www.samajalive.in
Thursday, December 11, 2025
14.1 C
Bhubaneswar

ରାସ୍ତା ପ୍ରଶସ୍ତିକରଣ ନାଆଁରେ ନାଳ ପୋତାକୁ ବିରୋଧ

ଆଠଗଡ଼଼: ଆଠଗଡ଼଼ ମଧ୍ୟ ଦେଇ ଯାଇଥିବା ପୁରୁଣା କଟକ-ସମ୍ବଲପୁର ରାସ୍ତାର ପ୍ରଶସ୍ତିକରଣ ଚାଲିଥିବାବେଳେ ରାସ୍ତାକଡରେ ଥିବା ବହୁ ପୁରାତନ ପ୍ରାକୃତିକ ନାଳକୁ ପୋତିବା ନେଇ ବିଭିନ୍ନ ଗ୍ରାମବାସୀ ଆପତ୍ତି ଉଠାଇବା ସହ ଏ ସଂପର୍କରେ ଏକ ଦାବିପତ୍ର ଆଠଗଡ଼଼ ତହସିଲଦାରଙ୍କୁ ପ୍ରଦାନ କରିଛନ୍ତି। ଉକ୍ତ ରାସ୍ତାର କରିକୋଲଠାରୁ ଦହିସରା ପର୍ଯ୍ୟନ୍ତ ରାସ୍ତାର ଉତ୍ତରପାର୍ଶ୍ବରେ ରହିଥିବା ପ୍ରାକୃତିକ ନାଳ ମାଧ୍ୟମରେ ବର୍ଷାଜଳ ଏବଂ ବନ୍ୟାଜଳ ଚାଷଜମିରୁ ନିଷ୍କାସିତ ହୋଇଥାଏ। ବର୍ଷାଋତୁରେ ନିକଟରେ ଥିବା କଣ୍ଟିଆ ନାଳ ଓ ସାପୁଆ ନଦୀରେ ଆସୁଥିବା ବନ୍ୟାଜଳ ଚାଷଜମି ଗୁଡିକୁ ବୁଡାଇ ରଖିଥାଏ। ବନ୍ୟା ଓ ବର୍ଷା ପରେ ପରେ ଚାଷଜମିରେ ଜମିରହିଥିବା ଉଦ୍‌‌ବୁତ ଜଳ ସେହି ପ୍ରାକୃତିକ ନାଳ ଦେଇ ନିଷ୍କାସିତ ହୋଇଥାଏ। ତେବେ ଧବଳେଶ୍ୱର ନୂଆପାଟଣା ନିକଟରୁ ଆଠଗଡ଼଼ ପର୍ଯ୍ୟନ୍ତ ପୁରୁଣା କଟକ-ସମ୍ବଲପୁର ରାସ୍ତା ପ୍ରଶସ୍ତିକରଣ କରାଯାଉଥିବାବେଳେ କରିକୋଲଠାରୁ ଦହିସରା ପର୍ଯ୍ୟନ୍ତ ଉକ୍ତ ପ୍ରାକୃତିକ ନାଳକୁ ଅଧାରୁ ଅଧିକ ପୋତିଦିଆଯାଉଛି ବୋଲି ହରିପୁର, ବାଇଲୋ ଓ ଦହିସରା ଗ୍ରାମର ଚାଷୀମାନେ ଅଭିଯୋଗ କରିଛନ୍ତି। ତା ସହିତ ଉକ୍ତ ନାଳକୁ ମଧ୍ୟ ଅନେକ ସ୍ଥାନରେ କିଛି ଲୋକ ଜୋର ଜବରଦସ୍ତ ଅବରୋଧ କରି ଜବରଦଖଲ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଉକ୍ତ ପ୍ରାକୃତିକ ନାଳ ପୋତାକୁ ବନ୍ଦ କରିବା ସହିତ ଜବରଦଖଲ ଉଚ୍ଛେଦ କରି ଜଳ ନିଷ୍କାସନ ପାଇଁ ପଦକ୍ଷେପ ନିଆନଗଲେ ଚାଷୀଙ୍କର ଚାଷ ବୁଡିିଯିବ ବୋଲି ସେମାନେ ତହସିଲଦାରଙ୍କୁ ଜଣାଇଥିଲେ। ଏହି ଦିଗରେ ଆଠଗଡ଼଼ ରାଜସ୍ୱ ପ୍ରଶାସନ ପଦକ୍ଷେପ ନେଇ ଉକ୍ତନାଳକୁ ପୂର୍ବପରି ଜଳ ନିଷ୍କାସନ ପାଇଁ ଅବରୋଧମୁକ୍ତ କରିବା ପାଇଁ ସେମାନେ ଦାବି କରିଛନ୍ତି। ନଚେତ୍‌‌ ଗ୍ରାମବାସୀ ଓ ଚାଷୀମାନେ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବେ ବୋଲି ଚେତାଇ ଦେଇଥିଲେ।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories