ସମ୍ବଲପୁର: ସମ୍ବଲପୁର ସହରକୁ ଜବରଦଖଲକାରୀଙ୍କ ଭୂସ୍ୱର୍ଗ ବୋଲି କୁହାଯାଉଥିବା ବେଳେ ଏବେ ମହାନଗର ନିଗମ ପକ୍ଷରୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଜୋରସୋରରେ ଚାଲିଛି। ସହରର ମୁଖ୍ୟ ରାସ୍ତାକୁ ଜବରଦଖଲ ମୁକ୍ତ କରିବା ପାଇଁ ନିଗମ କତ୍ତୃପକ୍ଷ ଏବେ ଆକ୍ସନ ମୋଡରେ ରହିଛି। ଏଥି ପାଇଁ ସହରର ବିଭିନ୍ନ ଅଞ୍ଚଳରେ ବିଗତ ଦିନରେ ଜବରଦଖଲ ଉଚ୍ଛେଦ କରାଯାଇଥିବା ବେଳେ ଏବେ ଜେଲ ଛକରୁ ଧନୁପାଲି ଛକ ପର୍ଯ୍ୟନ୍ତ ଥିବା ରାସ୍ତାକୁ ଜବରଦଖଲ ମୁକ୍ତ କରାଯାଇ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ କରାଯାଉଛି। ଏହି କ୍ରମରେ ମଙ୍ଗଳବାର ଚାରଭାଟି ଛକ ଅଞ୍ଚଳରେ ଥିବା କିଛି ଜବରଦଖଲ ଅଞ୍ଚଳକୁ ମୁକ୍ତ କରାଯାଇଛି। ଏଥି ପାଇଁ ମହାନଗର ନିଗମର ଏକ ସ୍ୱତନ୍ତ୍ର ଉଚ୍ଛେଦ ଅଭିଯାନ କ୍ରମରେ ନିଗମର କାର୍ଯ୍ୟକାରୀ ଅଧିକାରୀ ଶୁଭଙ୍କର ମହାନ୍ତି ଓ ପୁଲିସ ସଦର ଏସଡିପିଓ ପ୍ରଦୀପ ସାହୁଙ୍କ ଉପସ୍ଥିତିରେ ରାସ୍ତାକୁ ଜବରଦଖଲ କରାଯାଇ କରାଯାଇଥିବା ବିଭିନ୍ନ ନିର୍ମିତ କୋଠା ଗୁଡିକର ଅଂଶ ଗୁଡିକୁ ବୁଲଡୋଜର ଲଗାଇ ଉଚ୍ଛେଦ କରାଯାଇଛି। ନିଗମ କତ୍ତୃପକ୍ଷରୁ ୯ଟି ବଡ କଂକ୍ରିଟ ନିର୍ମାଣ ଗୁଡିକର ଜବରଦଖଲ ସ୍ଥାନ ସମେତ ୮ଟି କେବିନ ଗୁଡିକୁ ଉଚ୍ଛେଦ କରାଯାଇଛି ବୋଲି ସୂଚନା ଦିଆଯାଇଛି। ଆଗାମୀ ଦିନରେ ବିକାଶମୂଳକ କାର୍ଯ୍ୟ ନିମନ୍ତେ ସହରରେ ବିଭିନ୍ନ ଅଞ୍ଚଳରେ ହୋଇଥିବା ଜବରଦଖଲ ଗୁଡିକୁ ଉଚ୍ଛେଦ କରାଯିବ ବୋଲି ନିଗମ କତ୍ତୃପକ୍ଷ ତରଫରୁ ସୂଚନା ଦିଆଯାଇଛି। ଅପରପକ୍ଷରେ କୌଣସି ପ୍ରକାରର ଅପ୍ରିତିକର ସ୍ଥିତିକୁ ଏଡାଇବା ପାଇଁ ଧନୁପାଲି ପୁଲିସ ଦଳର ସ୍ୱତନ୍ତ୍ର ଟିମ ଉଚ୍ଛେଦସ୍ଥଳରେ ଉପସ୍ଥିତ ରହି ଆଇନ ଶୃଙ୍ଖଳାକୁ ସୁନିଶ୍ଚିତ କରିଥିଲେ।
Popular Categories



