www.samajalive.in
Saturday, December 6, 2025
26.1 C
Bhubaneswar

ରାତି ୯ଟା-ମୁଖ୍ୟ ଖବର

ବାତ୍ୟା ‘ୟାସ୍‌’ ମୁକାବିଲା ନିମନ୍ତେ ସଶସ୍ତ୍ର ସେନା ପ୍ରସ୍ତୁତ

ସମ୍ଭାବ୍ୟ ବାତ୍ୟା ‘ୟାସ’ ପ୍ରଭାବର ମୁକାବିଲା ନିମନ୍ତେ ସଶସ୍ତ୍ର ସେନା ପ୍ରସ୍ତୁତି ଆରମ୍ଭ କରିଦେଇଛି 

ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଓଡ଼ିଶାର୮.୧୭ ଲକ୍ଷ ଲାଭାର୍ଥୀଙ୍କୁ ମିଳିବ ପକ୍କା ଘର – ଧର୍ମେନ୍ଦ୍ର ପ୍ରଧାନ

-୨୦୨୧-୨୨ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଓଡ଼ିଶାକୁ ଘର ଆବଟଂନ

– ରାଜ୍ୟରେ ଆଜି ସୁସ୍ଥ ହେଲେ ୧୧୬୨୭ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୫୮୯୬୧୦କୁ ବୃଦ୍ଧି ପାଇଛି

–ସମ୍ଭାବ୍ୟ ବାତ୍ୟାକୁ ଦେଖି ରାଜ୍ୟର ସବୁ ବନ୍ଦର ପାଇଁ ୧ ନମ୍ବର ବିପଦ ସଙ୍କେତ ଜାରି; ଭୁବନେଶ୍ବର ପାଣିପାଗ କେନ୍ଦ୍ର 

–ବାତ୍ୟା ମୁକାବିଲା ପାଇଁ ଓଡ଼ିଶାକୁ ଆସିବ ଆଉ ୧୦ ଏନ୍‌ଡିଆର୍‌ଏଫ୍‌ ଟିମ, ଓଡ଼ିଶାକୁ ୨୨ଟି ଟିମ୍ ଯାଇଥିଲେ, ଏସ୍‌ଆର୍‌ସି ଆଉ ୧୦ଟିମ୍‌ ମାଗିଛନ୍ତି

-ଓଡ଼ିଶା ପାଇଁ ୩୨ଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌ ପ୍ରସ୍ତୁତ କରାଯାଇଛି

-ଏନ୍‌ଡିଆର୍‌ଏଫ୍‌ ମହାନିର୍ଦେଶକ ସତ୍ୟନାରାୟଣ ପ୍ରଧାନଙ୍କ ସୂଚନା।

– ବାତ୍ୟା ‘ୟସ’ର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୀକ୍ଷା

– ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ସହାୟତା ସମ୍ପର୍କରେ ଅବଗତ କରାଗଲା, ଠିକଣା ସମୟରେ ସ୍ଥାନାନ୍ତରଣ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ବ

– ବିଜୁଳି ଓ ଯୋଗାଯୋଗ ବ୍ୟବସ୍ଥା ବିଚ୍ଛିନ୍ନ ନ ହେବା ଉପରେ ଗୁରୁତ୍ବରାରୋପ,ବାତ୍ୟା ଯୋଗୁଁ କୋଭିଡ ଚିକିତ୍ସା ସେବା ବାଧାପ୍ରାପ୍ତ ନ ହେବାକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

– ବଙ୍ଗୋପ ସାଗରରେ ସୃଷ୍ଟି ଲଘୁଚାପ ଅବପାତରେ ପରିଣତ, ଆସନ୍ତାକାଲି ସକାଳ ସୁଦ୍ଧା ବାତ୍ୟାରେ ପରିଣତ ହୋଇପାରେ।

ଅବପାତର ରୂପ ନେଲା ଲଘୁଚାପ ; ପାରାଦ୍ୱୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ। ଲ୍ୟାଣ୍ଡଫଲ ପୂର୍ବ ଓ ପର ୬ ଘଣ୍ଟାରେ ବାତ୍ୟାର ବେଶି ପ୍ରଭାବ ପଡ଼ିବ।

– ଲ୍ୟାଣ୍ଡଫଲବେଳେ ପବନର ବେଗ ଘଣ୍ଟାପ୍ରତି ୧୫୫ରୁ ୧୬୫ କିଲୋମିଟର ରହିବ, ବେଳେବେଳେ ଝଟକା ପବନର ବେଗ ୧୮୫ କିଲୋମିଟର ଛୁଇଁବ।

ବାତ୍ୟା ୟସର ମୁକାବିଲା ନେଇ ବାଲେଶ୍ଵରରେ ସମୀକ୍ଷା କଲେ ଏସଆରସି

–ଜିଲାପାଳଙ୍କ କାର୍ଯ୍ୟାଳୟରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବ୍ଲକ ଏବଂ ପଞ୍ଚାୟତ ସ୍ତରର ଅଧିକାରୀଙ୍କ ସହ ଆଲୋଚନା

– ବାତ୍ୟା ପ୍ରଭାବରେ ୪ ଜିଲା ବେଶି ପ୍ରଭାବିତ ହେବ

– ବାତ୍ୟା ପ୍ରଭାବରେ ଉତ୍ତର ଓଡ଼ିଶାର ଜିଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଦକ୍ଷିଣ ଓଡ଼ିଶାରେ ମଧ୍ୟ ହାଲୁକା ପବନ ସହ ପ୍ରବଳ ବର୍ଷା ହେବ।

– ବାତ୍ୟା ପାଇଁ ଜଳ ସମ୍ପଦ ବିଭାଗ ଅଧିକାରୀଙ୍କ ଛୁଟି ବାତିଲ

– ରାଜ୍ୟରେ ୨୦ ଦିନ ପାଇଁ ସମସ୍ତ ନିତ୍ୟବ୍ୟବହାର୍ୟ୍ୟ ଦ୍ରବ୍ୟ ମହଜୁଦ, ବାତ୍ୟା ୟସକୁ ନେଇ କୌଣସି ଦ୍ରବ୍ୟର ଦର ବଢିବାର ନାହିଁ, କଳାବଜାରୀ କଲେ ତୁରନ୍ତ ପଦକ୍ଷେପ-ବ୍ୟବସାୟୀ ମହାସଂଘ

– ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟରୁ ଆମୋନିଆ ଗ୍ୟାସ ଲିକ୍‌, ୧୫ ଅସୁସ୍ଥ

– ପାରାଦ୍ଵୀପ ଗଡ଼ ଶିଳ୍ପାଞ୍ଚଳରେ ଥିବା ଲକ୍ଷ୍ମୀନାରାୟଣ ଚିଙ୍ଗୁଡ଼ି ପ୍ରକ୍ରିୟାକରଣ କାରଖାନାରୁ ଆମୋନିଆ ଗ୍ୟାସ ଲିକ୍, ୩ ମହିଳା ଗୁରୁତର

– ବୁଲା ଗୋରୁ ଓ କୁକୁରଙ୍କ ଖାଦ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦ୍ବିତୀୟ ପର୍ଯ୍ୟାୟରେ ୫୫ ଲକ୍ଷ ଟଙ୍କା ସହାୟତା ମଞ୍ଜୁର

– ରାଜ୍ୟରେ ୨୪ ଘଣ୍ଟାରେ ୧୨୮୫୨ ନୂଆ ସଂକ୍ରମିତ; ଖୋର୍ଦ୍ଧାରୁ ସର୍ବାଧିକ ୧୯୦୯

– ଆଜି ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ୧୦୪୧ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୯୪୧

– କରୋନା : ୧୧ ଜିଲାରୁ ୨୮ ମୃତ, ଦିନକରେ ସର୍ବାଧିକ

– ଓଡ଼ିଶାରୁ ୧୫ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଯୋଗାଣ ହେଲାଣି ୨୦ ହଜାର ୭ ମେଟ୍ରିକ ଟନ୍‌ ଅମ୍ଳଜାନ, ଓଡ଼ିଲା ପୁଲିସ ବିଭାଗ ପକ୍ଷରୁ ସୂଚନା

–ବଲାଙ୍ଗିର: ଗୁଳିମାଡ଼ରେ ସଇଁତଳା ଫରେଷ୍ଟର ମୃତ୍ୟୁ

-ଗୁଳିକାଣ୍ଡ ଘଟାଇଥିବା ୨ ଶିକାରୀ ଗିରଫ, ସିଙ୍ଗଲ ବ୍ୟାରେଲ ବନ୍ଧୁକ ଜବତ।

-ମୁମ୍ବଇର ଜଣେ ଦ୍ୱିତୀୟ ବର୍ଷ ଇଞ୍ଜିନିୟରିଂ ଛାତ୍ର ଥଣ୍ଡା ଓ ବାୟୁ ଚଳାଚଳ ପି.ପି.ଇ. କିଟ୍‍ ପ୍ରସ୍ତୁତ କରିଛନ୍ତି

-ଏହାଦ୍ୱାରା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଗରମ ତଥା ଥଣ୍ଡା ପରିସ୍ଥିତିରୁ ମୁକ୍ତି ମିଳିପାରିବ

–ଯୁକ୍ତ ଦୁଇ ପରୀକ୍ଷା ନେଇ ବୈଠକ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କ ପ୍ରତିକ୍ରିୟା

– ଦେଶର ସମସ୍ତ ରାଜ୍ୟକୁ ଯୁକ୍ତ ଦୁଇ ପରୀକ୍ଷା ନେଇ ମତାମତ ମଗାଯାଇଛି, ମେ’ ୨୫ ସୁଦ୍ଧା ମତାମତ ଦେବାକୁ ରାଜ୍ୟମାନଙ୍କୁ କୁହାଯାଇଛି

– ଯୁବକଙ୍କୁ ଚାପୁଡା ମାରି, ମୋବାଇଲ ଭାଙ୍ଗି ଜିଲାପାଳ ହଟିଲେ, ଛତିଶଗଡର ସୁରଜପୁର ଜିଲାର ଘଟଣା।

– ଏଲୋପାଥି ନିର୍ବୋଧ ବିଜ୍ଞାନ ବୋଲି ମନ୍ତବ୍ୟକୁ ନେଇ ତୀବ୍ର ପ୍ରତିକ୍ରିୟା, ରାମଦେବଙ୍କଠାରୁ ଲିଖିତ କ୍ଷମା ପ୍ରାର୍ଥନା ଦାବିକଲା ଭାରତୀୟ ଚିକିତ୍ସକ ସଂଘ

–ଟିକାକରଣ ଅଭିଯାନ : ଟିକା ନେଲେଣି ୧୯.୫୦ କୋଟି
–୧୮ ରୁ ୪୪ ବର୍ଷ ମଧ୍ୟରେ ଟିକା ନେଲେଣି ପ୍ରାୟ ୧ କୋଟି

– ଦେଶରେ ଦିନକରେ ୨ ଲକ୍ଷ ୪୦ହଜାର ୮୪୨ ସଂକ୍ରମିତ, ୩୭୪୧ ମୃତ

– ଆସାମରେ ଏନକାଉଣ୍ଟର; ୬ ଆତଙ୍କବାଦୀ ନିହତ

– ଘରୋଇ ଡାକ୍ତରଖାନାକୁ ଟିକା ଯୋଗାଣ ବନ୍ଦ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପତ୍ର, ଘରୋଇ ଡାକ୍ତରଖାନା ଅଧିକ ମୂଲ୍ୟ ଦାବି କରୁଥିବା ଅଭିଯୋଗ କଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ

– ଦ୍ୱିତୀୟ ବିଶ୍ୱ ଯୁଦ୍ଧର ଅଫୁଟା ବୋମା ବିକ୍ରି ପାଇଁ ବିଜ୍ଞାପନ

– ଚନ୍ଦ୍ର ପୃଷ୍ଠରେ ଜଳ ଅନୁସନ୍ଧାନ ପାଇଁ ନାସା ପଠାଇବ ଚଳନକ୍ଷମ ରୋବଟ

– ଡାଏନାଙ୍କୁ କ୍ଷତି ପହଞ୍ଚାଇବାକୁ କେବେ ଚାହିଁନଥିଲି- ବ୍ରିଟେନ ସାମ୍ବାଦିକ; ୱିଲିୟମ ଓ ହ୍ୟାରୀଙ୍କ ନିକଟରେ କ୍ଷମା ମାଗିଲେ

– ବ୍ରାଜିଲ ରାଷ୍ଟ୍ରପତି ବୋଲସୋନାରୋଙ୍କୁ ଜରିମାନା, ମାମଲା ରୁଜୁ କଲା ସ୍ବାସ୍ଥ୍ୟ ବିଭାଗ

– ଭାରତ ତିଆରି ନାଜାଲ ଟିକା ମହତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବ: ହୁ ମୁଖ୍ୟ ବୈଜ୍ଞାନିକ

– ସାଗର ହତ୍ୟା ମାମଲା; ଫେରାର ଥିବା କୁସ୍ତି ଯୋଦ୍ଧା ସୁଶୀଲ କୁମାରଙ୍କୁ ଗିରଫ କଲା ଦିଲ୍ଲୀ ପୁଲିସ

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories