www.samajalive.in
Monday, December 8, 2025
20.1 C
Bhubaneswar

ମଧୁବାବୁଙ୍କୁ ଭାରତରତ୍ନ ପ୍ରଦାନ ପାଇଁ ତ୍ରିପୁରା ଓ ଆସାମରେ ଦାବି

ଭୁବନେଶ୍ୱର: ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ମରୋଣତୋର ଭାରତରତ୍ନ ପ୍ରଦାନ ଦାବି ଯୋର ଧରିଛି। ଏନେଇ ପୂର୍ବରୁ ୧୬ଟି ରାଜ୍ୟରୁ ଦସ୍ତଖତ ଅଭିଯାନ ପରେ ପୁଣି ୩ଟି ରାଜ୍ୟରୁ ଦସ୍ତଖତ ଅଭିଯାନ କରାଯାଇଛି। ତ୍ରିପୁରା, ଆସାମରେ ଦସ୍ତଖତ ସଂଗ୍ରହ କରାଯାଇଥିବା ଓ ମିଜୋରାମ ରାଜ୍ୟ ସିମାଠାରେ ଦସ୍ତଖତ ସଂଗ୍ରହ କରାଯାଇଥିଲା।

ସେହିପରି ମଧୁବାବୁଙ୍କ ପ୍ରତିମୂର୍ତ୍ତି ସଂସଦ ଭବନ ପରିସରରେ ସ୍ଥାପନା, ଉତ୍କଳ ଗୌରବ ମଧୁସୂଦନଙ୍କ ନାମରେ ରେଳ ଗାଡି ଚଲାଇବା, ମଧୁବାବୁଙ୍କ ଜୟନ୍ତୀ ଦିନ ସରକାରୀ ଛୁଟି ଘୋଷଣା ଓ କୋର୍ଟ ନିକଟ ରାସ୍ତାକୁ ମଧୁବାବୁଙ୍କ ନାମରେ ନାମକରଣ କରିବା ପାଇଁ ଦାବି କରାଯାଇଛି। ଫୋରମର ଆବାହକ ଲିଙ୍ଗରାଜ ସାହୁଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ତ୍ରିପୁରାରେ ଓଡ଼ିଆ ସମାଜଠାରେ ମଧୁବାବୁ ଏବଂ ଓଡ଼ିଶା ସମ୍ପର୍କରେ ଆଲୋଚନା କରାଯାଇଥିଲା।

- Advertisement -

ତ୍ରିପୁରା ଓଡ଼ିଆ ସମାଜର ଅତିଥି ଧୁନୁଦ୍ଧର ଜେନା, ପୃଷ୍ଠପୋଷକ ହେମନ୍ତ କୁମାର ପ୍ରତିହାରୀ, ସଭାପତି ବିଷୁ ଚରଣ ପତି, ଉପଦେଷ୍ଟା ଡ.ରଞ୍ଜନ କୁମାର ମିଶ୍ର, ପ୍ରେମାନନ୍ଦ ଶର୍ମା, ଉପସଭାପତି ଡ.ଶରତ କୁମାର ଦାସ, ସମ୍ପାଦକ ରବିନ୍ଦ୍ର କୁମାର ମହାପାତ୍ର, ସହ ସମ୍ପାଦକ ସମିର କୁମାର ଡିଆବାଘ, ତାପସ କୁମାର ସେଠୀ, ବିକାଶ କୁମାର ନାୟକ, ଶ୍ରୀନିବାସ ମହାପାତ୍ର, ପଦ୍ମଜା ମହାପାତ୍ର, ସିନି ମହାପାତ୍ର, ସଞ୍ଜୟ କୁମାର ସାହୁ ସମେତ ବହୁ ମୁରବୀ ସାମିଲ ହୋଇଥିଲେ।

ସେହିପରି ଆସାମର ରତାବରିଠାରେ ଓ ମିଜୋରମ୍ ରାଜ୍ୟର ସୀମା କାନ ପୁଇଠାରେ ସ୍ୱାକ୍ଷର ସଂଗ୍ରହ କରାଯାଇଥିଲା। ମଧୁବାବୁଙ୍କୁ ଦେଶର ବହୁ ବିଶିଷ୍ଟ ବ୍ୟକ୍ତି କିପରି ମଧୁ ବାବୁଙ୍କୁ ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ଭାବେ ସମ୍ମାନ ଦେଉଥିଲେ ସେ ସମ୍ପର୍କରେ ଆଲୋଚନା ଚରାଯାଇଥିଲା। ଏହି ସ୍ୱାକ୍ଷର ସମ୍ବଳିତ ଦାବିପତ୍ର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯିବ। ଓଡ଼ିଶାର ସାଂସଦମାନେ ଏଦିଗରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ସହିତ ସଂସଦରେ ଏହି ପ୍ରସଙ୍ଗ ଉପସ୍ଥାପନା କରିବାକୁ ନିବେଦନ କରାଯାଇଛି।

ପ୍ରକାଶ ଥାଉକି, ଏହା ପୂର୍ବରୁ ନୂଆଦିଲ୍ଲୀରେ ବାସ କରୁଥିବା ମଧୁପ୍ରେମୀ ଓ ସୁପ୍ରୀମକୋର୍ଟ ପରିସରରେ ସ୍ୱାକ୍ଷର ସଂଗ୍ରହ କରାଯାଇଥିଲା। ସେହିପରି ଝାଡ଼ଖଣ୍ଡ, ଉତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜୁରାଟ, ଚେନ୍ନାଇ, ଆନ୍ଧ୍ରପ୍ରଦେଶର ତିରୂପତି, କୋଳକତା, ଆଣ୍ଡାମାନ, ବେଙ୍ଗାଲୁରୁ, ପଞ୍ଜାବ, ଉତରାଖଣ୍ଡ, ସମେତ ୧୬ଟି ବିଭିନ୍ନ ରାଜ୍ୟରୁ ଦସ୍ତଖତ ସଂଗ୍ରହ କରାଯାଇଛି। ବିଭିନ୍ନ ସହରରେ ବାସ କରୁଥିବା ବହୁ ଓଡ଼ିଆ ମୁରବୀମାନଙ୍କ ଦସ୍ତଖତ ସଂଗ୍ରହ କରାଯାଇଛି। ଏଥି ସହ ରାଜ୍ୟର ବିଭିନ୍ନ ଓକିଲ ସଂଘ ସହଯୋଗରେ ଦସ୍ତଖତ ସଂଗ୍ରହ ଅଭିଯାନ ଚାଲୁ ରହିଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories