www.samajalive.in
Monday, December 8, 2025
14.1 C
Bhubaneswar

ପ୍ରତିଶୃତି ରଖିଥିବା ବିଧାୟିକାଙ୍କୁ ଚାଷୀଙ୍କ କୃତଜ୍ଞତା

ବରପାଲି: ବରପାଲି ବ୍ଲକ ଅଣ ଜଳସେଚିତ ଚାଷୀଙ୍କ ଉପୁଜିଥିବା ଧାନବିକ୍ରି ଟୋକନ ସମସ୍ୟା ବିଜେପୁର ବିଧାୟିକା ରିତା ସାହୁଙ୍କ ଉଦ୍ୟମରେ ସମାଧାନ ହୋଇଥିବାରୁ ଚାଷୀକୂଳ କୃତଜ୍ଞତା ସହ ସମ୍ବର୍ଦ୍ଧନା ଜଣାଇଛନ୍ତି। ବର୍ତ୍ତମାନ ଧାନ ଅମଳ ହୋଇ ଚିହ୍ନଟ ଚାଷୀ ମଣ୍ଡିରେ ସରକାରୀ ନିତିନିୟମ ଅନୁଯାୟୀ ସଠିକ ଭାବରେ ବିକ୍ରି କରିପାରୁଛି। ହେଲେ ଅଚଂଳର ଅଣ ଜଳସେଚିତ ଚାଷୀ ବୋରୱେଲ ମାଧ୍ୟମରେ ଉପାର୍ଜିତ ନିଜ ଧାନ ବିକ୍ରି କରିବାରେ ବହୁ ସମସ୍ୟାରେ ଜୁଝିହେବା ସହିତ ସଠିକ ଭାବରେ ବିକ୍ରି କରିବାରେ ଅବହେଳା ଦେଖା ଦେଇଥିଲା।

ଚାଷୀମାନେ ବିଭାଗୀୟ ମୂଖ୍ୟ ଓ ଜିଲ୍ଲା ପ୍ରସାସନ କର୍ତ୍ତୁପକ୍ଷଙ୍କୁ ସମସ୍ୟା ସମ୍ପର୍କିତ ବିଷୟ ଉପରେ ଦୃଷ୍ଟିକୁ ଆଣିବା ସହିତ ସମାଧାନ ପାଇଁ ବହୁବାର ଦାବୀ ଜଣାଇଥିଲେ। ହେଲେ ଦିନ ପରେ ଦିନ ଗଡ଼ିଚାଲିବା ସହ ସମାଧାନର ବାଟ ଫିଟିନଥିଲା। ଚାଷୀ ହତୋତ୍ସାହିତ ହୋଇ ସ୍ଥାନିୟ ବିଧାୟିକା ରିତା ସାହୁଙ୍କୁ ଧାନ ବିକ୍ରିରେ ସହାୟକ ହେଉଥିବା ଟୋକନ ସମସ୍ୟା ସମ୍ବନ୍ଧିତ ବିଷୟ ଉପରେ ଖୋଲାଖୋଲି ଭାବରେ ଜଣାଇଥିଲେ।

- Advertisement -

ବିଧାୟିକା ଚାଷୀକୂଳଙ୍କୁ ନିର୍ଭତ ପ୍ରତିଶୃତି ଦେବା ସହିତ ରାଜ୍ୟ କର୍ତ୍ତୁପକ୍ଷ ଓ ସଚିବମାନଙ୍କ ସହ ଆଲୋଚନା ମାଧ୍ୟମରେ ସମାଧାନ କେିବି ବୋଲି କଥା ଦେଇଥିଲେ। କିଛିଟା ବିଳମ୍ବ ହେଲେ ମଧ୍ୟ ପୁର୍ବରୁ ସରକାର ତାଙ୍କ ଦ୍ୱାରା ଜାରି କରିଥିବା ଧାନ କିଣାବିକା କାରବାରର ଧାରାକୁ ବଦଳାଇ ବର୍ତ୍ତମାନ ଅଢ଼େଇ ଏକଡ଼ ଜମି ବାଲାଙ୍କୁ ୬୫ କ୍ୟୁଣ୍ଟାଲ ଧାନ ବିକ୍ରି କରିପାରିବେ ବୋଲି ମୋହର ମାରିଥିଲେ। ଯାହାକି ପରବର୍ତ୍ତି ସମୟରେ ଚାଷୀ ଉଚିତ ଟୋକନ ପ୍ରାପ୍ତି କରିବା ସହ ମଣ୍ଡିରେ ଧାନ ବିକିବାକୁ ସକ୍ଷମ ହୋଇଥିଲା।

ଦେଖାଦେଇଥିବା ସମସ୍ୟାର ସ୍ଥାୟି ସମାଧାନ ମିଳିଯାଇଥିବାରୁ ଅଚଂଳର ବରିଷ୍ଟ କୃଷକ ନେତା ସୁରେଶ ସତପଥିଙ୍କ ନେତୃତ୍ୱରେ ଦାମୋଦର ରାଉତ, ଗୌର ପଧାନ, ଭୁବନ ବଢ଼େଇ, ଛିନୁ ଭୋଇ, ଟିକେଏତ ମହତ୍ତମ, ମୁନା ମେହେର, ଅଚ୍ୟୁତା ପଣ୍ଡା, ତରଣୀ ଦେବତାଙ୍କ ସମେତ ଚାଷୀମାନେ ବିଧାୟିକା ରିତା ସାହୁଙ୍କ ବାସଭବନକୁ ଯାଇ କୃତଜ୍ଞତା ଜଣାଇବା ସହିତ ଉତ୍ତରିୟ ପୁଷ୍ପଗୁଚ୍ଛ ପ୍ରଦାନ ମାଧ୍ୟମରେ ସମ୍ବର୍ଦ୍ଧନା ଜଣାଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories