www.samajalive.in
Monday, December 8, 2025
27.1 C
Bhubaneswar

ସାବିତ୍ରୀ ବ୍ରତ ପାଳନ ବେଳେ ଅଘଟଣ; ନିଆଁରେ ପୋଡ଼ି ହୋଇ ମହିଳା ଗୁରୁତର

ଦେଓଗାଁ: ସ୍ଵାମୀଙ୍କ ଦୀର୍ଘାୟୁ କାମନା କରି ପ୍ରତ୍ୟେକ ସଧବା ନାରୀ ଆଜି ସାବିତ୍ରୀ ବ୍ରତ ପାଳନ କରିଛନ୍ତି। ହେଲେ ପୂଜା ସମୟରେ ଦୀପରୁ ଶାଢିରେ ନିଆଁ ଲାଗିଯିବା ଫଳରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ କୁଳୁତାପଡା ପଞ୍ଚାୟତର ଖଇରମାଲ ଗାଁରେ।

ତୁଷୁରା ଥାନା ଅନ୍ତର୍ଗତ ଖଇରମାଲ ଗାଁରେ ଶୁକ୍ରବାର ମହିଳାମାନେ ସାବିତ୍ରୀ ବ୍ରତ ପାଳନ କରୁଥିଲେ। ଗାଁର ସମସ୍ତ ମହିଳା ଏକତ୍ରିତ ହୋଇ ଗାଁ ଦାଣ୍ଡରେ ଥିବା ଏକ ଗଛ ମୂଳେ ପୂଜାର୍ଚ୍ଚନା କରୁଥିବା ସମୟରେ ହଠାତ୍ ଜଣେ ମହିଳାଙ୍କ ଶାଢ଼ିରେ ନିଆଁ ଲାଗି ଯାଇଥିଲା। ସାଙ୍ଗରେ ଥିବା ଅନ୍ୟ ମହିଳାମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ପରେ କିଛି ପୁରୁଷ ଆସି ନିଆଁକୁ ଲିଭାଇଥିବା ଗାଁ ଲୋକ ପ୍ରକାଶ କରିଛନ୍ତି। ଏନେଇ ପରିବାର ଲୋକେ ଜାଣିବା ପରେ ଏକ ଆମ୍ବୁଲାନ୍ସ ସାହାଯ୍ୟରେ ତାଙ୍କୁ ନେଇ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ନିଆଁରେ ପୋଡ଼ି ଯାଇଥିବା ମହିଳା ଜଣକ ଖଇରମାଲ ଗାଁର ମାଲ ବାରିକଙ୍କ ସ୍ତ୍ରୀ ବୁଲି ବାରିକ ବୋଲି ଜଣାପଡିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories