www.samajalive.in
Monday, December 8, 2025
27.1 C
Bhubaneswar

ଭୁବନେଶ୍ବରରୁ ଅପହୃତ ଗାଡ଼ି ବୌଦ୍ଧରେ ଧରାପଡ଼ିଲା, ଗାଡ଼ି ଡ୍ରାଇଭର୍‌ଙ୍କୁ ଉଦ୍ଧାର ସହ ୮ ଅପହର୍ତ୍ତାଙ୍କୁ ଅଟକ

ହରଭଙ୍ଗା: ଭୁବନେଶ୍ବରରୁ ଅପହୃତ ଗାଡ଼ି ବୌଦ୍ଧରେ ଧରାପଡ଼ିଲା। ପୁରୁଣା କଟକ ପୁଲିସ କଣ୍ଟିଆଣି ନିକଟରେ ଏକ ଇନୋଭା କାର୍‌କୁ ଧରିଲା। ଇନୋଭା ଗାଡ଼ି ଡ୍ରାଇଭର୍‌ଙ୍କୁ ଉଦ୍ଧାର କରିବା ସହ ୮ ଅପହର୍ତ୍ତାଙ୍କୁ ପୁଲିସ ଅଟକ ରଖିଛି। ପୁରୁଣା କଟକ ପୁଲିସ ଇନୋଭା ଗାଡ଼ି ଭିତରୁ ଗୋଟିଏ ମାଉଜର, ୨ଟି ଖଣ୍ଡା ଓ ମୁଖା ଜବତ କରିଛି। ପୁରୁଣା କଟକ ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ ଇନୋଭା ଗାଡ଼ିକୁ ଭଡ଼ା ସୂତ୍ରରେ ନେଇ ଯାଇଥିଲେ ୮ ଡକାୟତ। ଡ୍ରାଇଭର ସନ୍ଦେହ କରି କୌଶଳକ୍ରମେ ମାଲିକଙ୍କୁ ଖବର ଦେଇଥିଲେ। ଭୁବନେଶ୍ବରର ଗାଡ଼ି ମାଲିକ ପୁଲିସଙ୍କୁ ଜଣାଇବା ପରେ ଡକାୟତ ଧରାପଡ଼ିଲେ। ଡକାୟିତ ଉଦେଶ୍ୟରେ ଗାଡ଼ି ଅପହରଣ କରାଯାଇଥିବା ପୁରୁଣା କଟକ ପୁଲିସ ସୂଚନା ଦେଇଛି।

ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧଜିଲା ହରଭଙ୍ଗା ବ୍ଲକ ଖୋର୍ଦ୍ଧା-ବଲାଙ୍ଗିର ୫୭ନଂ ଜାତୀୟ ରାଜପଥର ଚାରିଛକ ବନବିଶ୍ରାମଗାର ସମ୍ମୁଖରୁ ରବିବାର ପୁରୁଣାକଟକ ପୁଲିସ ଏକ ଇନୋଭା କାର ସହ ମାରଣାସ୍ତ୍ର ଜବତ କରିଥିବା ଜଣାପଡିଛି। ଏହି ମାମଲାରେ ପୁଲିସ ୮ଜଣ ଡକାୟତଙ୍କୁ ଗିରଫ କରିବା ସହ ବଡଧରଣର ଡକାୟତି ଅପରାଧକୁ ପଣ୍ଡ କରିବାରେ ପୁଲିସ ସଫଳ ହୋଇଛି। ଡକାୟତ ଉଦେଶ୍ୟରେ ଭୂବନେଶ୍ୱରର ଏକ ମିଶ୍ର ଟୁର ଆଣ୍ଡ ଟ୍ରାଭେଲରୁ ୮ଜଣ ଡକାୟତ ଏକ ଇନୋଭା ଗାଡି ନଂ ଓଆର-୦୨ ବି୭୧୧୧ କୁ ଭଡା ହିସାବରେ ଆଣି ଭୂବନେଶ୍ୱରରୁ ହରିଶଙ୍କର ଅଭିମୁଖେ ଯାତ୍ରା କରିଥିଲେ। ସେମାନଙ୍କ ହାବଭାବ ଏବଂ ଗାଡିରେଥିବା ୨ଟି ଭୁଜାଲି, ଗୋଟିଏ ପିସ୍ତଲ, ମୁଖାକୁ ଦେଖି ଗାଡି ଡ୍ରାଇଭର ଚତୁରତାର ସହ ମାଲିକଙ୍କୁ ଖବର ଦେଇଥିଲେ। ମାଲିକ ଏ ସଂର୍ପକରେ ବୌଦ୍ଧ ଏସ୍‌ପିଙ୍କୁ କୌଣସି ମତେ ସୂଚନା ଦେଇଥିଲେ।

- Advertisement -

ଫଳରେ ବୌଦ୍ଧ ପଟୁ ଭୁବନେଶ୍ୱର ଅଭିମୁଖେ ଫେରୁଥିବା ଗାଡିକୁ ବୌଦ୍ଧ ଏସ୍‌ପିଙ୍କ ନିର୍ଦେଶକ୍ରମେ ଚାରିଛକରେ ଅଟକାଇ ତଦନ୍ତ ଆରମ୍ଭ ହୋଇଥିଲା। ସେତେବେଳେ ଇନୋଭା ଗାଡିରୁ ୨ଟି ଭୁଜାଲି, ଗୋଟିଏ ପିସ୍ତଲ ସହ ମୁଖା ପୁଲିସ ଜବତ କରିଥିଲା। ଖବର ପାଇ ବୌଦ୍ଧ ଏସ୍‌ପି ଭି.ରଘୁନାଥ ରାଓ ଏବଂ ବୌଦ୍ଧ ଏସଡିପିଓ ସାଲେଷ୍ଟିନ ଟିଗା ମଧ୍ୟ ପୁରୁଣାକଟକ ଥାନାରେ ସନ୍ଧ୍ୟାରେ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିଥିଲେ। ତଦନ୍ତ ପରେ ୮ଜଣ ଡକାୟତ ଏକ ଗ୍ୟାଙ୍ଗ ଏବଂ ସେମାନେ ବଡ଼ ଧରଣର ଡକାୟତି ଯୋଜନା କରୁଥିବା ସ୍ପଷ୍ଟ ହୋଇଥିଲା। ଏ ନେଇ ପୁରୁଣାକଟକ ଥାନା ପକ୍ଷରୁ ଏକ ଡକାୟିତ ମାମଲା ରୁଜୁକରି ସମସ୍ତ ୮ଜଣଙ୍କୁ ଗିରଫ କରାଯାଇଥିବା ବୌଦ୍ଧ ଏସଡିପିଓ ସାଲେଷ୍ଟିନ ଟିଗା ସୂଚନା ଦେଇଛନ୍ତି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories