www.samajalive.in
Saturday, December 6, 2025
26.1 C
Bhubaneswar

ଅଣପୁଲିସ ହାତରେ ଥାନା କମ୍ପ୍ୟୁଟର, ନୀଳଗିରିରେ ଭିଡ଼ିଓ ଭାଇରଲ

ନୀଳଗିରି: ବାଲେଶ୍ଵର ଜିଲ୍ଲା ଅଧୀନ ନୀଳଗିରି ଥାନା ଭିତର ଭିଡ଼ିଓ ସମ୍ପ୍ରତି ସୋସିଆଲ ମିଡ଼ିଆରେ ଭାଇରଲ ହେବାକୁ ଲାଗିଛି। ଡାକ ବିଭାଗରେ କାମ କରୁଥିବା ଜଣେ ଅଣପୁଲିସ ଥାନାର ସିସିଟିଏନଏସ ଠାରୁ ଆରମ୍ଭ କରି ସବୁ ଗୁରୁତ୍ୱପୂର୍ଣ୍ଣ କାଗଜରେ ହାତ ମାରୁଥିବା ଅଭିଯୋଗ ହୋଇଛି। ସେହିପରି ଘଣ୍ଟା ଘଣ୍ଟା ଧରି ଜଣେ ମହିଳା ପୁଲିସଙ୍କ ସହ ଥଟ୍ଟାମଜା କରୁଥିବା ଯୋଗୁଁ ସାଧାରଣ ଲୋକ ନ୍ୟାୟ ପାଇଁ ଥାନାକୁ ଆସି ଫେରୁଥିବାରୁ ଅଞ୍ଚଳରେ ଅସନ୍ତୋଷ ଭରି ଦେଇଛି। ଏହା ଦୀର୍ଘ ମାସ ଧରି ଏଭଳି ପରିସ୍ଥିତି ଉପୁଜିଥିବା କୁହାଯାଉଛି।

- Advertisement -

ସମ୍ପ୍ରତି ନୀଳଗିରି ଥାନାଟି ମୁରବୀ ଶୂନ୍ୟ ହୋଇଥିବା ଯୋଗୁଁ ଏପରି ଘଟୁଛି। କିଛିଦିନ ପୂର୍ବରୁ ସ୍ଥାନୀୟ ଆଇଆଇସି ପ୍ରଭଞ୍ଜନ ବେହେରାଙ୍କ ଭୋଗରାଇ ଥାନାକୁ ବଦଳି ହୋଇଯିବା ଏବଂ ଏହି ଥାନାରେ କୌଣସି ଅଧିକାରୀଙ୍କୁ ନିଯୁକ୍ତି ମିଳିନଥିବା ଯୋଗୁଁ ବାଘ ଘରେ ମିରିଗ ନାଟ ଅବସ୍ଥା ସୃଷ୍ଟି ହୋଇଛି। ସେପଟେ ପ୍ରତିଦିନ ଥାନା ଭିତରେ ଏହି ଡାକ କର୍ମଚାରୀଙ୍କୁ ପଶିବାକୁ କିଏ ଅନୁମତି ଦେଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଉପରୋକ୍ତ ଘଟଣା ସମ୍ପର୍କରେ ନୀଳଗିରି ଏସଡିପିଓ ରୀତେଶ ମହାପାତ୍ରଙ୍କୁ ପଚରା ଯିବାରୁ ସେ ଉକ୍ତ ଅଭିଯୋଗ ସମ୍ପର୍କରେ ଖବର ପାଇଛନ୍ତି ଏବଂ ଏହି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଜଣାଇଛନ୍ତି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories