www.samajalive.in
Monday, December 8, 2025
27.1 C
Bhubaneswar

ପୁଣି ଲୋକସଭାରେ ନାଗାଲାଣ୍ଡ ପ୍ରସଙ୍ଗ, ସଶସ୍ତ୍ର ବାହିନୀ ସ୍ୱତନ୍ତ୍ର କ୍ଷମତା ଆଇନ ପ୍ରତ୍ୟାହାର ଦାବି କଲେ ସାଂସଦ ଆଗାଥା ସାଙ୍ଗମା

ନାଗାଲାଣ୍ଡରେ ସାଧାରଣ ନାଗରିକଙ୍କୁ ହତ୍ୟା ଘଟଣା ନେଇ ଆଜି ଲୋକସଭାରେ ଏନପିପି ସାଂସଦ ଆଗାଥା ସାଙ୍ଗମା ପ୍ରଶ୍ନ କରିଛନ୍ତି। ସେ ସରକାରଙ୍କୁ ଉତ୍ତର-ପୁର୍ବାଞ୍ଚଳରୁ ସଶସ୍ତ୍ର ବାହିନୀ ସ୍ୱତନ୍ତ୍ର କ୍ଷମତା ଆଇନକୁ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛନ୍ତି ଏବଂ ଏହାକୁ ଏକ ଅନାବଶ୍ୟକ ଆଇନ ବୋଲି କହିଛନ୍ତି। ତୁରାରୁ ରାଷ୍ଟ୍ରୀୟ ଲୋକ ଦଳର ଲୋକସଭା ସାଂସଦ ଆଗାଥା ଲୋକସଭାରେ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଯେ ଏହି ଆଇନ ଆଳରେ ସାଧାରଣ ନାଗରିକଙ୍କୁ ଅନ୍ୟାୟ ଭାବରେ ନିର୍ଯାତନା ଦିଆଯାଉଛି, ବଳାତ୍କାର ଓ ହତ୍ୟା କରାଯାଇଛି। ଏନପିପି ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରର ସହଯୋଗୀ ଅଟେ।

ଚଳିତ ମାସ ୪ରେ ଓଟିଙ୍ଗ ଗାଁରେ ସୁରକ୍ଷା କର୍ମୀଙ୍କ ଗୁଳି ମାଡ଼ରେ ୧୪ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ। ଏହା ପ୍ରଥମ ଘଟଣା ନୁହେଁ ଯେଉଁଠାରେ ନିରୀହ ସାଧାରଣ ନାଗରିକ ରହିଥିଲେ। ତେବେ ଏହା ପ୍ରଥମ ଘଟଣା ନୁହେଁ, ଆଗରୁ ମଧ୍ୟ ଆଫସା ଆଇନ ଲାଗୁ ପରେ ଏଭଳି ଅନେକ ଘଟଣା ଘଟିଥିବା ସାଂସଦ ସାଙ୍ଗମା କହିଛନ୍ତି। ୨୦୦୦ ମସିହାରେ ଇମ୍ଫାଲ ମଣିପୁରରେ ମାଲୋମ ହତ୍ୟାକାଣ୍ଡ ରେ ୧୦ରୁ ଅଧିକ ସାଧାରଣ ନାଗରିକଙ୍କୁ ହତ୍ୟା କରାଯାଇଥିଲା ଯେଉଁଠି ପାଇଁ ୨୮ ବର୍ଷୀୟ ଇରୋମ ଶର୍ମିଲା ୧୬ ବର୍ଷ ଆମରଣ ଅନଶନ କରିଥିବା କଥା ସେ ଲୋକସଭାରେ କହିଛନ୍ତି।

- Advertisement -

ଆଫସା ଆଇନ ପ୍ରତ୍ୟାହାର ପାଇଁ ଗତକାଲି ଲୋକସଭାରେ ଆଇଏମ୍ଆଇଏମ୍ ସାଂସଦ ଅସଉଦ୍ଦିନ ଓବେସି ଦାବି କରିଥିବା ବେଳେ କଂଗ୍ରେସ ସାଂସଦ ପ୍ରଦ୍ୟୁତ ବୋର୍ଡୋଲାଇ କହିଛନ୍ତି ଯେ ଚେକ୍ ଏବଂ ବାଲାନ୍ସର ଆବଶ୍ୟକତା ରହିଛି। ରାଜ୍ୟ ସରକାରଙ୍କ ଦ୍ୱାରା ଘଟଣାର ସଠିକ୍ ଯାଞ୍ଚ ପାଇଁ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗଠନ କରାଯାଇଛି।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories