www.samajalive.in
Saturday, December 6, 2025
16.1 C
Bhubaneswar

କଳାକାଚକୁ ନା’ : ୧୩ଦିନରେ ୫୧ କାର୍‌ରୁ ଜୋରିମାନା

ଭୁବନେଶ୍ବର : ରାଜଧାନୀ ଏବଂ କଟକ-ଭୁବନେଶ୍ବର ରାଜପଥରେ କଳାକାଚ ଲଗାଇ ବୁଲୁଥିବା ୪ ଚକିଆ ଯାନକୁ ଠାବ କରିବା ଲାଗି କମିସନରେଟପୁଲିସର ଟ୍ରାଫିକ୍‌ ପକ୍ଷରୁ ଜୋର୍‌ଦାର ଅଭିଯାନ ଆରମ୍ଭ କରାଯାଇଛି। ଅପରାଧୀମାନେ କଳାକାଚ ଲଗାଯାଇଥିବା ଗାଡ଼ିରେ ପଇଁତରା ମାରୁଥିବା, ଅପହରଣ ଏବଂ ସେକ୍ସ ରାକେଟ୍‌ ଭଳି କାରବାର ଲାଗି ଏଭଳି ଗାଡ଼ିକୁ ବିନିଯୋଗ କରାଯାଉଥିବା ନେଇ ଅଭିଯୋଗ ପରେ ଟ୍ରାଫିକ୍ ପୁଲିସ ଧରପଗଡ଼ ଆରମ୍ଭ କରିଛି। ଅକ୍ଟୋବର ୧୯ରୁ ୩୧ ତାରିଖ ମଧ୍ୟରେ କେବଳ ରାଜଧାନୀରେ ୫୧ଜଣ ଉଲ୍ଲଘଂନକାରୀଙ୍କଠାରୁ ଜୋରିମାନା ଆଦାୟ କରାଯିବା ସହିତ ସେମାନଙ୍କ କାର୍‌ ଡୋର୍‌ରୁ ଫିଲ୍ମ କଢ଼ାଯାଇଛି। ପ୍ରତ୍ୟେକ କାର୍‌ ଚାଳକଙ୍କଠାରୁ ୫୦୦ ଟଙ୍କା ଲେଖାଏଁ ଜୋରିମାନା ଆଦାୟ କରାଯାଇଛି।

ଟ୍ରାଫିକ୍‌ ଏସିପି ସ୍ବସ୍ତିକ ପଣ୍ଡାଙ୍କ କହିବା ଅନୁସାରେ ନୂଆ ଡିସିପି ସୌମ୍ୟା ମିଶ୍ର ଏହି ଅଭିଯାନକୁ ଜୋର୍‌ଦାର କରିବା ଲାଗି ନିର୍ଦେଶ ଦେଇଛନ୍ତି। ତେଣୁ ଏନେଇ ଏକ ଫ୍ଲାଇଂ ସ୍କ୍ବାଡ୍‌ ଗଠନ କରାଯାଇଛି। ରାଜଧାନୀକୁ ନନ୍ଦନକାନନ ରାସ୍ତା ଦେଇ ପ୍ରବେଶ କରୁଥିବା ଗାଡ଼ିଗୁଡ଼ିକୁ ରଘୁନାଥପୁର ପୋଲ ନିକଟରେ ଯାଞ୍ଚ କରାଯାଉଛି। ସେହିପରି ଟଙ୍କପାଣି ରୋଡ଼ସ୍ଥିତ ସାଇମନ୍ଦିର ଛକ, ରାଜମହଲ, ନାଲ୍‌କୋ ଛକ, ରବି ଟକିଜ୍‌ ଓ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଯାଞ୍ଚ ବେଳେ ୫୧ଟି କାର୍‌ ଓ ଏସ୍‌ୟୁଭିରୁ ଜୋରିମାନା ଆଦାୟ କରାଯାଇଛି। ଏହି ଅଭିଯାନ ଆଗକୁ ଅଧିକ କଡ଼ାକଡ଼ି କରାଯିବ। ଏହି ଫ୍ଲାଇଂ ସ୍କ୍ବାଡ୍‌ ଯେକୌଣସି ସ୍ଥାନରେ ଯାଞ୍ଚ କରିବା ସହିତ ଯେଉଁ ଗାଡ଼ିଗୁଡ଼ିକ ଟ୍ରାଫିକ୍‌ର ସୁଯୋଗ ନେଇ ଖସି ଯାଉଛନ୍ତି, ସେମାନଙ୍କର ଫଟୋ ସଂଗ୍ରହ ପରେ ସେଗୁଡ଼ିକର ପଞ୍ଜୀକରଣ ନମ୍ବରରେ ଥିବା ଯୋଗାଯୋଗ ନମ୍ବରରେ ଫୋନ୍ କରି ମେସେଜ ପଠାଯାଇ ଜୋରିମାନା ଆଦାୟ କରାଯାଉଛି।  ଗାଡ଼ିର ଝରକା କାଚ ୫୦ ପ୍ରତିଶତ ଓ ଆଗ ଏବଂ ପଛ କାଚର ଦୃଶ୍ୟମାନ ୫୦ ପ୍ରତିଶତ ରହିଥିବା ନେଇ କମ୍ପାନୀ ପକ୍ଷରୁ ନିର୍ମାଣ କରାଯାଉଛି। ତେବେ ଏସବୁ କାଚ ଉପରେ ଅଧିକ କୌଣସି ଫିଲ୍ମ ଲଗାଯିବା ଉପରେ ନିଷେଧ କରାଯାଇଛି।

Hot this week

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

Related Articles

Popular Categories