www.samajalive.in
Wednesday, December 10, 2025
26.1 C
Bhubaneswar

ଆଇଜର କ୍ୟାମ୍ପସ ପରିସରରେ ଶ୍ରମିକଙ୍କ ଅସ୍ବାଭାବିକ ମୃତ୍ୟୁ

ଗୋପାଳପୁର: ଲୋହଡ଼ିଗାଁ ସ୍ଥିତ ଆଇଜର କ୍ୟାମ୍ପସ ପରିସରରେ ଶୁକ୍ରବାର ଜୈନିକ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ନେଇ ଗୋଳନ୍ଥରା ଥାନାରେ ଅଭିଯୋଗ ହୋଇଛି। ମୃତ ଶ୍ରମିକ ଜଣକ ପଶ୍ଚିମବଙ୍ଗ ରାଜ୍ୟ କଲିକତା ଅଞ୍ଚଳର ଶେଖ ଅଜଗର (୫୮) ବୋଲି ପୋଲିସ ସୂଚନା ଦେଇଛି। ସୁଚନା ଅନୁସାରେ ଏହି ଥାନା ଅଧିନସ୍ଥ ଲୋହଡ଼ି ଗାଁ ସ୍ଥିତ ଆଇଜର ଶିକ୍ଷାନୁଷ୍ଠାନ ନିର୍ମାଣ ଚାଲିଥିବା ବେଳେ ଗତ କିଛି ମାସ ହେଲା କଲକତା ଅଞ୍ଚଳର ଶେଖ ଅଜଗର ସେଠାରେ ଶ୍ରମିକ ଭାବେ କାମ କରୁଥିଲେ। ଶୁକ୍ରବାର କାମ କରୁଥିବା ବେଳେ ଅଜଗର ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ। ସ୍ଥାନୀୟ ଶ୍ରମିକ ମାନେ ତାଙ୍କୁ ସେଠାରୁ ଉଦ୍ଧାର କରି କେଲୁଆପଲ୍ଲୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଗୋଳନ୍ଥରା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ସନ୍ଧ୍ୟାରେ ବ୍ରହ୍ମପୁର ବଡ଼ ମେଡ଼ିକାଲ ପଠାଇଥିଲେ। ପୋଲିସ ଅଜଗରଙ୍କ ମୃତଦେହ ବ୍ୟବଚ୍ଛେଦ କରି ଶନିବାର ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ଜଣାପଡ଼ିଛି।

Hot this week

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

Related Articles

Popular Categories