www.samajalive.in
Friday, December 12, 2025
23.1 C
Bhubaneswar

ଦୁଇବର୍ଷ ପରେ ବି ତିଆରି ହେଇନି ପାଣି ଟାଙ୍କି, ଜଳ ପାଇଁ ଗ୍ରାମବାସୀ ହନ୍ତସନ୍ତ

ଲାଞ୍ଜିଗଡ଼  : ପ୍ରତ୍ୟେକ ଗ୍ରାମରେ ସବୁ ଲୋକଙ୍କ ପାଖରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବସୁଧା ଯୋଜନାରେ ଓଭରହେଡ୍ ଟାଙ୍କି ନିର୍ମାଣ କରି ପାଇପ୍ ପାଣି ଯୋଗାଇ ଦେଉଛନ୍ତି ସତ । ମାତ୍ର ପରିତାପର ବିଷୟ ବୋରୱେଲ ଖୋଳା ହୋଇ ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଓଭର୍ ହେଡ ଟାଙ୍କିର ଦେଖାନାହିଁ । ନା ନିର୍ମାଣ କରାଯାଉଛି ଓଭରହେଡ୍ ଟାଙ୍କି ନା ଘରକୁ ଘର ସଂଯୋଗ ହାଇପାରିଛି ପାଇପ୍ । ଏହିପରି ଅଭିଯୋଗ କରିଛନ୍ତି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ଅନ୍ତର୍ଗତ କୁମଖାଲ ଗ୍ରାମପଞ୍ଚାୟତ ଅଧିନସ୍ତ ପୁନିଗୁଡ଼ା ଗ୍ରାମବାସୀ। ଏହି ଗାଁରେ ୪୨ରୁ ଅଧିକ ପରିବାର ରହୁଥିବାବେଳେ ୩୦୦ରୁ ଉର୍ଦ୍ଧ୍ଵ ଜନସଂଖ୍ୟା ବସବାସ କରୁଛନ୍ତି । ଏହି ଗାଁରେ ନଳକୂପ ରହିଥିଲେ ମଧ୍ୟ ନଳକୂପରୁ କମ୍ ପରିମାଣରେ ପାଣି ସହ ସେଥିରେ ଲାଲ ଗୁଣ୍ଡ ବାହାରୁ ଥିବାରୁ ନଳକୂପର ପାଣି ପିଇବା ପାଇଁ ଉପଯୋଗୀ ନୁହେଁ ବୋଲି କହିଛନ୍ତି ଗ୍ରାମବାସୀ । ଏପଟେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଥିବାବେଳେ ପର୍ଯ୍ୟାପ୍ତ ପାଣି ଟିକିଏ ପାଇବାକୁ ଗ୍ରାମବାସୀ ହନ୍ତସନ୍ତ ହେଉଛନ୍ତି। ଏନେଇ ଜଳଯୋଗୋଣ ବିଭାଗ ବ୍ଳକ ଦାଇତ୍ୱରେ ଥିବା ଯନ୍ତ୍ରୀ ମୋହନ ଚରଣ ସିହାଳ ଓ ଦଶମନ୍ତ ମାଝୀଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା କହୁଛନ୍ତି ଗାଁ ଲୋକେ। ତେବେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟବରାଦରେ ପାଣି ଟାଙ୍କି  ନିର୍ମାଣ କରାଯାଉଥିବା ବେଳେ ଉକ୍ତ କାର୍ଯ୍ୟଟି ପୁନୀଗୁଡ଼ା ଗ୍ରାମରେ ଯଥା ସମ୍ଭବ ଓଭର ହେଡ୍ ଟାଙ୍କି ନିର୍ମାଣ କରି ଜଳଯୋଗାଇ ଦେବାକୁ କୁମଖାଲ ପଞ୍ଚାୟତ ପୂର୍ବତନ ସରପଞ୍ଚ ସରିତା ମାଝୀ, ମୁଲୁ ମାଝୀ, ପାଗୁମାଝୀ, ଦୁଗ୍ଦା ମାଝୀ, ଭୀମ ହରପାଲ୍, ଇନ୍ଦ୍ର ମାଝୀ, ରାମ ମାଝୀ, ବନ ହରପାଲ, ସବନ୍ ହରପାଲ୍, ଚିତ୍ର ହରପାଲ୍, ଅଜିତ୍ ହରପାଲ, ନରହରି, ନୀଳକଣ୍ଠ, ଲଳିତା, ଭୀମ ହରପାଲ୍ ସମେତ ଗ୍ରାମବାସୀ ଦାବି କରିଛନ୍ତି । ସୂଚନା ଯୋଗ୍ୟ ଯେ ଏହି ପଞ୍ଚାୟତ ସରପଞ୍ଚ ସାଣ୍ଡରୁ ମାଝୀ ଲାଞ୍ଜିଗଡ ବ୍ଳକ ସରପଞ୍ଚ ସଂଘ ସଭାପତି ରହିଥିବା ବେଳେ ଅଞ୍ଜଳି ମାଝୀ ଜିଲ୍ଲା ପରିଷଦ ସଭ୍ୟା ଅଛନ୍ତି। କିନ୍ତୁ ସେମାନଙ୍କ ପଞ୍ଚାୟତରେ ଏଭଳି ଅବହେଳାଙ୍କୁ ନେଇ ଜନପ୍ରତିନିଧିଙ୍କ ଉପରେ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଯଦି ଏହି ସମସ୍ୟାର ସମାଧାନ କରାନ ଯାଏ ତାହାହେଲେ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେବୁ ବୋଲି ଗଣମାଧ୍ୟମ ସମ୍ମୁଖରେ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ବ୍ଳକ ଜଳଯୋଗାଣ ଦାୟିତ୍ଵରେ ଥିବା ଯନ୍ତ୍ରୀ ଦସମନ୍ତ ମାଝୀଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ଫୋନ ରିସିଭ କରି ନ ଥିଲେ।

Hot this week

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

ଏସ୍‌ଆଇଆର ପ୍ରସଙ୍ଗରେ ମମତାଙ୍କ ଧମକ

ତାଲିକାରୁ ଗୋଟିଏ ନାଁ ବାଦ ପଡ଼ିଲେ ବିଦ୍ରୋହ କଲକାତା : ନିର୍ବାଚନ କମିସନ...

ଜାପାନରେ ୬.୭ ତୀବ୍ରତାର ଭୂକମ୍ପ : ସୁନାମି ସତର୍କତା ଜାରି

ଟୋକିଓ : ଆଜି ସକାଳେ ଜାପାନର ଉତ୍ତର ପୂର୍ବ ଉପକୂଳରେ ଶକ୍ତିଶାଳୀ...

ପାକ୍‌ ମାଛଧରା ବୋଟ ଜବତ, ୧୧ ଗିରଫ

ଅହମଦାବାଦ : ତଟରକ୍ଷୀ ବାହିନୀ ପକ୍ଷରୁ ବୁଧବାର ଗୁଜରାଟର ଊପକୂଳସ୍ଥ ଆରବ...

୬ମାସ ଦରମା ପାଇନାହାନ୍ତି ପାକିସ୍ତାନ ପୁଲିସ

କରାଚୀ : ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ମୁତୟନ ଥିବା ସ୍ବତନ୍ତ୍ର...

Related Articles

Popular Categories