www.samajalive.in
Monday, December 8, 2025
27.1 C
Bhubaneswar

ଲାଲୁ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର; ୭୫% କାମ କରୁନାହିଁ କିଡ଼ନୀ

ରାଞ୍ଚି: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡ଼ି ମୁଖ୍ୟ ଲାଲୁପ୍ରସାଦ ଯାଦବଙ୍କ ଅବସ୍ଥା ଭଲ ନାହିଁ । ତାଙ୍କ କିଡ଼ନୀ ଖରାପ ହୋଇ ଯାଇଛି ଓ ମାତ୍ର ୨୫% କାର୍ଯ୍ୟ କରୁଛି । ଯେ କୌଣସି ସମୟରେ କିଛି ବି ଘଟିପା​‌ରେ ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡ଼ାକ୍ତର ଉମେଶ ପ୍ରସାଦ କହିଛନ୍ତି । ଏ ସମ୍ପର୍କରେ ସେ ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ ସାଇନ୍ସ (ଆରଆଇଏମଏସ)ର ଅଧିକାରୀଙ୍କୁ ଅବଗତ କରିଛନ୍ତି ।

ଡ଼ାକ୍ତର ପ୍ରସାଦ କହିଛନ୍ତି ଯେ ଲାଲୁ ଗତ ୨୦ ବର୍ଷ ଧରି ମଧୁମେହ ରୋଗରେ ପୀଡ଼ିତ ଅଛନ୍ତି । ତାଙ୍କର କିଡ଼ନୀ ଖରାପ ହୋଇ ଆସିଛି । ମାତ୍ର ୨୫% ଏହା କାର୍ଯ୍ୟକ୍ଷମ । କୌଣସି ସମୟରେ କିଛି ବି ଘଟିବାର ଆଶଙ୍କା ରହିଛି, ମାତ୍ର କେତେବେଳେ କ’ଣ ହେବ ତାହା ପୂର୍ବାନୁମାନ କରିବା କଷ୍ଟକର ବୋଲି ସେ କହିଛନ୍ତି ।

- Advertisement -

ଡକ୍ଟର ପ୍ରସାଦ ଏହା ମଧ୍ୟ କହିଛନ୍ତି ଯେ  ଲାଲୁ ଯାଦବଙ୍କୁ ଅନ୍ୟ କୌଣସି ମେଡ଼ିକାଲକୁ ସ୍ଥାନାନ୍ତରର ଆବଶ୍ୟକତା ନାହିଁ । କାରଣ ଲାଲୁଙ୍କ ସ୍ବାସ୍ଥ୍ୟର ଯେଉଁ କ୍ଷତି ଘଟିଛି ତାହା ଆଉ ଭରଣା ହୋଇ ପାରିବ ନାହିଁ ।

ଚିକିତ୍ସା ପାଇଁ ତାଙ୍କୁ ଅନ୍ୟ କୌଣସି ସ୍ଥାନକୁ ନିଆଯିବା ଆବଶ୍ୟକ କି ନାହିଁ ତାହା ଉପରେ କୋର୍ଟ କିମ୍ବା ସରକାର ନିଷ୍ପତ୍ତି ନେବାକୁ ପଡିବ। ମୋ ମତରେ ଯଦି ତାଙ୍କୁ ଚିକିତ୍ସା ପାଇଁ ବାହାରକୁ ନିଆଯାଏ ତେବେ ତାଙ୍କ ସ୍ୱାସ୍ଥ୍ୟ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଏମିତି କୌଣସି ଔଷଧ ବା ଚିକିତ୍ସା ବାହାରି ନାହିଁ  ଯାହା କିଡନୀକୁ ୨୫%ରୁ ୧୦୦% କାର୍ଯ୍ୟ କରାଇ ପାରିବ।ସୂଚନାଯୋଗ୍ୟ ଯେ ଗତ ଶୁକ୍ରବାର ଝାଡ଼ଖଣ୍ଡ ହାଇକୋର୍ଟ ଲାଲୁଙ୍କ ଓକିଲଙ୍କ ଅନୁରୋଧକୁ ବିଚାର କରିବା ପରେ ଚାରା ଘୋଟାଲାରେ ଲାଲୁଙ୍କ ଜାମିନ ଆବେଦନ ୨୦୨୧ ଜାନୁଆରୀ ୨୨ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories