www.samajalive.in
Saturday, December 6, 2025
26.1 C
Bhubaneswar

ଶେୟାର ଆଣ୍ଡ କେୟାର ଭାରତର ସଂସ୍କୃତି: ଉପରାଷ୍ଟ୍ରପତି

ଭୁବନେଶ୍ୱର : ଉପରାଷ୍ଟ୍ରପତି ଶ୍ରୀ ଭେଙ୍କେୟା ନାଇଡ଼ୁ ସୋମବାର ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଦର୍ଶବର୍ଷ ପୂର୍ତ୍ତିର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ  ଯୋଗଦେଇ ନିଜର ଅଭିଭାଷଣ ରଖିଛନ୍ତି। ପ୍ରଥମେ ସେ ଉତ୍କଳ ଦିବସ ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ସ୍କୁଲ କେବଳ ପାଠ ପଢିବା ପାଇଁ ନୁହେଁ, ଦେଶ ନିର୍ମାଣରେ ଏହାର ମୁଖ୍ୟ ଭୂମିକା ହେବା ଉଚିତ। ଦୀର୍ଘଦିନର ବ୍ରିଟିଶ ଶାସନ ଯୋଗୁ ଆମ ଇତିହାସ ପାଠ୍ୟକ୍ରମ ବଦଳିଛି- ଚିନ୍ତା ବଦଳିଛି। ଆମ ସଂସ୍କୃତି ଓ ଐତିହ୍ୟକୁ ଆମ ପାଠ୍ୟକ୍ରମରେ ସାମିଲ କରିବା ଉଚିତ। ମାତୃଭାଷାକୁ ସବୁବେଳେ ଗୁରୁତ୍ୱ ଦେବା ଉଚିତ। ଗୁଗଲ କେବେ ଗୁରୁଙ୍କ ସ୍ଥାନ ନେଇ ପାରିବ ନାହିଁ। ଶେୟାର ଆଣ୍ଡ କେୟାର ଭାରତର ସଂସ୍କୃତି ବୋଲି ସେ ନିଜ ଅଭିଭାଷଣରେ କହିଛନ୍ତି।

ଉପରାଷ୍ଟ୍ରପତି ନିଜର ଅଭିଭାଷଣ ଓଡ଼ିଆରେ ଆରମ୍ଭ କରିବା ସହ ସମସ୍ତ ଓଡ଼ିଆଙ୍କୁ ଉତ୍କଳ ଦିବସର ଅଭିନନ୍ଦନ ଜଣାଇଥିଲେ। ଗୋଟିଏ ଭଲ ବିଦ୍ୟାଳୟ  କେବଳ ଶୈକ୍ଷିକ ଉପଲବ୍ଧି ଉପରେ ଧ୍ୟାନ ଦେଇ ନଥାଏ ଏହା ସହ ଛାତ୍ରଛାତ୍ରୀମାନେ କିଭଳି ସମ୍ପୂର୍ଣ୍ଣ ବିକଶିତ ହୋଇପାରିବେ ଏହା ଉପରେ ମଧ୍ୟ ଗୁରୁତ୍ୱ ଦେଇଥାଏ। ଆଜିର ଯୁବପିଢ଼ୀ ନିଜ ଦେଶର ଦାୟିତ୍ୱ, ଏହାର ବିକାଶ ସହ ଜଣେ ଉତ୍ତମ ନାଗରିକ ହେବା ନିତ୍ୟାନ୍ତ ଆବଶ୍ୟକ ବୋଲି ସେ କହିଛନ୍ତି । ଶିକ୍ଷା କେବଳ ରୋଜଗାର କରିବା ପାଇଁ ନୁହେଁ ଜ୍ଞାନ ମାଧ୍ୟମରେ ବ୍ୟକ୍ତିକୁ ସଶକ୍ତକରିବା ଦରକାର। ଏବେ ଆମ ଦେଶର ଶିକ୍ଷା ବ୍ୟବସ୍ଥାର ସ୍ତର ଅତି ଉତ୍ତମାନର ହେବା ସହ ବହୁତ ଶୀଘ୍ର ପୁଣିଥରେ ଆମେ ବିଶ୍ୱ ଗୁରୁ ହେବା ପାଇଁ ଯାଉଛେ। ମାତା ପିତାଙ୍କୁ ସମ୍ମାନ, ନିଜର ଜନ୍ମଭୂମିକୁ ମନେରଖିବା ସହ ଭଲପାଇବା, ନିଜର ମାତୃଭାଷାକୁ କହିବା, ମାତୃଭୂମିକୁ ସମ୍ମାନ ଦେବା ଓ ଗୁରୁଙ୍କୁ ସର୍ବଦା ମନେରଖିବା ଏହି ପାଞ୍ଚୋଟି ନିୟମ ଛାତ୍ରଛାତ୍ରୀଙ୍କୁ ଉଦ୍ଦେଶ୍ୟରେ କହିଥିଲେ। ଗୁରୁଙ୍କୁ ସଦାସର୍ବଦା ସମ୍ମାନ ଦେବା ଦରକାର କାରଣ କୌଣସି କୋଶଳ, ବିଜ୍ଞାନ ବା ଗୁଗଲ୍‍ ଗୁରୁଙ୍କ ସ୍ଥାନ ନେଇପାରିବ ନାହିଁ। କାରଣ ଗୁଗଲ୍‍କୁ ସଜାଡ଼ିବା ପାଇଁ ଜଣେ ଗୁରୁଙ୍କର ଆବଶ୍ୟକତା ପଡ଼ିଥାଏ। ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେଇ କହିଥିଲେ ଯେ ଆଜିର ଯୁବପିଢ଼ୀ ଫାଷ୍ଟଫୁଡ଼୍‍ ଉପରେ ନିର୍ଭରଶୀଳ ନ ହୋଇ ଘର ପ୍ରସ୍ତୁତ ଖାଦ୍ୟ ଖାଇବା ଦରକାର କାରଣ ‘ତୁରନ୍ତ ଖାଦ୍ୟ ଅର୍ଥ ନିଶ୍ଚିତ ରୋଗ’। ପରିଶେଷରେ ସାଇ ଇଣ୍ଟରନ୍ୟାସନାଲ୍‍ ସ୍କୁଲ୍‍କୁ ଏକ ରୋଲ୍‍ ମଡ଼େଲ୍‍ ସ୍କୁଲ୍‍ ଭାବେ ଗଢ଼ିବା ଓ ଏହାର ସମସ୍ତ ସଫଳତା ପାଇଁ ସ୍କୁଲର ମ୍ୟାନେମେଣ୍ଟକୁ ସେ ନିଜର ଶୁଭକାମନା ଜଣାଇଥିଲେ।

- Advertisement -

ସମ୍ମାନୀତ ଅତିଥି ଡଃ ପ୍ରଫେସର ଗଶେଷୀଲାଲ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ନିଜେ ହସିବା ସହ ନିଜର ଚାରିପାଖର ଲୋକଙ୍କୁ ଖୁସିରଖିବାର ଅଭ୍ୟାସ କରିବା ଏବଂ ଜୀବନର ସକରାତ୍ମକ ଦୃଷ୍ଟିକୋଣକୁ ବିକଶିତ କରିବା ଦରକାର। ଏହା ସହ ପ୍ରକୃତିର ସୁନ୍ଦରତାକୁ ଉପଭୋଗ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।

ସାଇ ଇଣ୍ଟରନ୍ୟାସନାଲ୍‍ ଗ୍ରୁପ୍‍ର ଚେୟାରମ୍ୟାନ୍‍ ଡଃ ବିଜୟ କୁମାର ସାହୁ ସ୍ୱାଗତ ଭାଷଣ ଦେବା ସହିତ ମହାମହିମ ଉପରାଷ୍ଟ୍ରପତିଙ୍କ ଏହି ଗସ୍ତ ସ୍କୁଲ ପାଇଁ ଗର୍ବ ଓ ଗୌରବର ବିଷୟ ଅଟେ ଓ ସ୍କୁଲର ଇତିହାସରେ ଏହା ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇରହିବ ବୋଲି ପ୍ରକାଶ କରିଥିଲେ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories