www.samajalive.in
Saturday, December 6, 2025
19.1 C
Bhubaneswar

ନିଖୋଜ ନାବାଳିକାର ମୃତଦେହ ଉଦ୍ଧାର

ବାଲେଶ୍ୱର : ବାଲିଆପାଳ ଥାନା ଅଞ୍ଚଳରୁ ନିଖୋଜ ନାବାଳିକାର ମୃତଦେହ ଉଦ୍ଧାର ହୋଇଥିବା ସୋମବାର ଜଣାପଡ଼ିଛି। ସୁନ୍ଦରକୋଇଲିଗାଁର ଏକ ପୋଖରୀ ହୁଡ଼ାରୁ ନାବାଳିକାର ମୃତଦେହ ଉଦ୍ଧାର ହୋଇଛି। ଉକ୍ତ ନାବାଳିକାଟିର ବୟସ ୭ ବର୍ଷ ଓ ଶୁକ୍ରବାର ଠାରୁ ସେ ନିଖୋଜ ଥିଲେ ବୋଲି ଜଣାପଡ଼ିଛି। ଖୋଜାଖୋଜି ପରେ ନପାଇବାରୁ ନାବାଳିକାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଜଣଙ୍କୁ ଅଟକ ରଖି ପଚରାଉଚରା ସହ ତଦନ୍ତ ଆରମ୍ଭ କରିଛି।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories