ଭୁବନେଶ୍ୱର : ଆଜି ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଦାସଙ୍କ ଜୟନ୍ତୀ। ଏହି ଅବସରରେ ଭୁବନେଶ୍ୱର ‘ସମାଜ’ ର ଶାଖା କାର୍ଯ୍ୟାଳୟରେ ଗୋପବନ୍ଧୁଙ୍କ ଜନ୍ମଜୟନ୍ତୀ ପାଳନ କରାଯାଇଛି। ଜନ୍ମ ଜୟନ୍ତୀ ପାଳନ ସହ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି। ଏହି ଅବସରରେ ଶାଖା ପରିଚାଳକ ଭରତ ଦାସ, ହିମାଂଶୁ କର, ବିନାୟକ ସତପଥୀ, ସ୍ୱସ୍ତି ସାହୁ, ଖିରୋଦ ଲେଙ୍କା, ବ୍ରଜ ବାରିକ, ଲଲାଟ ସାହୁ, ଯୋଗେଶ୍ୱର ବିଶ୍ୱାଳ, ମନୋଜ, ସମାଜ ପୋର୍ଟାଲ କର୍ମଚାରୀ, ରାଜେଶ ଚନ୍ଦ୍ର ବେହେରା ଉପସ୍ଥିତ ଥିଲେ।
Popular Categories



