www.samajalive.in
Friday, December 12, 2025
19.1 C
Bhubaneswar

ତାଲିବାନ ସରକାରକୁ ସ୍ବୀକୃତି ଦେବେନି ଭାରତ ଓ ୧୧ ରାଷ୍ଟ୍ର

ୱାଶିଂଟନ୍‌: ଆଫଗାନିସ୍ତାନରେ ତାଲିବାନ କ୍ଷମତା ଦଖଲ କଲେ ଭାରତ ସମତେ ୧୨ ରାଷ୍ଟ୍ର ଏହାକୁ ସ୍ବୀକତି ଦେବେ ନାହିଁ। କାତାରର ଦୋହାଠାରେ ଜାତିସଂଘ, ୟୁରୋପୀୟ ସଂଘ ଓ ଆଉ କିଛି ରାଷ୍ଟ୍ରର ପ୍ରତିନିଧିମାନେ ନେଇଥିବା ନିଷ୍ପତ୍ତି ଅନୁସାରେ ବଳପୂର୍ବକ ଓ ରାକ୍ତପାତ ଜରିଆରେ କ୍ଷମତା ଦଖଲ କରିଥିବା କୌଣସି ସରକାରକୁ ସେମାନେ ସ୍ବୀକୃତି ଦେବେ ନାହିଁ। ଏହି ରାଷ୍ଟ୍ରଗୁଡ଼ିକ ହେଉଛନ୍ତି ଆମେରିକା, ଭାରତ, ବ୍ରିଟେନ୍‌, ଚୀନ୍‌, ଉଜ୍‌ବେକିସ୍ତାନ, କାତାର, ପାକିସ୍ତାନ, ଜର୍ମାନୀ, ନରୱେ, ତାଜିକସ୍ତାନ, ତୁର୍କୀ, ତୁର୍କମେନିସ୍ତାନ, ଓ ୟୁରୋପୀୟ ସଂଘ। ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଅଧିକାରୀ ନେଡ୍‌ ପ୍ରିନ୍ସ ଏ ସମ୍ପର୍କରେ ଘୋଷଣା କରିଛନ୍ତି।

କାତାର ପକ୍ଷରୁ ଗୁରୁବାର ଆୟୋଜିତ ବୈଠକରେ ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ହିଁ ପ୍ରାଥମିକତା ବୋଲି ସର୍ବସମ୍ମତ ମତ ପ୍ରକାଶ ପାଇଥିଲା। କେବଳ ଆଫଗାନିସ୍ତାନ ନୁହେଁ; ଯେ କୌଣସି ରାଷ୍ଟ୍ରରେ ଯଦି କେହି ହିଂସା ଓ ରକ୍ତପାତ ମାଧ୍ୟମରେ କ୍ଷମତା ଦଖଲ କରେ; ତେବେ ଏହାକୁ ସ୍ବୀକୃତି ଦିଆଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଥିବା ପ୍ରିନ୍ସ କହିଛନ୍ତି। ଜାତିସଂଘ ନିରାପତ୍ତା ପରିଷଦରେ ମଧ୍ୟ ଏ ସମ୍ପର୍କରେ ଆଲୋଚନା ହୋଇଥିବା ସେ କହିଛନ୍ତି। ଏହି ବୈଠକରେ ଭାରତର ପ୍ରତିନିଧି ଭାବେ ଜେପି ସିଂହ ଉପସ୍ଥିତ ଥିଲେ; ଯେ କି ବୈଦେଶିକ ମନ୍ତ୍ରଣାଳୟରେ ଇରାନ-ପାକିସ୍ତାନ-ଆଫଗାନିସ୍ତାନ ଦାୟିତ୍ବରେ ଅଛନ୍ତି। ସେ ଆଫଗାନିସ୍ତାନ ମାମଲାକୁ ଅତ୍ୟନ୍ତ ଚିନ୍ତାଜନକ ବୋଲି ଦର୍ଶାଇବା ସହ ତୁରନ୍ତ ସେଠାରେ ଅସ୍ତ୍ରବିରତି ଲାଗୁ ହେବା ଉଚିତ ବୋଲି କହିଥିଲେ।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories