ଲାଞ୍ଜିଗଡ: ବେଶ୍ କିଛି ଦିନ ବିତିଯିବା ପରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳ, ମୂଷାନାଳ ସେକ୍ସନ ଧଡ଼େଲ ବିଟ ଲାଞ୍ଜି ପଞ୍ଚାୟତ ଲଡାଙ୍ଗ ଗ୍ରାମରେ ଦେଖିବାକୁ ମିଳିଛି ଜଙ୍ଗଲୀ ହାତୀପଲଙ୍କ ଉପଦ୍ରବ। ନିକଟସ୍ଥ ଜଙ୍ଗଲରୁ ୯ ଟିକିଆ ହାତୀପଲ ଶନିବାର ବିଳମ୍ବିତ ରାତିରେ ଗାଁ ଭିତରକୁ ପଶି ଆସିଥିବା ବେଳେ ଗାଁର ବିଟୁ ହରିଜନ, ଆରତୀ ହରିଜନ ତ୍ରିନାଥ ହରିଜନ, ଅନନ୍ତ ହରିଜନ ,ବୁଡୁ ହରିଜନ ଘର ସଂପୂର୍ଣ୍ଣ ଭାବେ ଭାଙ୍ଗିଦେବା ସହିତ ଘରେ ଥିବା ଧାନ, ମାଣ୍ଡିଆ, କାନ୍ଦୁଲ ସମେତ ଆସବାବ ପତ୍ର ଦଳିମକଚି ନଷ୍ଟ କରି ଦେଇଛନ୍ତି।
ଲଡାଙ୍ଗରେ ହାତୀ ଉପଦ୍ରବ pic.twitter.com/PesoUjpQA9
— Samaja Live (@samajalive) November 19, 2023
ସେହିପରି ସେମାନଙ୍କ ମକା, ଧାନ, କପା ଫସଲ ଦଳିମକଚି ନଷ୍ଟ କରିଦେବା ସହିତ ଏକ ମୋଟର ସାଇକେଲ ମଧ୍ୟ ଭାଙ୍ଗି ଦେଇଛନ୍ତି। ଏ ସଂପର୍କରେ ସୂଚନା ପାଇବା ପରେ ଆଜି ସକାଳୁ ମୂଷାନାଳ ଫରେଷ୍ଟର ଚିନ୍ତାମଣି ମାଝୀଙ୍କ ନେତୃତ୍ୱରେ ଫରେଷ୍ଟ ଗାର୍ଡ ଲୋଚନ ମାଝୀ ଘଟଣାସ୍ଥଳରେ ପହଂଚି କ୍ଷୟକ୍ଷତି ଆକଳନ କରିଥିବା ଶ୍ରୀ ମାଝୀ ପ୍ରକାଶ କରିଛନ୍ତି। ସରକାରୀ ସୁବିଧା ଯାହାକିଛି ଅଛି ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।



