଗଡ ରାସ୍ତା ହେବ ସଂପ୍ରସାରଣ, ଖର୍ଚ୍ଚ ହେବ ୮୦ କୋଟି ଟଙ୍କା

ଗୁରୁଡିଝାଟିଆ: ମହାନଦୀର ନୂଆପାଟଣା ସ୍ଥିତ ମଧୁସେତୁଠାରୁ ଆଠଗଡ ପର୍ଯ୍ୟନ୍ତ ପୁରୁଣା କଟକ-ସମ୍ବଲପୁର ରାସ୍ତାର ସଂପ୍ରସାରଣ ହେବ। ରାସ୍ତାଟି ଏବେ ବ୍ୟସ୍ତବହୁଳ ହୋଇଉଠିଛି। ଦୈନିକ ଶହଶହ ସଂଖ୍ୟାରେ ଗାଡିମୋଟର ଚଳାଚଳ କରୁଛି। ରାସ୍ତାଟି ସଂକୁଚିତ ଥିବାରୁ ଟ୍ରାଫିକ ସମାସ୍ୟା ମଧ୍ୟ ଦେଖାଦେଇଛି। ତେଣୁ ଏହି ରାସ୍ତାଟିର ସଂପ୍ରସାରଣ ପାଇଁ ୮୦କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏହାର ଅନୁମୋଦନ ପାଇଁ ଜିଲ୍ଲା ପ୍ରଶାସନକୁ ଲିଖିତ ଭାବରେ ଦିଆଯାଇଛି।

ପ୍ରକାଶଯୋଗ୍ୟ, ମହାନଦୀର ସିଡିଏରୁ ନୂଆପାଟଣାକୁ ମଧୁସେତୁ ଦ୍ୱାରା ସଂଯୋଗ ହେବା ପରେ ପଶ୍ଚିମ ଓଡିଶାରୁ ଭୂବନେଶ୍ୱର ଓ କଟକକୁ ପ୍ରାୟ ୪୦ କିମି କମିଯାଇଛି। ଯାହାକି ଗାଡିଚାଳକ ଙ୍କ ପାଇଁ ପ୍ରଥମ ପସନ୍ଦ ହୋଇଥିବା ବେଳେ ଅନୁଜୂଳ ମଧ୍ୟ ଅଟେ। ମଧୁସେତୁ ଠାରୁ ଆଠଗଡ ପର୍ଯ୍ୟନ୍ତ ରାସ୍ତାଟିର ବିଭିନ୍ନ ସ୍ଥାନରେ ଖାଲଖମା ହୋଇପଡିଛି। ସରକାରୀ ଜାଗା ଏବଂ ପୂର୍ତ୍ତ ବିଭାଗର ରାସ୍ତାପାଶ୍ୱର୍ରେ ଥିବା ଜମିକୁ ଖୁବଶୀଘ୍ର ବିଭାଗ ପକ୍ଷରୁ ନିଜ ଅକ୍ତିଆରକୁ ନିଆଯିବ। ରାସ୍ତାର ସଂପ୍ରସାରଣ ପାଇଁ ସ୍ଥାନୀୟ ମନ୍ତ୍ରୀଙ୍କ ସମ୍ମତି ରହିଛି। ଗତ ସପ୍ତାହରେ କଟକରେ ଅନୁଷ୍ଠିତ ଏକ ବୈଠକରେ ରାସ୍ତାପାଶ୍ୱର୍ରେ ଥିବା ଜବରଦଖଲକୁ ଉଚ୍ଛେଦ ପାଇଁ ମଧ୍ୟ ଆଠଗଡ ତହସିଲଦାରଙ୍କୁ ପରାମର୍ଶ ଦିଆଯାଇଥିଲା। ଯେହେତୁ କଖଡିରେ ରାସ୍ତାପାଶ୍ୱର୍ରେ ଜବରଦଖଲ କରିଥିବା ଜନସାଧାରଣ ଓ ବ୍ୟବସାୟିକ ପ୍ରତିଷ୍ଠାନ କଟକ ସଦର ତହସିଲକୁ ସମ୍ମାନ ଦେଇ ନିଜେ ନିଜେ ଉଚ୍ଛେଦ କରୁଛନ୍ତି। ସେହିଭଳି ଭାବରେ ଅନ୍ୟଗ୍ରାମଗୁଡିକରେ ମଧ୍ୟ ଏହି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାଯାଏ। ରାସ୍ତାଟି ନିର୍ମାଣ ପାଇଁ ଅନୁମୋଦନ ହେଲେ ଏହା ଜନସାଧାରଣଙ୍କ ଅଶେଷ ଉପକାର ରେ ଆସିବା ସହିତ ଟ୍ରାଫିକ ସମାସ୍ୟା ଦୂରୀଭୂତ ହେବ।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories