www.samajalive.in
Thursday, December 11, 2025
15.1 C
Bhubaneswar

ନିର୍ଭୟା ଦୋଷୀ ଅକ୍ଷୟ କୁମାର କରିବେ କ୍ୟୁରେଟିବ୍ ପିଟିଶନ

ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ଦୋଷୀ ଅକ୍ଷୟ କୁମାର ସିଂହର ପୁନର୍ବିଚାର ପିଟିଶନକୁ ବୁଧବାର ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଅକ୍ଷୟଙ୍କ ପୁନର୍ବିଚାର ପିଟିଶନରେ କୌଣସି ନୂଆ ତଥ୍ୟ ନାହିଁ। ତେଣୁ ଏହାକୁ ଖାରଜ କରାଯାଇଛି। ଅନ୍ୟ ପକ୍ଷରେ ଅକ୍ଷୟର ଓକିଲ କହିଛନ୍ତି ଯେ, ଖୁବ୍ ଶୀଘ୍ର ଏହି ମାମଲାରେ ସେ ସୁପ୍ରିମକୋର୍ଟରେ କ୍ୟୁରେଟିବ୍ ପିଟିଶନ ଦାଖଲ କରିବେ।

ଜାଣନ୍ତୁ କ’ଣ ଏହି କ୍ୟୁରେଟିବ୍ ପିଟିଶନ ଏବଂ ଦୋଷୀଙ୍କୁ କି ଲାଭ ମିଳେ

- Advertisement -

କ୍ୟୁରେଟିବ୍ ପିଟିଶନ ଏକ କାନୁନୀ ଶବ୍ଦ। ରାଜକ୍ଷମା ଏବଂ ସୁପ୍ରିମକୋର୍ଟରେ ପୁନର୍ବିଚାର ପିଟିଶନ ଖାରଜ ହେବା ପରେ ଦୋଷୀ ସୁପ୍ରିମକୋର୍ଟରେ କ୍ୟୁରେଟିବ୍ ପିଟିଶନ ଦାଖଲ କରେ। ଏହା ହେଉଛି ଦୋଷୀ ପାଇଁ ଶେଷ ସୁଯୋଗ। ଯାହା ଦ୍ବାରା ଦୋଷୀ ନିଜର ଦଣ୍ଡାଦେଶକୁ କମ୍ କରି ପାରିବ। କ୍ୟୁରେଟିବ୍ ପିଟିଶନ କୋର୍ଟର ଶେଷ ଶୁଣାଣି ହୋଇଥିବାରୁ ଏହା ପରେ ଦୋଷୀ ଆଇନ ସମ୍ବନ୍ଧୀୟ କୌଣସି ସାହାଯ୍ୟ ନେଇ ପାରିବେ ନାହିଁ।

କ୍ୟୁରେଟିବ୍ ପିଟିଶନର ନିୟମ

କ୍ୟୁରେଟିବ୍ ପିଟିଶନ ଆବେଦନ କରିବା ସମୟରେ ଦୋଷୀକୁ ଏହି ତଥ୍ୟ ଦେବାକୁ ପଡିଥାଏ ଯେ, ସେ କେଉଁ ଆଧାରରେ ସୁପ୍ରିମକୋର୍ଟର ନିଷ୍ପତ୍ତିକୁ ଚ୍ୟାଲେଞ୍ଚ କରୁଛନ୍ତି। ଏହି ପିଟିଶନ କୌଣସି ବରିଷ୍ଠ ଓକିଲ ଦ୍ବାରା ସ୍ବୀକୃତପ୍ରାପ୍ତ ହୋଇଥିବା ଆବଶ୍ୟକ। ଏହା ପରେ ଏହି ପିଟିଶନକୁ ସୁପ୍ରିମକୋର୍ଟର ତିନି ଜଣ ବରିଷ୍ଠ ବିଚାରପତି ଏବଂ ଯେଉଁ ବିଚାରପତିଙ୍କ ରାୟକୁ ଚ୍ୟାଲେଞ୍ଚ କରାଯାଇଥିବ ତାଙ୍କ ନିକଟକୁ ପଠାଯିବ। ଯଦି ବେଞ୍ଚର ଅଧିକତର ବିଚାରପତି କ୍ୟୁରେଟିବ୍ ପିଟିଶନ ଆବେଦନ ଉପରେ ସହମତି ପ୍ରକାଶ କରି ସେହି ମାମଲାର ପୁଣି ଥର ଶୁଣାଣି କରିବାକୁ ଚାହାଁନ୍ତି ତେବେ ସେମାନଙ୍କ ନିକଟକୁ ଏହାକୁ ପଠାଯାଏ ।

ସୂଚନାଯୋଗ୍ୟ, ୧୯୯୩ ମୁମ୍ବଇ ବିସ୍ଫୋରଣରେ ଦୋଷୀ ସାବ୍ୟସ୍ତ ହୋଇଥିବା ୟାକୁବ ମେମନର ରାଜକ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ଦ୍ବାରା ଖାରଜ ହେବା ପରେ ସେ ସୁପ୍ରିମକୋର୍ଟରେ କ୍ୟୁରେଟିବ୍ ପିଟିଶନ ଆବେଦନ କରିଥିଲେ। ସେତେବେଳେ ସୁପ୍ରିମକୋର୍ଟ ବିଳମ୍ବିତ ରାତି ପର୍ଯ୍ୟନ୍ତ ୟାକୁବର ଫାଶି ଦଣ୍ଡାଦେଶ ଉପରେ ଶୁଣାଣି କରିଥିଲେ। କିନ୍ତୁ ପରେ ତାଙ୍କ ଫାଶି ଦଣ୍ଡାଦେଶକୁ ସୁପ୍ରିମକୋର୍ଟ ବଳବତ୍ତ ରଖିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories