www.samajalive.in
Monday, December 8, 2025
24.1 C
Bhubaneswar

ଜାମ୍ମୁ କାଶ୍ମୀରର କୌଣସି ପୁଲିସ୍‍ କର୍ମୀ ଇସ୍ତଫା ଦେଇ ନାହାନ୍ତି : ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ : ସୋପିଆନ୍‍ ଜିଲାରେ ତିନି ଜଣ ସ୍ୱତନ୍ତ୍ର ପୁଲିସ ଅଧିକାରୀ (ଏସ୍‍ପିଓ)ଙ୍କ ହତ୍ୟା ପରେ ଶୁକ୍ରବାର ରାଜ୍ୟର ପ୍ରାୟ ୮ ଜଣ ଏସ୍‍ପିଓ ଅନ୍‍ଲାଇନ୍‍ ଭିଡିଓ ମାଧ୍ୟମରେ ଚାକିରିରୁ ଇସ୍ତଫା ଦେଇଥିବା ଖବର ସମ୍ପୂର୍ଣ୍ଣ ମିଥ୍ୟା ଓ ମନଗଢା ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ବୟାନ ଅନୁସାରେ କେତେକ ଗଣମାଧ୍ୟମରେ ପ୍ରଦର୍ଶିତ ଏସ୍‍ପିଓଙ୍କ ଅନ୍‍ଲାଇନ୍‍ ଇସ୍ତଫା ଖବର ସମ୍ପୂର୍ଣ୍ଣ ମିଥ୍ୟା ଏବଂ କେତେକ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଏହାକୁ ପ୍ରକାଶ କରିଛନ୍ତି। ଆତଙ୍କବାଦୀମାନେ ହତୋତ୍ସାହିତ ହୋଇ ଏସ୍‍ପିଓଙ୍କୁ ନିଶାଣ କରୁଛନ୍ତି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଅନୁରୂପ ଭାବେ ଇସ୍ତଫା ଖବର ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଜାମ୍ମୁ-କାଶ୍ମୀର ପୁଲିସ ସ୍ପଷ୍ଟ କରିଛି।
ଉଲ୍ଲେଖ ଯେ ହିଜବୁଲ ପକ୍ଷରୁ ଏସ୍‍ପିଓମାନଙ୍କ ଉଦ୍ଦେଶ୍ୟରେ ମଙ୍ଗଳବାର ଏକ ଧମକପୂର୍ଣ୍ଣ ଭିଡିଓ ଜାରି କରାଯାଇଥିଲା। ଏଥିରେ ଏସ୍‍ପିଓମାନଙ୍କୁ ଚାକିରି ଛାଡ଼; ନଚେତ ହତ୍ୟା କରାଯିବ ବୋଲି ଧମକ ଦିଆଯାଇଥିଲା। ତେବେ ଶୁକ୍ରବାର ସେମାନଙ୍କର ଏକାଧିକ ଗୁଳିବିଦ୍ଧ ମୃତଦେହ ଏକ ବିଲରୁ ଉଦ୍ଧାର କରାଯାଇଛି। ଅନ୍ୟ ଜଣେ ଏସ୍‍ପିଓଙ୍କୁ ଗ୍ରାମବାସୀମାନେ ଆତଙ୍କବାଦୀଙ୍କ କବଳରୁ ଖସାଇ ଆଣିବାରେ ସଫଳ ହୋଇଛନ୍ତି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସୂଚନା ଦେଇଛି। ପୁଲିସ ଘଟଣା ସମ୍ବନ୍ଧରେ ଗ୍ରାମବାସୀଙ୍କୁ ପଚରାଉଚୁରା କରି ତଦନ୍ତ ଚଳାଇଛି।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories