www.samajalive.in
Friday, December 5, 2025
27.1 C
Bhubaneswar

୧୦୦ ଟଙ୍କା ପାଇଁ ଯୁବକଙ୍କୁ ଇଟାରେ ଛେଚି ହତ୍ୟା

ନୂଆଦିଲ୍ଲୀ : ଧାର ନେଇଥିବା ମାତ୍ର ୧୦୦ ଟଙ୍କା ଫେରାଇବା ଘଟଣାକୁ ନେଇ ଦିଲ୍ଲୀର ନରେଲା ଅଞ୍ଚଳରେ ଜଣେ ଅଭିଯୁକ୍ତ ୨୫ ବର୍ଷୀୟ ଯୁବକଙ୍କ ମୁଣ୍ଡକୁ ଇଟାରେ ଛେଚି ହତ୍ୟା କରିଥିବା ଜଣାପଡିଛି। ଘଟଣାଟି ଚଳିତମାସ ୧୫ରେ ଘଟିଛି। ବିଶାଲ ବାଗସ୍ଥିତ ଚାଉଳ କଳ ନିକଟରେ ଅଜଣା ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ମୁଣ୍ଡ ଓ ମୁହଁ ବିକୃତ ହୋଇଥିବାରୁ ମୃତଦେହକୁ ଚିହ୍ନଟ କରିବା କଷ୍ଟକର ହୋଇପଡିଥିଲା। ଏଥିସହିତ ଅଭିଯୁକ୍ତ ଜଣକ ମୋବାଇଲ ଫୋନ ବ୍ୟବହାର କରୁନଥିବାରୁ ତାକୁ ଟ୍ରାକ୍‌ କରିବା ଅସମ୍ଭବ ହୋଇପଡିଥିଲା। ଶେଷରେ ଅଭିଯୁକ୍ତ ଅମନ୍‌ ପୁଲିସ ହାତରେ ଧରାପଡିଛି। ବଣ୍ଟି ନାମକ ମୃତ ଯୁବକ ଅମନ ନିକଟରୁ ୧୦୦ ଟଙ୍କା ଧାର ନେଇଥିଲେ ସୁଦ୍ଧା ଫେରାଇବାର ନାଁ ଧରୁନଥିଲା। ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡା ହେବା ପରେ ଅମନ୍‌ ଏକ ଇଟା ସାହାଯ୍ୟରେ ବଣ୍ଟିକୁ ହତ୍ୟା କରିଥିବା ପୁଲିସ ଆଗରେ ସ୍ବୀକାର କରିଛି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories