www.samajalive.in
Saturday, December 6, 2025
26.1 C
Bhubaneswar

୧୭ରୁଟ୍‌ରେ ଗଡ଼ିଲା ୧୦୯ ମୋ ବସ୍‌

ଭୁବନେଶ୍ବର : ଯାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ସୋମବାରଠାରୁ ୧୭ଟି ରୁଟ୍‌ରେ ୧୦୯ ମୋ ବସ୍‌ ଚଳାଚଳ ଆରମ୍ଭ କରିଛି। ଗୋଟିଏ ବସ୍‌ ଷ୍ଟାଣ୍ଡରୁ ବାହାରିବା ପରେ ୨୦ରୁ ୪୦ ମିନିଟ୍‌  ବ୍ୟବଧାନରେ ଆଉ ଗୋଟିଏ ବସ୍‌ ଷ୍ଟାଣ୍ଡ ଛାଡୁଛି। ଆଗକୁ ରୁଟ୍‌ଗୁଡ଼ିକରେ ବସ୍‌ ସଂଖ୍ୟା ବୃଦ୍ଧି କରିବା ଦିଗରେ ନିଷ୍ପତ୍ତି ନିଆଯିବ।  ସେହିପରି  ରୁଟ୍‌ ନଂ ୫୦ ଏବଂ ୭୦ରେ ଭୁବନେଶ୍ବରରୁ ପୁରୀ ଏବଂ କୋଣାର୍କକୁ ଯେତିକି ସଂଖ୍ୟକ ମୋ ବସ୍‌ ଗଡୁଥିଲା ସେଥିରେ ଆଉ ଗୋଟିଏ ଲେଖାଏଁ ବସ୍‌ ବୃଦ୍ଧି କରାଯାଇଛି ବୋଲି କ୍ରୁଟ୍‌ ଅପରେସନ ପରିଚାଳକ ଚନ୍ଦନ ମିଶ୍ର କହିଛନ୍ତି।

ସୂଚନାଯୋଗ୍ୟ, ରୁଟ୍‌ ନମ୍ବର ୧୧ ନନ୍ଦନବିହାରରୁ ବାଳକାଟି, ରୁଟ୍‌ ନଂ ୧୨ ମାଷ୍ଟର କ୍ୟାଣ୍ଟିନରୁ ନନ୍ଦନକାନନ,  ରୁଟ୍‌ ନଂ ୧୬ ମାଷ୍ଟରକ୍ୟାଣ୍ଟିନ ଛକରୁ  କଟକ ବିଜୁ ପଟ୍ଟନାୟକ ପାର୍କ,  ରୁଟ୍‌ ନଂ ୧୭ ଏୟାରପୋର୍ଟରୁ ବାରବାଟୀ ଷ୍ଟାଡିୟମ୍‌,  ରୁଟ୍‌ ନଂ ୧୮ ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ  ଜଗତପୁର,  ରୁଟ୍‌ ନଂ ୧୯ ଏମ୍‌ସରୁ ଓଏମ୍‌ପି ଛକ,  ରୁଟ୍‌ ନଂ ୨୦ ଏବଂ ୨୨  ମାଷ୍ଟରକ୍ୟାଣ୍ଟିନରୁ  ଖୋର୍ଦ୍ଧା ନୂଆ ବସ୍‌ଷ୍ଟାଣ୍ଡ, ରୁଟ୍‌ ନଂ ୨୩ ମାଷ୍ଟରକ୍ୟାଣ୍ଟିନରୁ  ସମ୍‌ ହସ୍ପିଟାଲ,  ରୁଟ୍‌ ନଂ ୨୪  କଳିଙ୍ଗ ବିହାରରୁ  ଟଙ୍କପାଣି ରୋଡ଼ ସାଇ ମନ୍ଦିର, ରୁଟ୍‌ ନଂ ୨୫ ଡୁମୁଡୁମାରୁ  ମଞ୍ଚେଶ୍ବର,  ରୁଟ୍‌ ନଂ ୨୭ ମାଷ୍ଟରକ୍ୟାଣ୍ଟିନରୁ  ଏମ୍‌ସ, ରୁଟ୍‌ ନଂ ୨୮ ମାଷ୍ଟରକ୍ୟାଣ୍ଟିନରୁ  ଘାଟିକିଆ, ରୁଟ୍‌ ନଂ ୩୦ ମାଷ୍ଟରକ୍ୟାଣ୍ଟିନରୁ  ଗୋଠପାଟଣା,  ରୁଟ୍‌ ନଂ ୩୩ ମାଷ୍ଟରକ୍ୟାଣ୍ଟିନରୁ  ପିପିଲି,  ରୁଟ୍‌ ନଂ ୫୦ ମାଷ୍ଟରକ୍ୟାଣ୍ଟିନରୁ  ପୁରୀ ଏବଂ ରୁଟ୍‌ ନଂ ୭୦ ମାଷ୍ଟରକ୍ୟାଣ୍ଟିନରୁ  କୋଣାର୍କକୁ ବସ୍‌ ଚାଲୁଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories