ଗୋପାଳପୁର: ପାଲୁର ହିଲ୍ ଠାରେ ଥିବା ଦକ୍ଷିଣ ଓଡ଼ିଶାର ପ୍ରମୁଖ ବୈଷୟିକ ଶିକ୍ଷାନୁଷ୍ଠାନ ନିଷ୍ଟ ବୈଷୟିକ ଶିକ୍ଷାନୁଷ୍ଠାନ ପରିସରରେ ଆଜି ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ କରିବା ଲାଗି ଏକ ସମ୍ବର୍ଦ୍ଧନା ସଭା ତଥା ଦୁଇ ଦିନିଆ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ନିଷ୍ଟର ପ୍ରତିଷ୍ଠାତା ତଥା ଚେୟାରମେନ ଡ.ସୁକାନ୍ତ କିଶୋର ମହାପାତ୍ର ଭିଡିଓ କନଫେରେନସିଂ ମାଧ୍ୟମରେ ଯୋଗଦାନ କରି କାର୍ଯକ୍ରମକୁ ଉଦଘାଟନ କରିଥିଲେ। କଲେଜର ଅଧ୍ୟକ୍ଷ ଡ଼. ଏମ ସୁରେଶ, ବେଚ୍ କୋଡିନେଟର ପ୍ର.ରବୀନ୍ଦ୍ର କୁମାର ଶିଆଳ, କମ୍ପ୍ୟୁଟର ବିଭାଗ ମୁଖ୍ୟ ଡ଼ ସୁଧୀର ରଞ୍ଜନ ପଟ୍ଟନାୟକ, ବୈଦ୍ୟୁତିକ ବିଭାଗ ମୁଖ୍ୟ ଡ଼. ସଚିଦାନନ୍ଦ ପ୍ରସାଦ, ଯାନ୍ତ୍ରିକ ବିଭାଗ ମୁଖ୍ୟ ଡ଼ ସୋରେନ ମିଶ୍ର, ଏବଂ ସିଭିଲ ବିଭାଗ ମୁଖ୍ୟ ଡ଼ ବରଦା ପ୍ରସାଦ ସେଠି ଅନ୍ୟତମ ଅତିଥି ରୂପେ ମଞ୍ଚାସୀନ ଥିଲେ। ଉକ୍ତ ସଭାକାର୍ଯ୍ୟକୁ ଡ.ଆକାଂକ୍ଷା ପଟ୍ଟନାୟକ ପରିଚାଳନା କରିଥିବା ବେଳେ, ପରୀକ୍ଷା କେନ୍ଦ୍ର ମୁଖ୍ୟ ପରିଚାଳକ ଡ. ଲକ୍ଷ୍ମୀକାନ୍ତ ରାଜୁ ପରୀକ୍ଷା ସମନ୍ଧୀୟ ତଥ୍ୟ ଉପସ୍ଥାପନ କରିଥିଲେ । ସେହିପରି ହଷ୍ଟେଲ ସୁପରଟେଣ୍ଡେଣ୍ଟ ଡ.ସସ୍ମିତା ପାଢ଼ୀ ହଷ୍ଟେଲ ସମ୍ବନ୍ଧୀୟ ବିଭିନ୍ନ ବିବରଣୀ ଉଲ୍ଲେଖ କରି ସମସ୍ତ ସୁବିଧା ଓ ବ୍ୟବସ୍ଥା ସମ୍ପର୍କରେ କହିଥିବା ବେଳେ, ନିଯୁକ୍ତି ଓ ଦକ୍ଷତା ମୁଖ୍ୟ ଡ.ଭାନୁ ପ୍ରସାଦ ବେହେରା ନିଯୁକ୍ତି ଦକ୍ଷତା ପ୍ରଦାନ ଉପରେ ବିବରଣୀ ଉଲ୍ଲେଖ କରିଥିଲେ।
Popular Categories



