ସମ୍ବଲପୁର: ସମ୍ବଲପୁରର ପ୍ରସିଦ୍ଧ ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଯାଇଛି। ଆସନ୍ତା ୧ ତାରିଖ ଶୁକ୍ରବାର ପ୍ରାତଃରେ ଦ୍ୱାରଫିଟା, ମଙ୍ଗଳ ଆଳତୀ ସମେତ ଅନ୍ୟାନ୍ୟ ନିତି ପରେ ଦିନ ୯ଟା ଖେଚୁଡି ଭୋଗ ଲାଗି ହେବ। ଏହା ପରେ ତିନି ଠାକୁରଙ୍କ ସେନାପଟା ନୀତି ଲାଗି କରାଯାଇ ଦିନ ୧୨ ଘଣ୍ଟାରେ ପହଣ୍ଡି କରାଯିବ। ସନ୍ଧ୍ୟା ସମୟରେ ଆଳତୀ ହେବା ପରେ ରଥ ଟଣା ଉତ୍ସବ ଆୟୋଜିତ ହେବ। ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ ସମୟରେ ପ୍ରତ୍ୟହ ଭଜନ କୀର୍ତ୍ତନ ଆଦି ଆୟୋଜିତ କରାଯିବାର ନିଷ୍ପତ୍ତି ନିଆଯାଇଛି। ୯ ତାରିଖରେ ବାହୁଡା ତିଥିରେ ରଥାଯାତ୍ରା ପରି ଦିନ ୧୨ଟା ସମୟରେ ପହଣ୍ଡି କରାଯିବ। ୧୦ ତାରିଖରେ ବଡ ଏକାଦଶୀ ତିଥିରେ ରଥାଋଢ଼ ବିଗ୍ରହ ମାନଙ୍କର ସୁନାବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେବେ। ଏକାଦଶୀ ଦିନ ସନ୍ଧ୍ୟାରେ ସ୍ଥାନୀୟ କଳାକାର ମାନଙ୍କ ଦ୍ୱାରା ଭବ୍ୟ ଭଜନ ସମାରୋହ ଅନୁଷ୍ଠିତ ହେବ। ୧୧ ତାରିଖ ଦ୍ୱାଦଶୀ ଦିନ ସନ୍ଧ୍ୟା ଆଳତୀ ପରେ ତିନି ଠାକୁର ଙ୍କୁ ଭିତରି ବିଜେ ଓ ଲକ୍ଷ୍ମୀ ନାରାୟଣ କଳି ଅନୁଷ୍ଠିତ ହେବ ବୋଲି ମନ୍ଦିର ପୂଜକ ବ୍ୟୋମକେଶ ପଣ୍ଡା ଓ ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି।
Popular Categories



