www.samajalive.in
Thursday, December 11, 2025
16.1 C
Bhubaneswar

ଆଦିବାସୀ ଲୋକଙ୍କୁ ସୋଲାର ବତୀ ବଣ୍ଟନ

ପାତ୍ରପୁର: ପାତ୍ରପୁର ବ୍ଳକ ତୁମ୍ବା ପଞ୍ଚାୟତ ସାନ ଅଞ୍ଜାଙ୍ଗୁଲି ଆଦିବାସୀ ଗ୍ରାମର ତିନି ସାହିର ସମସ୍ତ ୨୭ ପରିବାରକୁ ସୋଲାର ବତି ପ୍ରଦାନ କରାଯାଇଛି। ଗତ ତିତ୍‌ଲି ବାତ୍ୟା ଠାରୁ ଗ୍ରାମର ସୋଲାର ସେବା ବନ୍ଦ ରହିଥିବା ବେଳେ ଆଜି ପର୍ଯ୍ୟନ୍ତ ତାହା ସଜଡ଼ା ଯାଇନାହିଁ। ଲୋକଙ୍କ ଏହି ଅସୁବିଧାକୁ ଦେଖି ପାତ୍ରପୁର ସେବା ସଂସଦ ତରଫରୁ ସ୍ୱେଚ୍ଛାସେବୀ ମାନଙ୍କ ସହାୟତାରେ ସୋର୍ଗତ ରାମଚନ୍ଦ୍ର ପଟ୍ଟନାୟକଙ୍କ ସ୍ମୃତିରେ ଏହି ଗ୍ରାମରେ ସୋଲର ବତୀ ବଣ୍ଟନ କରାଯାଇଥିଲା। ସାମ୍ବାଦିକ ନୀଳାଞ୍ଚଳ ପଟ୍ଟନାୟକଙ୍କ ତତ୍ୱାବଧାନରେ ସାମ୍ବାଦିକ ସୁରେଶ ପଟ୍ଟନାୟକ, ବଦ୍ରୀ ନାରାୟଣ ରଣା, ଅଞ୍ଚଳେଶ୍ୱର ପଟ୍ଟନାୟକ ସମେତ ଚନ୍ଦ୍ର ଶେଖର ପ୍ରଧାନ, ଉମା ଚରଣ ପ୍ରଧାନ ପ୍ରମୁଖଙ୍କ ଯୋଗ ଦେଇ ସୋଲାର ବତୀ ବଣ୍ଟନ କରିଥିଲେ। ଉପସ୍ଥିତ ଆଦିବାସୀ ମାନେ ସୋଲାର ବତୀ ପାଇବା ପରେ ଖୁସି ବ୍ୟକ୍ତ କରିଛନ୍ତି।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories