www.samajalive.in
Thursday, December 11, 2025
18.1 C
Bhubaneswar

ପୋଖରିରେ ବୁଡ଼ି ଜଣେ ମୃତ

ଫୁଲବାଣୀ/ଖଜୁରିପଡ଼ା:କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ଅରାପାଜୁ ଗ୍ରାମ ପଞ୍ଚାୟତ ଭାଲିଆପଡ଼ା ଗ୍ରାମର ନରସିଂହ ଜାନୀ(୬୮) ନାମକ ଜଣେବ୍ୟକ୍ତି ଆଜି ଦିନ ପ୍ରାୟ ୧୧ଟା ବେଳେ ଗାଁ ପୋଖରୀରେ ଗାଧୋଉଥିବା ବେଳେ ହଠାତ୍ ଗୋଡ଼ ଖସିଯିବା ଫଳରେ ସେ ବୁଡ଼ିଯାଇଥିଲେ। ବୁଡ଼ିଯିବା ସମୟରେ ପୋଖରୀରି ଅନ୍ୟ ପାଶ୍ୱର୍ରେ ଥିବା କିଛି ଯୁବକ ଦେଖି ପହଁରୁଥିବା ଭାବିଥିଲେ। କିନ୍ତୁ କିଛି ସମୟ ଧରି ବ୍ୟକ୍ତିଜଣକ ଦେଖାନଯିବାରୁ ୨ ଜଣ ଯୁବକ ନବଘନ ଦିଗାଲ ଓ ଉମେଶ ଦିଗାଲ ଦୌଡ଼ି ଆସି ଉକ୍ତ ବ୍ୟକ୍ତକିୁ ଉଦ୍ଧାର ପାଇଁ କରିଥିଲେ। ଅନ୍ୟ ଯୁବକମାନେ ଏ ସଂପର୍କରେ ଖଜୁରିପଡ଼ା ଦମକଳ ବାହିନିକୁ ଖବର ଦେଇଥିଲେ। ଖବର ପାଇ ଦମକଳ ବାହିନି ଘଟଣା ସ୍ଥଳରେ ପହଞ୍ଚି ପ୍ରାୟ ୩ ଘଣ୍ଟା ଧରି ପାଣି ଭିତରେ ଖୋଜିବା ପରେ ଉକ୍ତ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଥିବା ସୂଚନା ମିଳିଛି। ଖଜୁରିପଡ଼ା ପୁଲିସ୍ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ କେସ ନଂ ୧୪/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁକରିଛି ଏବଂ ଏହି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚାଲିଛି ବୋଲି ତଦନ୍ତ ଅଧିକାରୀ ବିକାଶ କୁମାର ମଲିକ ସୂଚନା ଦେଇଛନ୍ତି। ଏହି ଘଟଣାକୁ ନେଇ ସଂପୃକ୍ତ ଅଞ୍ଚଳରେ ଶୋକରଛାୟା ଖେଳି ଯାଇଛି।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories