www.samajalive.in
Friday, December 5, 2025
26.1 C
Bhubaneswar

ହେଲିକପ୍ଟରରେ ଗଲେ ପୋଲିଂ ଟିମ୍

ନୂଆପଡା : ନୂଆପଡ଼ା ଉପନିର୍ବାଚନ ପାଇଁ ୩୫୮ଟି ବୁଥ୍ ମତଦାନ ପ୍ରସ୍ତୁତ କରାଯାଇଛି। ସେଥିମଧ୍ୟରୁ ୧୦୧ଟି ସମ୍ବେଦନଶୀଳ, ୫୭ଟି ଅତି ସମ୍ବେଦନଶୀଳ ବୁଥ୍ ରହିଛି। ୮ ଟି ସୁନାବେଡ଼ା ଜଙ୍ଗଲ ଭିତରେ ଥିବା ସୋସେଙ୍କ ପଞ୍ଚାୟତ ଓ ସୁନାବେଡ଼ା ପଞ୍ଚାୟତର ୮ ଟି ବୁଥ୍ ରେ ମତଦାନ ହେବ । ଘଞ୍ଚ ଜଙ୍ଗଲ ଭିତରେ ଥିବା ଏହି ବୁଥ୍ ଗୁଡିକ ମାଓ ଉପଦ୍ରୁତ। ଏଠାରେ ମାଓବାଦୀଙ୍କ ଚଳପ୍ରଚଳ ଓ ପ୍ରଭାବ ଥିବାରୁ ମତଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହେବାର ସମ୍ଭାବନା ରହୁଛି । ସେଥିପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ପୋଲିଂ ପାର୍ଟିକୁ ଭାରତୀୟ ବାୟୁ ସେନାର ସ୍ଵତନ୍ତ୍ର ହେଲିକପ୍ଟରରେ ନିଆଯାଉଛି। ମୋଟ ୪ ଥର ଏହି ହେଲିକପ୍ଟର ଉଡାଣ ଭରିବ। ପ୍ରତି ଥର ଉଡାଣରେ ୨ ଟି ଟିମ ଯିବ । ସେଠାରେ ଟିମ୍ ପହଁଞ୍ଚିବା ପରେ ସିଆରପିଏଫ୍, ବିଏସ୍‌ଏଫ୍ ଓ ଓଡିଶା ପୁଲିସ ର ଏସ୍‌ଓଜି କମାଣ୍ଡୋ ତାଙ୍କୁ ସୁରକ୍ଷା ପ୍ରଦାନ କରି ବୁଥ୍ ନେଇଯିବ। ସୁନାବେଡା ରେ ଜିଓ ମୋବାଇଲ୍ ନେଟ୍‌ଓ୍ବର୍କ କାମ କରୁଥିବାରୁ ପ୍ରତି ଟିମକୁ ଗୋଟିଏ ଲେଖାଏଁ ସିମ୍ ପ୍ରଦାନ କରାଯାଇଛି। ପୋଲିଂ ଟିମ କୁ ପ୍ରତି ଏକ ଘଣ୍ଟାରେ ଫୋନ କରି ସୁବିଧା ଅସୁବିଧା ବୁଝାଯିବ।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories