www.samajalive.in
Sunday, December 14, 2025
26.1 C
Bhubaneswar

ହାତୀ ଉପଦ୍ରବରେ ବ୍ୟାପକ ଧାନ ଫସଲ ନଷ୍ଟ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରୀ ଗ୍ରାମ ପଞ୍ଚାୟତର ନୂଆଗାଁ ଗ୍ରାମରେ ୧୮ଟିକିଆ ହାତୀ ପଲ ଆସି ବ୍ୟାପକ ଧାନ ଚାଷ ନଷ୍ଟ କରିଛନ୍ତି। ଗତ ରାତି ପ୍ରାୟ ୯ଟା ସମୟରେ ହାତୀ ପଲ ଆସି ଗ୍ରାମର ଧାନ ବିଲରେ ପଶି ଯାଇଥିଲେ। ଗ୍ରାମର ଲୋକେ ନିଆଁ ହୁଳା ଦେଖାଇ ଘଉଡ଼ାଇବାକୁ ଯେତେ ଚେଷ୍ଟା କଲେ ମଧ୍ୟ ହାତୀ ପଲ ଧାନ ବିଲରୁ ଯାଇ ନଥିଲେ। ଗ୍ରାମର ପ୍ରାୟ ସମସ୍ତ ପରିବାର କେବଳ ଚାଷ ଜମି ଉପରେ ଭରଷା କରି ପରିବାର ପ୍ରତିପୋଷଣ କରନ୍ତି। କିନ୍ତୁ କଷ୍ଟ କରି ଚାଷ କରିଥିବା ଧାନ ଫସଲକୁ ହାତୀ ପଲ ଖାଇ ଯାହା ନଷ୍ଟ କରିଛନ୍ତି ତାହା ଠାରୁ ୩ ଗୁଣ ପାଦରେ ଦଳି ମକଚି ନଷ୍ଟ କରିଦେଇଛନ୍ତି। ନଷ୍ଟ ହୋଇଥିବା ଧାନ ବିଲକୁ ଦେଖି ଦୁଃଖରେ ଭାଙ୍ଗି ପଡିବା ସହିତ ବର୍ଷକର ଚଳଣି କେମିତି ଯୋଗାଡ଼ କରିବେ ତାହା ଚାଷୀ ମାନଙ୍କ ଚିନ୍ତାର କାରଣ ହୋଇ ପଡିଛି। ଗ୍ରାମର ବେଣୁଧର ନାଏକ, ହରିଶ ଚନ୍ଦ୍ର ନାଏକ, ଋଷିନାଥ ନାଏକ, ବରୁଣ ନାଏକ, ବିଜୟ ନାଏକ, ବିପିନ ନାଏକ, ବିଳାସିନୀ ନାଏକ, ଟିକେଶ୍ୱର ନାଏକ, ଅଲେଖ ନାଏକ ଏବଂ ସରୋଜ ପାତ୍ରଙ୍କ ଧାନ ବିଲ ସମ୍ପୂର୍ଣ ନଷ୍ଟ ହୋଇଯାଇଥିବା ବେଳେ ଗ୍ରାମର ଅନ୍ୟ ଚାଷୀ ମାନଙ୍କ ଧାନ ବିଲ ମଧ୍ୟ କିଛି ମାତ୍ରାରେ ନଷ୍ଟ ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା କୌଣସି ବନବିଭାଗ ଅଧିକାରୀ କ୍ଷୟକ୍ଷତି ପ୍ରତି ଦୃଷ୍ଟି ଦେଇ ନଥିବା ବେଳେ, ସରକାରୀ ସହାୟତା ପାଇଁ ଚାଷୀ ମାନେ ଦାବି କରିଛନ୍ତି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories