www.samajalive.in
Saturday, December 6, 2025
26.1 C
Bhubaneswar

୨୦ ହଜାର ୯୭୯ କୋଟି ଟଙ୍କାର ପୁଂଜିନିବେଶ ଆକୃଷ୍ଟ କରିବାରେ ଓଡ଼ିଶା ସଫଳ

ଭୁବନେଶ୍ୱର : କୋଭିଡ୍‌-୧୯ ବିଶ୍ୱ ମହାମାରୀ ସ୍ଥିିତିରେ ବିଶ୍ୱର ସବୁ ଦେଶରେ ଅର୍ଥନୀତି ଶିଥିଳ ହୋଇ ଯାଇଥିବାବେଳେ ଅତୁଳନୀୟ ସୁବିଧା ପ୍ରଦାନ ବ୍ୟବସ୍ଥା ଏବଂ ଭିତ୍ତିଭୂମି ରହିଥିବା ଓଡ଼ିଶା ୨୦ ହଜାର ୯୭୯ କୋଟି ଟଙ୍କାର ପୁଂଜିନିବେଶ ଆକୃଷ୍ଟ କରିବାରେ ସଫଳ ହୋଇଛି । ଏହି ପୁଂଜିନିବେଶ ରାଜ୍ୟରେ ଅର୍ଥନୀତିର ପୁନଃବିକାଶ ସହିତ ହଜାର ହଜାର ସଂଖ୍ୟାରେ କର୍ମନିଯୁକ୍ତି ପ୍ରଦାନ କରିବାରେ ସହାୟକ ହେବ । କୋଭିଡ୍‌-୧୯ ମହାମାରୀ ସତ୍ତେ୍ୱ, ରାଜ୍ୟ ଜିଏସ୍‌ଟି ସଂଗ୍ରହରେ ଅନୁକୂଳ ଅଭିବୃଦ୍ଧି ହାସଲ କରିଛି । ଚଳିତ ବର୍ଷ ଜୁଲାଇ ମାସରେ ରାଜ୍ୟର ଜିଏସ୍‌ଟି ସଂଗ୍ରହ ଗତ ଆର୍ଥିକ ବର୍ଷର ଏହି ମାସରେ ହୋଇଥିବା ସଂଗ୍ରହଠାରୁ ୧୩ ପ୍ରତିଶତ ଅଧିକ ହୋଇଛି । ର।ପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟିଂ ଓ ଆର୍‌ଟି-ପିସିଆର୍‌ ପ୍ରଣାଳୀରେ ପରୀକ୍ଷା କରିବା ନିମନ୍ତେ ଇଚ୍ଛୁକ ଘରୋଇ ଡାକ୍ତରଖାନା, ନର୍ସିଂ ହୋମ୍‌ ଓ ପରୀକ୍ଷାଗାରଗୁଡ଼ିକ ପାଇଁ ରାଜ୍ୟ ସରକାର ମାର୍ଗଦର୍ଶିକା ଜାରି କରିଛନ୍ତି । ବାଧ୍ୟତାମୂଳକ ପଂଜୀକରଣ ପରେ ଏହି ଅନୁଷ୍ଠାନଗୁଡ଼ିକ ପରୀକ୍ଷଣ ଆରମ୍ଭ କରିପାରିବେ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories