www.samajalive.in
Thursday, December 11, 2025
16.1 C
Bhubaneswar

ଏନଡିଏକୁ ସମର୍ଥନ ପାଇଁ ନିତିଶଙ୍କ ଇସାରା

ପାଟନା/ଚେନ୍ନାଇ: ଭୋଟ ଗଣତି ପୂର୍ବରୁ ଏକଜିଟ୍‌ ପୋଲ୍‌ର ଫଳାଫଳ ବିଜେପି ନେତୃତ୍ଵାଧୀନ ଏନଡିଏ ସପକ୍ଷରେ ଯାଇଛି। ବର୍ତ୍ତମାନ ଏହାକୁ ଅନେକ ଆଞ୍ଚଳିକ ଦଳ ଗୁରୁତ୍ଵ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ଦଳ ଜେଡିୟୁ ବିଜେପିକୁ ସରକାର ଗଢ଼ିବାରେ ସମର୍ଥନ ଦେବେ ବୋଲି ଇସାରା ଦେଇଛନ୍ତି। ୨୦୧୯ରେ ଦେଶରେ ସରକାର ଗଠନରେ ତାଙ୍କ ଦଳ ଏକ ଅଂଶ ହେବ ବୋଲି ନିତିଶ କହିଛନ୍ତି।

ନିକଟରେ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ଦ୍ବାରା ନୂଆଦିଲ୍ଲୀରେ ଆୟୋଜିତ ନୈଶ୍ୟ ଭୋଜିରେ ନିତିଶ ଯୋଗଦେଇଥିଲେ। ସେ ଦିଲ୍ଲୀ ଯିବା ପୂର୍ବରୁ ରାଜ୍ୟ ପାଇଁ ସ୍ବତନ୍ତ୍ର ପ୍ୟାକେଜ ସମ୍ପର୍କରେ କହିଥିଲେ, ଯାହା ପୂର୍ବରୁ ଦଳର ମୁଖ୍ୟ ପ୍ରସଙ୍ଗ ରହିଆସିଛି। ତେବେ ଏକଜିଟ୍‌ ପୋଲ୍‌ର ଫଳାଫଳ ଯାହା ବି ହେଉ, ଆମେ ନରେନ୍ଦ୍ର ମୋଦୀ ସରକାର ସହର ରହିବୁ ବୋଲି ନିତିଶ କହିଥିଲେ।

- Advertisement -

କେବଳ ନିତିଶଙ୍କ ଦଳ ଏନଡିଏକୁ ସମର୍ଥନ ଦେବ ବୋଲି ସୂଚନା ଦେଇନାହିଁ, ତାମିଲନାଡୁର ଏଆଇଏଡିଏମକେ ବି ଅନୁରୂପ ଇସାରା ଦେଇଛି। ବିଜେପି ନେତୃତାଧୀନ ଏନଡିଏ ସରକାର ୨ୟ ଥର ସରକାର ଗଢ଼ିବା ଲାଗି ଆମ ଦଳ ଚାହୁଁଛି ବୋଲି ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ଓ. ପନୀରସେଲଭମ କହିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories