www.samajalive.in
Monday, December 8, 2025
14.1 C
Bhubaneswar

ଦେଶର ସର୍ବୋତ୍କୃଷ୍ଟ ବୈଷୟିକ କେନ୍ଦ୍ର ଭାବେ ସ୍ୱତନ୍ତ୍ର ପରିଚୟ ପାଇଛି ଓଡ଼ିଶା

ଭୁବନେଶ୍ୱର : ଇଲେଟ୍‌ସ ଏବଂ ମାଇକ୍ରୋସପଫ ଇଣ୍ଡିଆ ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରରେ ‘ଫ୍ୟୁଚର ରେଡି ଭାରତ – ଓଡ଼ିଶା ସଂସ୍କରଣ’ ଅନୁଷ୍ଠିତ ହୋଇଯାଇଛି। ଉଦ୍‌ଘାଟନୀ ଉତ୍ସବରେ ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ଅସିତ ତ୍ରିପାଠୀ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ କୁମାର ମିଶ୍ର, ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗର ଉପଦେଷ୍ଟା ଅନୁଭବ ପଟ୍ଟନାୟକ, ଇଲେଟ୍‌ସ ଟେକ୍ନୋମିଡ଼ିଆ ପ୍ରତିଷ୍ଠାତା ରବି ଗୁପ୍ତା, ମାଇକ୍ରୋସଫ୍ଟ ଇଣ୍ଡିଆ ନିର୍ଦେଶକ ଅଭିଷେକ ବୋଷ ଏବଂ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

ଆଜିର ପ୍ରତିଯୋଗିତାମୂଳକ ଡିଜିଟାଲ୍‌ ଦୁନିଆରେ ବ୍ୟକ୍ତିବିଶେଷ ଓ ସମ୍ପ୍ରଦାୟର ବିକାଶ ପାଇଁ ଗୁଣାତ୍ମକ ଶିକ୍ଷାର ଉପଲବ୍ଧତା ଅତ୍ୟନ୍ତ ଜରୁରୀ। ଏହି ସମାବେଶର ମୁଖ୍ୟ ଶୀର୍ଷକ ଭାବେ ‘ରାଜ୍ୟରେ ଶିକ୍ଷାଦାନ ପ୍ରଣାଳୀ, ବୈଷୟିକ ଶିକ୍ଷା ଏବଂ ଅଭିବୃଦ୍ଧି’ ବିଷୟରେ ଆଲୋକପାତ କରାଯାଇଥିଲା । ଶିକ୍ଷା କ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଏବଂ ଡିଜିଟାଲ୍‌ ଯୁଗର ଆହ୍ୱାନକୁ ନଜରରେ ରଖି ଛାତ୍ରଛାତ୍ରୀମାନଙ୍କ ପ୍ରସ୍ତୁତି ନିମନ୍ତେ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।
ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଶିକ୍ଷାବିତ୍‌, ବୈଷୟିକ ବିଶେଷଜ୍ଞ ଏବଂ ପ୍ରତିଷ୍ଠିତ ବ୍ୟକ୍ତିି ଏହି ସମାବେଶରେ ଅଂଶଗ୍ରହଣ କରିଥିଲେ। ଏଥିରେ ଯୋଗ ଦେଇଥିବା ପ୍ରମୁଖ ଅତିଥିମାନେ ନିଜର ସୂଚନାତ୍ମକ ଓ ପ୍ରେରଣାଦାୟୀ ଚିନ୍ତାଧାରା ଉପସ୍ଥାପନ କରିଥିଲେ ।

- Advertisement -

ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତିବଦ୍ଧତା ପାଇଁ ଓଡ଼ିଶା ଆଜି ଦେଶର ସର୍ବୋତ୍କୃଷ୍ଟ ବୈଷୟିକ କେନ୍ଦ୍ର ଭାବେ ସ୍ୱତନ୍ତ୍ର ପରିଚୟ ପାଇପାରିଛି। ଦେଶର ଅଗ୍ରଣୀ ବୈଷୟିକ ଅନୁଷ୍ଠାନମାନେ ବୈଷେୟିକ ଶିକ୍ଷା କ୍ଷେତ୍ରରେ ଓଡ଼ିଶାକୁ ପ୍ରମୁଖ ରାଜ୍ୟ ଭାବେ ମାନ୍ୟତା ପ୍ରଦାନ କରିଛନ୍ତି ଓଡ଼ିଶା ସ୍କିଲ କ୍ୟାପିଟାଲ ଅଫ ଟେକ ୱାର୍ଲ୍ଡ । ଏହା ବ୍ୟତୀତ ଓଡ଼ିଶାର ବୈଷୟିକ ଶିକ୍ଷାକ୍ଷେତ୍ରରେ ହୋଇଥିବା ଉନ୍ନତି ସାମୂହିକ ନୁହେଁ ବରଂ ଏହା ଉଲ୍ଲେଖନୀୟ ରୂପାନ୍ତରଣ ବୋଲି ପ୍ରମୁଖ ଶାସନ ସଚିବ ମନୋଜ କୁମାର ମିଶ୍ର ତାଙ୍କ ଅଭିଭାଷଣରେ ଉଲ୍ଲେଖ କରିଥିଲେ।
ମାଇକ୍ରୋସଫ୍ଟ ଇଣ୍ଡିଆର ବିଶେଷଜ୍ଞ ସ୍ୱାତୀ କୌଶଲ ସମସ୍ତଙ୍କ ପାଇଁ ଉପଲବ୍ଧ ଶିକ୍ଷାରେ ପ୍ରଯୁକ୍ତିବିଦ୍ୟାର ଭୂମିକା ଉପରେ ଏକ ଆକର୍ଷଣୀୟ ଉପସ୍ଥାପନା କରିଥିଲେ। ଏହି ଉପସ୍ଥାପନାରେ ସେ ବିବିଧ ଦକ୍ଷତା ଥିବା ବ୍ୟକ୍ତିମାନଙ୍କୁ ସଶକ୍ତ କରିବା କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ଭୂମିକା ଉପରେ ଆଲୋକପାତ କରିଥିଲେ।

ଏହି କର୍ମଶାଳାରେ ୪ ଗୋଟି ଶୀର୍ଷକରେ ଆଲୋଚନା କରାଯାଇଥିଲା। ଏଥିରେ ୧୫ରୁ ଊର୍ଦ୍ଧ୍ୱ ବକ୍ତା ସେମାନଙ୍କର ଅଭିଜ୍ଞତା ଉପସ୍ଥାପନ କରିଥିଲେ। ବକ୍ତାମାନଙ୍କ ମଧ୍ୟରେ ଏନ୍‌ଆଇସି, ଓଡ଼ିଶାର ଉପ ମହାନିର୍ଦ୍ଦେଶକ ଆର.କେ.ଦାସ, ଓକେସିଏଲ୍‌ର ଏମ୍‌ଡି ମନୋରଞ୍ଜନ ପୁଥାଲ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories