www.samajalive.in
Wednesday, December 10, 2025
18.1 C
Bhubaneswar

ସାଲେପୁର ଓ ନିଶ୍ଚିନ୍ତକୋଇଲି ଅଞ୍ଚଳରୁ ଉଠିଲା ଅବରୋଧ କଟକଣା

ସମାଜ ପୋର୍ଟାଲ ଡେସ୍କ : କଟକ ଜିଲା ସାଲେପୁର ଓ ନିଶ୍ଚିନ୍ତକୋଇଲି ଅଞ୍ଚଳରୁ ଅବରୋଧ କଟକଣାକୁ ହଟେଇ ଦିଆଯାଇଛି । ଏହି ଅଞ୍ଚଳରେ ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ୍ ଆସିବା ପରେ କଟକଣା ହଟିଥିବା ନେଇ ସୂଚନା ମିଳିଛି । ସାଲେପୁର ତହସିଲ ମିର୍ଜାପୁର ପଞ୍ଚାୟତ ୧୨ ଓ ୧୩ ନମ୍ବର ୱାର୍ଡରୁ ଅବରୋଧ କଟକଣା ହଟାଯାଇଥିବା ବେଳେ ନିଶ୍ଚିନ୍ତକୋଇଲି ତହସିଲ ଜୟରାମପୁର ପଞ୍ଚାୟତ ୧ ନମ୍ବର ୱାର୍ଡରୁ ବି ଏହି କଟକଣାକୁ ହଟାଇ ଦିଆଯାଇଛି। ଏପ୍ରିଲ୍‌ ୫ ତାରିଖ ଠାରୁ ଏଠାରେ କଣ୍ଟେନମେଣ୍ଟ କଟକଣା ଲାଗୁ କରାଯାଇଥିଲା। ତେବେ ଏସବୁ ସ୍ଥାନରେ ଏବେ ଲକ୍‌ଡାଉନ୍ କଟକଣା ବଳବତ୍ତର ରହିବ।

ସୂଚନାଯୋଗ୍ୟ ଯାଜପୁରର ଆକ୍ରାନ୍ତ ଏହି ଦୁଇ ଅଞ୍ଚଳକୁ ଯାଇଥିବାରୁ କଟକଣା ଲାଗିଥିଲା କିନ୍ତୁ ଏହି ଅଞ୍ଚଳରେ କରୋନା ବ୍ୟାପିନଥିବା  ସିଡିଏମ୍‌ଓ ଓ ଉଭୟ ତହସିଲଦାରଙ୍କ ରିପୋର୍ଟ ମିଳିବା ପରେ ଜିଲ୍ଲା ପ୍ରଶାସନ ଏସବୁ ଅଞ୍ଚଳରୁ କଣ୍ଟେନ୍‌ମେଣ୍ଟ କଟକଣା ହଟାଇ ଦେଇଛନ୍ତି। ଏହି ସ୍ଥାନଗୁଡ଼ିକରୁ ସଂଗ୍ରହ କରାଯାଇଥିବା ସମସ୍ତ ସାମ୍ପଲର ରିପୋର୍ଟ ନେଗେଟିଭ୍ ଆସିଛି।

- Advertisement -

 

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories