www.samajalive.in
Sunday, December 14, 2025
26.1 C
Bhubaneswar

ଆସିଲା ନୂଆ ମଡେଲ ନିଞ୍ଜା-୩୦୦, ଜାଣନ୍ତୁ ଦାମ୍ ଓ ଫିଚର୍ସ

ନୂଆଦିଲ୍ଲୀ : ଜାପାନର ମୋଟରସାଇକେଲ ନିର୍ମାତା କମ୍ପାନୀ କାଓ୍ବାସାକି ଭାରତୀୟ ବଜାରରେ ୨୦୨୪ ମଡେଲର ନିଞ୍ଜା ୩୦୦ ନେଇଆସିଛି । ଏଥିରେ ୩ ପ୍ରକାର ରଙ୍ଗର ବିକଳ୍ପ ଗ୍ରାହକଙ୍କୁ ମିଳିପାରିବ । ଏହା ବ୍ୟତୀତ ଗାଡିରେ କୌଣସି ବଡ ପରିବର୍ତ୍ତନ କରାଯାଇନି ।

ମୋଟରସାଇକେଲରେ ୨୯୬ ସିସିର ଲିକ୍ବିଡ୍ କୁଲ୍ ୪ ଷ୍ଟ୍ରୋକ୍ ୮ ଭାଲ୍ଭ ଇଞ୍ଜିନ ଦିଆଯାଇଛି । ଗାଡିରେ ୬ ଗିୟର ବକ୍ସ ମିଳିବ ଯାହା ୧୧ ହଜାର ଆରପିଏମରେ ୩୮.୮ ବିଏଚପିର ପାଓ୍ବର ଏବଂ ୧୦ ହଜାର ଆରପିଏମରେ ୨୬.୧ ଏନଏମର ସର୍ବାଧିକ ଟର୍କ ଜେନେରେଟ୍ କରିବ ।

- Advertisement -

ଏହାକୁ ଆସିଷ୍ଟ ଓ ସ୍ଲିପର କ୍ଲଚ୍ ସହିତ ୬ ସ୍ପିଡ୍ ଗିୟରବକ୍ସ ଯୋଡାଯାଇଛି । ଏଥିରେ ୧୭ ଇଞ୍ଚର ଆଲୟ ହ୍ବିଲ୍ ମିଳିବ । ଏହାର ଏକ୍ସ ଶୋରୁମ୍ ଦାମ୍ ୩.୪୩ ଲକ୍ଷ ଟଙ୍କା ରଖାଯାଇଛି । ଏହାର ମୁକାବିଲା ଏପ୍ରିଲିୟା ଆରଏସ୍ ୪୫୭, କେଟିଏମ୍ ୩୯୦ ଏବଂ ୟାମାହା ଆର୩ ସହ ହେବ । କମ୍ପାନୀ ଏହି ବାଇକରେ ଡୁଆଲ ଚ୍ୟାନେଲ୍ ଏବିଏସ୍ , ହିଟ୍ ମ୍ୟାନେଜମେଣ୍ଟ ଟେକ୍ନୋଲୋଜି, ରେସ୍ ଡିରାଇଭ୍ କ୍ଲଚ୍, ସ୍ଲିପର କ୍ଲଚ୍ ଭଳି ଫିଚର୍ସ ଦେଇଛି ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories