www.samajalive.in
Saturday, December 6, 2025
19.1 C
Bhubaneswar

ଲାଞ୍ଜିଗଡ଼ ବ୍ଲକରେ ପୁଣି ହାତୀ ଉପଦ୍ରବ : ଘର ଭାଙ୍ଗିବା ସହ ନଷ୍ଟ କଲେ ଧାନ ଚାଉଳ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ଦୁର୍ଗମ ଅଞ୍ଚଳରେ କିଛି ମାସ ମାସ ଧରି ହାତୀ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି । ଗତ କିଛି ଦିନ ହେଲା ହାତୀପଲ ରାତି ହେଲେ ଗାଁ କୁ ପଶି ଫସଲ ନଷ୍ଟ କରିବା ସହ ଘର ଦ୍ଵାରା ଭାଙ୍ଗି ବ୍ୟାପକ କ୍ଷୟକ୍ଷତି ଘଟାଉଛନ୍ତି । ବର୍ତ୍ତମାନ ବେଡାଗାଁ ପଞ୍ଚାୟତର ବିଭିନ୍ନ ଗାଁରେ ହାତୀପଲ ଉତ୍ପାତ କରିବା ସହିତ ଘରଦ୍ଵାର ଭଙ୍ଗାରୁଜା କରିଥିବା ବେଳେ ଏବେ କାନକୁଟ୍ରୁ ପଞ୍ଚାୟତର ବିଭିନ୍ନ ଜଙ୍ଗଲରେ ରହି ରାତି ହେଲେ ଗାଁକୁ ପ୍ରବେଶ କରିବା ସହ ଜୋରରେ ଚିତ୍କାର କରୁଛନ୍ତି।  ରବିବାର ବିଳମ୍ବିତ ରାତିରେ ତଲକାଳସୁର ଗାଁରେ ପଶି ଗାଁର ବୁଡୁ ମାଝୀଙ୍କ ଘର ସାମ୍ନାରେ ଚିତ୍କାର କରିଥିଲେ।
ଘର ସାମ୍ନାରେ ହାତୀର ଗର୍ଜନ ଶୁଣି ବୁଡୁ ମାଝୀ ସ୍ତ୍ରୀ ଓ ପିଲାଛୁଆଙ୍କୁ ନେଇ ଘର ପଛପଟୁ ବାହାରି ଯାଇଥିଲେ । ପରିବାର ଲୋକେ ଭୟରେ ଘରୁ ବାହାରି ଯିବାବେଳେ ଦୁଇଟି ହାତୀ ବୁଡୁଙ୍କ ମାଟି ଘର ଭାଙ୍ଗିବା ସହ ଘରେ ଥିବା ଧାନ ଚାଉଳ ବିଭିନ୍ନ ସାମଗ୍ରୀକୁ ନଷ୍ଟ କରିଦେଇଥିଲେ । ହାତୀ ଉପଦ୍ରବ ଯୋଗୁଁ ବୁଡୁ ମାଝୀଙ୍କ ପରିବାର ସର୍ବସ୍ବାନ୍ତ ହୋଇ ପଡ଼ିଥିବା ବେଳେ ରହିବା ଘର ଭାଙ୍ଗିଦେବାରୁ ତାଙ୍କ ପରିବାର ରହିବା ମୁସ୍କିଲ ହୋଇଯାଇଛି। ଏବେ ତାଙ୍କ ପରିବାର ପର ଘରେ ଆଶ୍ରୟ ନେଇ ଥିବାବେଳେ ସରକାରୀ ସହାୟତାର ଆବଶ୍ୟକତା ରହିଛି । ଏ ସମ୍ପର୍କରେ ବିଶ୍ୱନାଥପୁର ରେଞ୍ଜର ଲକ୍ଷ୍ୟା ମହାନନ୍ଦ ଖବର ପାଇ ସଙ୍ଗେ ସଙ୍ଗେ ବିଶ୍ୱନାଥପୁର ବନବିଭାଗ କର୍ମଚାରୀଙ୍କୁ ଘଟଣାସ୍ଥଳକୁ ପଠାଇ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ଦେଇଥିବା ସୂଚନା ମିଳିଛି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories