ସମ୍ବଲପୁର: ସମ୍ବଲପୁରର ସାର୍ବଜନୀନ ପାଠାଗାର ଠାରେ ରବିବାର ଆନ୍ତରାଷ୍ଟ୍ରିୟ ମାନବାଧିକାର କାଉନସିଲର ଜୋନାଲ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜୋନାଲ ସଭାପତି ସୁଲେଖା ବୌଦ୍ଧଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ରାଜ୍ୟ ସଭାପତି ସାଇ ପ୍ରସାଦ ପରିଡ଼ା, କାର୍ଯ୍ୟକାରୀ ସଭାପତି ଏସ. ସୋବହାରବୀ ଏବଂ ସାଙ୍ଗଠନିକ ସମ୍ପାଦକ ରଜନୀକାନ୍ତ ଜଗଦେବ ଉପସ୍ଥିତ ରହିଥିଲେ। ସଭାରେ ସୁନ୍ଦରଗଡ଼ ଜିଲାର ସଭାପତି କୁମାର ବେହେରା, ଝାରସୁଗୁଡା ଜିଲା ସଭାପତି କିରଣବାଲା ନାଏକ ଓ ସୁବର୍ଣ୍ଣପୁର ଜିଲା ସଭାପତି ଖଗେଶ୍ୱର ପାଣ୍ଡେଙ୍କ ସମେତ ଜୋନର ସକ୍ରିୟ ସଦସ୍ୟ ମାନେ ଯୋଗ ଦେଇଥିଲେ। ମାନବଧିକାରର ସଚେତନତା ବାର୍ତ୍ତା କିଭଳି ଜନତାଙ୍କ ପାଖରେ ପହୁଞ୍ôଚପାରିବ ଏବଂ ସଙ୍ଗଠନ କିଭଳି ତ୍ରୁଣମୂଳ ସ୍ତରରୁ ମଜବୁତ ହୋଇ ପାରିବ, ସେଥି ଉପରେ ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ। ଶେଷରେ ସମ୍ବଲପୁର ଜିଲା ସାଧାରଣ ସମ୍ପାଦକ ମହେଶ୍ୱର ଷଣ୍ଢ ଧନ୍ୟବାଦ ଅର୍ପଣ କରିଥିଲେ।
Popular Categories



